ମୋହନ ସରକାରଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ?

ଭୁବନେଶ୍ବର : ପ୍ରତିଶ୍ରୃତି ପାଳନ କଲନି, କିନ୍ତୁ ଭତ୍ତା ପାଇଁ କଲବଲ କଲ । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ... The post ମୋହନ ସରକାରଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ? appeared first on .

ମୋହନ ସରକାରଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ?

ଭୁବନେଶ୍ବର : ପ୍ରତିଶ୍ରୃତି ପାଳନ କଲନି, କିନ୍ତୁ ଭତ୍ତା ପାଇଁ କଲବଲ କଲ । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାରୁ ଆସିଲା ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର । ମୋହନ ସରକାରଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ? ଜଳଜଳ କରି ସାରା ଦେଶ ଦେଖିଲା କିପରି ବିପର୍ଯ୍ୟସ୍ତ ହୋଇଛି ଓଡ଼ିଶାର ସାମାଜିକ ସୁରକ୍ଷା। କାରଣ ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ ବିଚଳିତ କରିବ ନିଶ୍ଚୟ। କେନ୍ଦୁଝର ରାଇସୁଆଣ ଗ୍ରାମର ୮୦ ବର୍ଷୀୟ ବୃଦ୍ଧ ପଥୁରୀ ଦେହୁରୀ। ଭତ୍ତା ଟଙ୍କା ଗଲେ ଗୁରୁଣ୍ଡି ଗୁରୁଣ୍ଡି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୋହନ ସରକାର ଉପରେ ବର୍ଷିଛି କଂଗ୍ରେସ। ନିର୍ବାଚନ ପୂର୍ବରୁ ବିଜେପି ସମସ୍ତଙ୍କୁ ୩୫ଶହ ଟଙ୍କା ଲେଖାଏ ଭତ୍ତା ଦେବାକୁ କହି ସରକାରକୁ ଆସିଲା। ଆଉ କ୍ଷମତାକୁ ଆସିବା ପରେ ଲୋକଙ୍କୁ ଠକିଦେଲା। ୮୦ ବର୍ଷ ହୋଇଥିବା ଲୋକ କେବଳ ୩୫ଶହ ଟଙ୍କା ଭତ୍ତା ପାଇବେ ବୋଲି ନିୟମ କରିଥିଲେ ସରକାର। ଏବେ ମୋହନ ସରକାରଙ୍କ ଏପରି ନିଷ୍ପତ୍ତି ପ୍ରମାଣିତ କରିଛି ଯେ, ବିଜେପି ସରକାର ଭତ୍ତା ବ୍ୟବସ୍ଥାକୁ ବନ୍ଦ କରିବାକୁ ଚାହୁଁଛି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୂଷିତ ପାଣି ପିଇ ମାସେ ଭିତରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହେଲାଣି। ଯାହାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ଅନ୍ୟପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି। ୩୫ ଶହ ଟଙ୍କା ଭତ୍ତା ଦେବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ।

ଭତ୍ତାକୁ ନେଇ କଂଗ୍ରେସ ଓ ବିଜେପି ମୁହାମୁହିଁ ହେବା ପରେ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ମୁଖ୍ୟ ବିରୋଧୀ ବିଜେଡି। ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ନିର୍ବାଚନ ସମୟରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପ୍ରଥମେ ପୂରଣ କରୁ। ସାମାନ୍ୟ ଟଙ୍କା କେଇଟା ପାଇଁ ବୃଦ୍ଧା ଜଣକ ଗୁରୁଣ୍ଡି ଗୁରୁଣ୍ଡି ଯିବା ସାରା ଦେଶରେ ଓଡ଼ିଶାବାସୀଙ୍କୁ ନିନ୍ଦିତ କରିଛି ବୋଲି କହିଛି ବିଜେଡି। ରାଜ୍ୟରେ ଭତ୍ତା ଅବ୍ୟବସ୍ଥା ସହ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ନିଶାନା କରିଛି କଂଗ୍ରେସ । ଆଉ ଏ ସବୁ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଚନ୍ତି କଂଗ୍ରେସ ଓ ବିଜେପି।

The post ମୋହନ ସରକାରଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ? appeared first on .