ମୋହନ-ନବୀନଙ୍କ ପୂଜାମଣ୍ଡପ ବୁଲାକୁ ନେଇ ରାଜନୀତି

ଭୁବନେଶ୍ୱର, ୧୨।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି। ଏହାପରେ ଭାଜପା ଓ ବିଜେଡି ମଧ୍ୟରେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପୂଜାମଣ୍ଡପ ବୁଲାକୁ ନେଇ ମେୟର ସୁଲୋଚନା ଦାସ କରିଛନ୍ତି, ପୂଜାରେ ବୁଲିବାରେ କିଛି ଅସୁବିଧା ନାହିଁ। ହେଲେ ଏବେ ମଧ୍ୟ ଜନମାନସର ନେତା ହେଉଛନ୍ତି ନବୀନ। ଏବେ ବି ନବୀନବାବୁଙ୍କ କ୍ରେଜ୍‌ କମିନାହିଁ ବୋଲି ସୁଲୋଚନା କହିଛନ୍ତି। […] The post ମୋହନ-ନବୀନଙ୍କ ପୂଜାମଣ୍ଡପ ବୁଲାକୁ ନେଇ ରାଜନୀତି appeared first on Dharitri Odia News.

ମୋହନ-ନବୀନଙ୍କ ପୂଜାମଣ୍ଡପ ବୁଲାକୁ ନେଇ ରାଜନୀତି

ଭୁବନେଶ୍ୱର, ୧୨।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି। ଏହାପରେ ଭାଜପା ଓ ବିଜେଡି ମଧ୍ୟରେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପୂଜାମଣ୍ଡପ ବୁଲାକୁ ନେଇ ମେୟର ସୁଲୋଚନା ଦାସ କରିଛନ୍ତି, ପୂଜାରେ ବୁଲିବାରେ କିଛି ଅସୁବିଧା ନାହିଁ। ହେଲେ ଏବେ ମଧ୍ୟ ଜନମାନସର ନେତା ହେଉଛନ୍ତି ନବୀନ। ଏବେ ବି ନବୀନବାବୁଙ୍କ କ୍ରେଜ୍‌ କମିନାହିଁ ବୋଲି ସୁଲୋଚନା କହିଛନ୍ତି। ଏହାର କଡ଼ା ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କାହାର କେତେ କ୍ରେଜ୍‌ ରହିଛି, ତାହା ୨୦୨୪ ସାଧାରଣ ନିର୍ବାଚନରେ ଜଣାପଡ଼ିଯାଇଛି। ଯିଏ ୨୪ ବର୍ଷ ଧରି ବୁଲୁ ନ ଥିଲେ, ସେ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ମଣ୍ଡପ ବୁଲୁଥିବା ଶୁଣି ବୁଲୁଛନ୍ତି। ଯିଏ ରାବଣପୋଡ଼ି ଯାଇ ନ ଥିଲେ, ସେ ଏବେ ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱିତା କରି ବୁଲୁଛନ୍ତି। କାହାର କେତେ କ୍ରେଜ୍‌ ରହିଛି, ତାହା ୨୦୨୪ ନିର୍ବାଚନ ଫଳାଫଳ ପରେ ଜଣାପଡ଼ିଯାଇଛି ବୋଲି ପୃଥ୍ବୀରାଜ କହିଛନ୍ତି। ସେପଟେ ନବୀନ ପ୍ରଥମେ ରସୁଲଗଡ଼ ପୂଜାମଣ୍ଡପ ବୁଲିବା ସହ ମାଆଙ୍କ ଆଶିଷ ନେଇଛନ୍ତି। ଏହାପରେ ଶହୀଦନଗର ଏବଂ ପରେ ବଡ଼ଗଡ଼ ପୂଜାମଣ୍ଡପ ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି।

The post ମୋହନ-ନବୀନଙ୍କ ପୂଜାମଣ୍ଡପ ବୁଲାକୁ ନେଇ ରାଜନୀତି appeared first on Dharitri Odia News.