ମୋହନା କେନ୍ଦୁଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଜଣେ ମୃତ, ୧୧ ଆହତ
ମୋହନା ୧୭/୧୧: ଭୋଜି କରିବାକୁ ଯିବା ହେଲା କାଳ । ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ମୁର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରାଭଲର ଭ୍ୟାନ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି l ମୃତକ ହେଲେ ନୟାଗଡ଼ ଜିଲ୍ଲାର ସରୋଜିନୀ ବେହେରା l ଆହତଙ୍କ ମଧ୍ୟରେ ୪ଜଣ ମହିଳା ରହିଥିବା ବେଳେ ୨ଜଣ ଶିଶୁ ଅଛନ୍ତି l ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୁରୁତର ୩ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି l ସୂଚନା, ନୟାଗଡ଼ ଜିଲ୍ଲା ଶରଣକୁଳ ଓ ଚଢ଼େୟାପଲି ଅଞ୍ଚଳର ଗୋଟିଏ ପରିବାରର ୧୪ଜଣ ଏକ ଟ୍ରlଭଲରରେ ପିକ୍ନିକ ପାଇଁ ଭୁବନେଶ୍ୱରରୁ କୋରାପୁଟ ଯାଉଥିଲେ l ଭୋର୍ ପ୍ରାୟ ୪ଟାରେ ସମୟରେ ମୋହନା କେନ୍ଦୁଘାଟିରେ ଗାଡ଼ି ଭାରସlମ୍ୟ ହରାଇ ଓଲଟି ପଡିଥିଲା l ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ....
ମୋହନା ୧୭/୧୧: ଭୋଜି କରିବାକୁ ଯିବା ହେଲା କାଳ । ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ମୁର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରାଭଲର ଭ୍ୟାନ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି l ମୃତକ ହେଲେ ନୟାଗଡ଼ ଜିଲ୍ଲାର ସରୋଜିନୀ ବେହେରା l ଆହତଙ୍କ ମଧ୍ୟରେ ୪ଜଣ ମହିଳା ରହିଥିବା ବେଳେ ୨ଜଣ ଶିଶୁ ଅଛନ୍ତି l ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୁରୁତର ୩ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି l
ସୂଚନା, ନୟାଗଡ଼ ଜିଲ୍ଲା ଶରଣକୁଳ ଓ ଚଢ଼େୟାପଲି ଅଞ୍ଚଳର ଗୋଟିଏ ପରିବାରର ୧୪ଜଣ ଏକ ଟ୍ରlଭଲରରେ ପିକ୍ନିକ ପାଇଁ ଭୁବନେଶ୍ୱରରୁ କୋରାପୁଟ ଯାଉଥିଲେ l ଭୋର୍ ପ୍ରାୟ ୪ଟାରେ ସମୟରେ ମୋହନା କେନ୍ଦୁଘାଟିରେ ଗାଡ଼ି ଭାରସlମ୍ୟ ହରାଇ ଓଲଟି ପଡିଥିଲା l ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ....