ମୌସୁମୀ ଟ୍ରାପଲାଇନ ପ୍ରଭାବରେ ବର୍ଷା ଜାରି । କାଲିଠାରୁ ବଢିବ ବର୍ଷାର ପରିମାଣ, ୭ରେ ଆଉ ଏକ ଲଘୁଚାପ ସମ୍ଭାବନା

କନକ ବ୍ୟୁରୋ : ବର୍ତ୍ତମାନ ମୌସୁମୀ ଟ୍ରପ ଲାଇନ ସକ୍ରିୟ ରହିଛି, ଆଉ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ତେବେ ୬ ତାରିଖ ସଂଧ୍ୟାରୁ ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ସମ୍ଭାବନା ରହିଛି। ଆଗାମୀ ୪ ଦିନ ଉତ୍ତର ଓ ଉପକୂଳ ଓଡିଶାର କିଚ୍ଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଆସନ୍ତାକାଲି […] The post ମୌସୁମୀ ଟ୍ରାପଲାଇନ ପ୍ରଭାବରେ ବର୍ଷା ଜାରି । କାଲିଠାରୁ ବଢିବ ବର୍ଷାର ପରିମାଣ, ୭ରେ ଆଉ ଏକ ଲଘୁଚାପ ସମ୍ଭାବନା first appeared on Kanak News.

ମୌସୁମୀ ଟ୍ରାପଲାଇନ ପ୍ରଭାବରେ ବର୍ଷା ଜାରି । କାଲିଠାରୁ ବଢିବ ବର୍ଷାର ପରିମାଣ, ୭ରେ ଆଉ ଏକ ଲଘୁଚାପ ସମ୍ଭାବନା

କନକ ବ୍ୟୁରୋ : ବର୍ତ୍ତମାନ ମୌସୁମୀ ଟ୍ରପ ଲାଇନ ସକ୍ରିୟ ରହିଛି, ଆଉ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ତେବେ ୬ ତାରିଖ ସଂଧ୍ୟାରୁ ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ସମ୍ଭାବନା ରହିଛି। ଆଗାମୀ ୪ ଦିନ ଉତ୍ତର ଓ ଉପକୂଳ ଓଡିଶାର କିଚ୍ଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।

ଆସନ୍ତାକାଲି ସକାଳ ୬ଟା ଯାଏଁ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ।  ହେଲେ ୭ ତାରିଖ ବେଳକୁ ବର୍ଷାର ପରିମାଣ ଆହୁରି ବଢିବ। ନଜର ପକାନ୍ତୁ ଭାରତୀୟ ପାଣିପାଗଦ ବିଭାଗ ଜାରି କରିଥିବା ଏହି ମ୍ୟାପ ଉପରେ । ବୁଧବାର ରାଜ୍ୟର କେତେକ ସ୍ଥାନରେ ୧୧୫ରୁ ୨୦୪ ମିଲିମିଟର ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

The post ମୌସୁମୀ ଟ୍ରାପଲାଇନ ପ୍ରଭାବରେ ବର୍ଷା ଜାରି । କାଲିଠାରୁ ବଢିବ ବର୍ଷାର ପରିମାଣ, ୭ରେ ଆଉ ଏକ ଲଘୁଚାପ ସମ୍ଭାବନା first appeared on Kanak News.