ମୋହନ ସରକାରକୁ ମାସେ ବିତିଲା, ଖାଲି ପଡିଛି ଆଡଭୋକେଟ୍ ଜେନେରାଲ ପଦ
ଭୁୁବନେଶ୍ୱର: କିଏ ହେବେ ନୂଆ ସରକାରରେ ଆଡଭୋକେଟ୍ ଜେନେରାଲ? ମୋହନ ମାଝୀ ସରକାରକୁ ମାସେ ବିତିଥିଲେ ବି ଏଜି ପଦବୀ ଖାଲି ପଡିଛି। ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା। କିଏ ଏହି ସାମ୍ବିଧାନିକ ପଦ ଅଳଙ୍କୃତ କରିବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର । ଏ ପର୍ଯ୍ୟନ୍ତ କାହିଁକି ଏହି ଖାଲି ରହିଛି ତାକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇଲେଲଣି । ଏପଟେ ସରକାରୀ ସ୍ତରରେ ଏନେଇ ଆରମ୍ଭ ହୋଇଛି କସରତ। […] The post ମୋହନ ସରକାରକୁ ମାସେ ବିତିଲା, ଖାଲି ପଡିଛି ଆଡଭୋକେଟ୍ ଜେନେରାଲ ପଦ appeared first on Odisha.News.
ଭୁୁବନେଶ୍ୱର: କିଏ ହେବେ ନୂଆ ସରକାରରେ ଆଡଭୋକେଟ୍ ଜେନେରାଲ? ମୋହନ ମାଝୀ ସରକାରକୁ ମାସେ ବିତିଥିଲେ ବି ଏଜି ପଦବୀ ଖାଲି ପଡିଛି। ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା। କିଏ ଏହି ସାମ୍ବିଧାନିକ ପଦ ଅଳଙ୍କୃତ କରିବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର । ଏ ପର୍ଯ୍ୟନ୍ତ କାହିଁକି ଏହି ଖାଲି ରହିଛି ତାକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇଲେଲଣି । ଏପଟେ ସରକାରୀ ସ୍ତରରେ ଏନେଇ ଆରମ୍ଭ ହୋଇଛି କସରତ। ରେସରେ ଆଗରେ ଅଛନ୍ତି ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।
ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ସାରିଛନ୍ତି। ୨୦୧୯ରେ ବିଜେପି ଟିକଟରେ ହିଞ୍ଜିଳିରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ। ଆଉଜଣେ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ଓ ଅନୁପ ବସୁଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତେବେ ଚୁଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ। ବିଳମ୍ବିତ ପ୍ରକ୍ରିୟାକୁ ନେଇ ବିରୋଧୀ ବିଜେଡି ଶାସକ ଦଳକୁ କଡ଼ା ସମାଲୋଚନା କରିଥିବାବେଳେ ବିଜେପି କହିଛି ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ, ଏହି ସାମ୍ବିଧାନିକ ପଦ ସରକାରଙ୍କ ଅନୁମୋଦନକ୍ରମେ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି। ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରଥମ ପରାମର୍ଶଦାତା। ବିଧାନସଭାରେ ସାମ୍ବିଧାନିକ ସଙ୍କଟ ଦେଖାଦେଲେ ସେ ମଧ୍ୟ ଅଂଶ ଗ୍ରହଣ କରିପାରିବେ। ମାସେ ଏହି ପଦବି ଖାଲି ପଡ଼ିବା ଦ୍ୱାରା ନ୍ୟାୟିକ ପଦ୍ଧତିରେ ବାଧା ସୃଷ୍ଟି ହୋଇଥିବା କୁହାଯାଉଛି। ନୂଆ ସରକାର ଖୁବ ଶୀଘ୍ର ଏହି ସାମ୍ବିଧାନିକ ପଦବି ପୂରଣ କରିବେ ବୋଲି ଓଡ଼ିଶା ବାର କାଉନସିଲ୍ ଆଶା ରଖିଛି।
The post ମୋହନ ସରକାରକୁ ମାସେ ବିତିଲା, ଖାଲି ପଡିଛି ଆଡଭୋକେଟ୍ ଜେନେରାଲ ପଦ appeared first on Odisha.News.