ମୋହନ ବାଗାନ ଏସ୍ଜିର ଦ୍ୱିତୀୟ ବିଜୟ
ଭୁବନେଶ୍ୱର, ୧୫।୧,(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟରେ ମୋହନ ବାଗାନ ସୁପର ଜାଏଣ୍ଟ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ଦିବସର ପ୍ରଥମ ମ୍ୟାଚ୍ରେ ଏହି ଦଳ ହାଇଦ୍ରାବାଦ ଏଫ୍ସିକୁ ୨-୧ ଗୋଲରେ ପରାସ୍ତ କରିଛି। ଅନ୍ୟ ପକ୍ଷରେ ଏହି ମ୍ୟାଚରେ ଭଲ ଖେଳିବା ସତ୍ତ୍ୱେ ଭାଗ୍ୟ ସାଥ୍ ନ ଦେବାରୁ ହାଇଦ୍ରାବାଦ ଏଫ୍ସି କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଫଳରେ ଗ୍ରୁପ୍ ‘ଏ’ରେ ୬ […] The post ମୋହନ ବାଗାନ ଏସ୍ଜିର ଦ୍ୱିତୀୟ ବିଜୟ appeared first on Dharitri Odia News.
ଭୁବନେଶ୍ୱର, ୧୫।୧,(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟରେ ମୋହନ ବାଗାନ ସୁପର ଜାଏଣ୍ଟ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ଦିବସର ପ୍ରଥମ ମ୍ୟାଚ୍ରେ ଏହି ଦଳ ହାଇଦ୍ରାବାଦ ଏଫ୍ସିକୁ ୨-୧ ଗୋଲରେ ପରାସ୍ତ କରିଛି। ଅନ୍ୟ ପକ୍ଷରେ ଏହି ମ୍ୟାଚରେ ଭଲ ଖେଳିବା ସତ୍ତ୍ୱେ ଭାଗ୍ୟ ସାଥ୍ ନ ଦେବାରୁ ହାଇଦ୍ରାବାଦ ଏଫ୍ସି କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଫଳରେ ଗ୍ରୁପ୍ ‘ଏ’ରେ ୬ ପଏଣ୍ଟ ସହ ମୋହନ ବାଗାନ ସୁପର ଜାଏଣ୍ଟ୍ସ ଟେବୁଲର ୨ୟ ସ୍ଥାନରେ ରହି ନକ୍ଆଉଟ ପ୍ରବେଶ ସମ୍ଭାବନା ଉଜ୍ଜୀବିତ କରିଛି। ମ୍ୟାଚ୍ର ୭ମ ମିନିଟରେ ଏକ ଗୋଲ ଦେଇ ହାଇଦ୍ରାବାଦ୍ ଏଫ୍ସିକୁ ଅଗ୍ରଣୀ କରିଥିଲେ ରାମଲୁଚୁଙ୍ଗା। ମୋହନ ବାଗାନ ଦଳ ଗୋଲ ପରିଶୋଧ ପାଇଁ ଜୋରଦାର ଉଦ୍ୟମ କରିଥିଲେ ହେଁ ପ୍ରଥମାର୍ଦ୍ଧ ଶେଷ ବେଳକୁ ହାଇଦ୍ରାବାଦ ଅଗ୍ରଣୀ ବଳବତ୍ତର ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ହାଇଦ୍ରାବାଦ ପ୍ରଭାବୀ ପ୍ରଦର୍ଶନ କରିଥିଲା। ତେବେ ମ୍ୟାଚର ଶେଷ ପର୍ଯ୍ୟାୟରେ ମୋହନ ବାଗାନ ଏସ୍ଜିକୁ ଭାଗ୍ୟ ସାଥ୍ ଦେଇଥିଲା। ୮୮ତମ ମିନିଟରେ ହାଇଦ୍ରାବାଦ ବକ୍ସ ଏରିଆରେ ବଲ୍ ପାଇଁ ସଂଘର୍ଷ ଚାଲିଥିବାବେଳେ ଜେରେମି ଜୋମିଙ୍ଗଲୁଆଙ୍କ ଆତ୍ମଘାତୀ ଗୋଲ ଯୋଗୁ ମାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ଇଞ୍ଜୁରି ଟାଇମ୍ ଅର୍ଥାତ୍ ୯୦+୨ ମିନିଟରେ ଡିମିଟ୍ରୋସ ପେଟ୍ରାଟୋସ ଏକ ଗୋଲ ଦେଇ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ବିଜୟୀ କରିଥିଲେ। ବିପଜ୍ଜନକ ଖେଳ ପାଇଁ ହାଇଦ୍ରାବାଦ ଏଫ୍ସିର ୫ ଓ ମୋହନ ବାଗାନ ସୁପର ଜାଏଣ୍ଟ୍ସର ଜଣେ ଖେଳାଳି ୟେଲୋ କାର୍ଡ ପାଇଥିଲେ। ତେବେ ହାଇଦ୍ରାବାଦ ଦଳ ପରାଜିତ ହୋଇଥିଲେ ହେଁ ପୂରା ମ୍ୟାଚରେ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ରାମଲୁଚୁଙ୍ଗା ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।
The post ମୋହନ ବାଗାନ ଏସ୍ଜିର ଦ୍ୱିତୀୟ ବିଜୟ appeared first on Dharitri Odia News.