ମ୍ୟାଗି ବିକ୍ରିରେ ଭାରତ ୧ ନମ୍ବର
ଭୁବନେଶ୍ୱର,୧୯।୬(ଅନୁରାଧା ମହାରଣା): ୨ ମିନିଟ୍ରେ ପ୍ରସ୍ତୁତ ହୋଇଯାଉଥିବା ମ୍ୟାଗି ନୁଡୁଲ୍ସ ଭାରତରେ ରେକର୍ଡ ପରିମାଣର ବିକ୍ରି ହୋଇଛି। ନେସ୍ଲେ ଇଣ୍ଡିଆ ଅନୁଯାୟୀ ମ୍ୟାଗି ପାଇଁ ଭାରତ ସବୁଠୁ ବଡ଼ ବଜାରରେ ପରିଣତ ହୋଇଛି। କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରେ ପ୍ରାୟ ୬୦୦ କୋଟି ୟୁନିଟ୍ ମ୍ୟାଗି ବିକ୍ରି କରିଛି। ଏହା ବ୍ୟତୀତ କମ୍ପାନୀର ଚକୋଲେଟ କିଟ୍କ୍ୟାଟ୍ ମଧ୍ୟ ବିକ୍ରି ରେକର୍ଡ ମଧ୍ୟ ଭାଙ୍ଗିଛି। ଗତ ଆର୍ଥିକ ବର୍ଷରେ କମ୍ପାନୀ କିଟ୍କ୍ୟାଟ୍ର ୪୨୦ କୋଟି ୟୁନିଟ୍ ବିକ୍ରି […] The post ମ୍ୟାଗି ବିକ୍ରିରେ ଭାରତ ୧ ନମ୍ବର appeared first on Dharitri Odia News.
ଭୁବନେଶ୍ୱର,୧୯।୬(ଅନୁରାଧା ମହାରଣା): ୨ ମିନିଟ୍ରେ ପ୍ରସ୍ତୁତ ହୋଇଯାଉଥିବା ମ୍ୟାଗି ନୁଡୁଲ୍ସ ଭାରତରେ ରେକର୍ଡ ପରିମାଣର ବିକ୍ରି ହୋଇଛି। ନେସ୍ଲେ ଇଣ୍ଡିଆ ଅନୁଯାୟୀ ମ୍ୟାଗି ପାଇଁ ଭାରତ ସବୁଠୁ ବଡ଼ ବଜାରରେ ପରିଣତ ହୋଇଛି। କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରେ ପ୍ରାୟ ୬୦୦ କୋଟି ୟୁନିଟ୍ ମ୍ୟାଗି ବିକ୍ରି କରିଛି। ଏହା ବ୍ୟତୀତ କମ୍ପାନୀର ଚକୋଲେଟ କିଟ୍କ୍ୟାଟ୍ ମଧ୍ୟ ବିକ୍ରି ରେକର୍ଡ ମଧ୍ୟ ଭାଙ୍ଗିଛି। ଗତ ଆର୍ଥିକ ବର୍ଷରେ କମ୍ପାନୀ କିଟ୍କ୍ୟାଟ୍ର ୪୨୦ କୋଟି ୟୁନିଟ୍ ବିକ୍ରି କରିଛି। କିଟ୍କ୍ୟାଟ୍ ପାଇଁ ଭାରତ ଦ୍ୱିତୀୟ ବୃହତ୍ତମ ବଜାରରେ ପରିଣତ ହୋଇଛି। ସ୍ବିସ୍ ଏମ୍ଏନ୍ସି ନେସ୍ଲେର ଇଣ୍ଡିଆ ୟୁନିଟ୍ ସୋମବାର ଏହାର ବାର୍ଷିକ ରିପୋର୍ଟରେ ଏହି ପରିସଂଖ୍ୟାନ ପ୍ରକାଶ କରିଛି। ନେସ୍ଲେ ପକ୍ଷରୁ ମିଳିଥିବା ସୂଚନାନୁସାରେ ଯେ ଭାରତ ସେମାନଙ୍କ ପାଇଁ ଦ୍ରୁତ ଅଭିବୃଦ୍ଧିଶୀଳ ବଜାରରେ ପରିଣତ ହୋଇଛି। କମ୍ପାନୀ ଏଠାରେ ଦୁଇ ଅଙ୍କରେ ବୃଦ୍ଧି ପାଉଛ। ମ୍ୟାଗି ନୁଡୁଲ୍ସ ଏବଂ ମ୍ୟାଗି ମସାଲା-ଇ-ମ୍ୟାଜିକର ମୂଲ୍ୟ ଏବଂ ଉତ୍ପାଦ ମିଶ୍ରଣ ମାଧ୍ୟମରେ କମ୍ପାନୀ ଏହି ଅଭିବୃଦ୍ଧି ହାସଲ କରିଛି। ଏହି କ୍ଷେତ୍ରରେ ଅନେକ କମ୍ପାନୀର ପ୍ରବେଶ ସହ ପ୍ରତିଯୋଗିତା ମଧ୍ୟ ବଢ଼ିଯାଇଛି। ଗତ ୮ ବର୍ଷ ମଧ୍ୟରେ କମ୍ପାନୀ ଭାରତରେ ପ୍ରାୟ ୧୪୦ଟି ଉତ୍ପାଦ ଲଞ୍ଚ କରିଛି। ଏହା ବ୍ୟତୀତ ୨୦୨୫ ସୁଦ୍ଧା ଏହା ଭାରତରେ ୭୫୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛି।
The post ମ୍ୟାଗି ବିକ୍ରିରେ ଭାରତ ୧ ନମ୍ବର appeared first on Dharitri Odia News.