ମୋହାଲିରେ ଆଫଗାନିସ୍ତାନ ଦେଖିଲା ‘ଶିଭମ୍’ ତାଣ୍ଡବ: ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନରେ ଜିତିଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜକୁ ଦମଦାର ଷ୍ଟାଇଲରେ ଆରମ୍ଭ କରିଛି ରୋହିତ ସେନା । କମବ୍ୟାକ ମ୍ୟାଚରେ ହିଁ ଅଧିନାୟକ ରୋହିତ ବିଜୟ ହାସଲ କରି ଆଫଗାନିସ୍ତାନକୁ ମାତ୍ ଦେଇଛନ୍ତି । ତେବେ ପ୍ରଥମ ଟି-୨୦ ମ୍ୟାଚରେ ଭାରତର ବିଜୟ ସାରଥୀ ସାଜିଛନ୍ତି ସୁପରଷ୍ଟାର ଅଲରାଉଣ୍ଡର ଶିଭମ୍ ଦୁବେ । ଅଲରାଉଣ୍ଡ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ଏକତରଫା ବିଜୟୀ କରାଇଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । ଦମଦାର ବୋଲିଂ ପରେ ବିସ୍ଫୋରକ ବ୍ୟାଟିଂରେ ଆଫଗାନିସ୍ତାନ […]

ମୋହାଲିରେ ଆଫଗାନିସ୍ତାନ ଦେଖିଲା ‘ଶିଭମ୍’ ତାଣ୍ଡବ: ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନରେ ଜିତିଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜକୁ ଦମଦାର ଷ୍ଟାଇଲରେ ଆରମ୍ଭ କରିଛି ରୋହିତ ସେନା । କମବ୍ୟାକ ମ୍ୟାଚରେ ହିଁ ଅଧିନାୟକ ରୋହିତ ବିଜୟ ହାସଲ କରି ଆଫଗାନିସ୍ତାନକୁ ମାତ୍ ଦେଇଛନ୍ତି । ତେବେ ପ୍ରଥମ ଟି-୨୦ ମ୍ୟାଚରେ ଭାରତର ବିଜୟ ସାରଥୀ ସାଜିଛନ୍ତି ସୁପରଷ୍ଟାର ଅଲରାଉଣ୍ଡର ଶିଭମ୍ ଦୁବେ । ଅଲରାଉଣ୍ଡ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ଏକତରଫା ବିଜୟୀ କରାଇଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । ଦମଦାର ବୋଲିଂ ପରେ ବିସ୍ଫୋରକ ବ୍ୟାଟିଂରେ ଆଫଗାନିସ୍ତାନ ହାତରୁ ବିଜୟ ଛଡ଼ାଇ ରୋହିତଙ୍କୁ ଭେଟି ଦେଇଛନ୍ତି ଶିଭମ୍ ଦୁବେ ।

ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୫୯ ରନର ଲକ୍ଷ୍ୟ ଦେବାରେ ସକ୍ଷମ ହୋଇଥିଲା ଆଫଗାନିସ୍ତାନ । ଯେଉଁ ମ୍ୟାଚକୁ ୨.୩ ଓଭର ବାକି ଥାଇ ହାସଲ କରି ନେଇଛି ରୋହିତ ସେନା । ଷ୍ଟାର ଅଲରାଉଣ୍ଡର ଶିବମ୍ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମ ମ୍ୟାଚରେ ଦମଦାର ବିଜୟ ସହ ଟି-୨୦ ସିରିଜର ଶୁଭାରମ୍ଭ କରିଛି ଭାରତ । ଚତୁର୍ଥ ଓଭରରେ ମାତ୍ର ୨୮ ରନରେ ଭାରତ ଦ୍ୱିତୀୟ ୱିକେଟ ଭାବେ ଓପନର ଶୁଭମନ ଗିଲଙ୍କୁ ହରାଇବା ପରେ ମଇଦାନକୁ ଓହ୍ଲାଇଥିଲେ ଷ୍ଟାର ଅଲରାଉଣ୍ଡର ଶିବମ୍ ଦୁବେ । ପଡ଼ିଆରେ ପାଦ ରଖିବା ମାତ୍ରେ ସେ ଦ୍ରୁତ ଗତିରେ ରନ୍ କରିବା ଆରମ୍ଭ କରିଥିଲେ ।