ମ୍ୟାଚ ଚାଲିଥିବା ବେଳେ ପଡ଼ିଆରେ ପଶିଗଲା ଗୋଧି, ତା’ ପରେ..

ମ୍ୟାଚ୍‌ର ୪୭ତମ ଓଭରେ ପୂରା ଘଟଣା ଘଟିଥିଲା।

ମ୍ୟାଚ ଚାଲିଥିବା ବେଳେ ପଡ଼ିଆରେ ପଶିଗଲା ଗୋଧି, ତା’ ପରେ..

କ୍ରିକେଟ ମ୍ୟାଚ୍‌ ଚାଲିଥିବା ବେଳେ ଘଟିଛି ଅଜବ ଘଟଣା। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଗୋଧି ଆତଙ୍କ ଦେଖିବାକୁ ମିଳିଛି। ଆଜି କଲମ୍ବୋର ସିନହାଲେସ ସ୍ପୋର୍ଟସ କ୍ଲବରେ ମ୍ୟାଚ୍‌ ଚାଲିଥିବା ବେଳେ ହଠାତ ଗୋଟିଏ ଗୋଧି ପଡ଼ିଆ ଭିତରେ ପଶି ଯାଇଥିଲା। ଏଥିପାଇଁ ମ୍ୟାଚ୍‌ ମଧ୍ୟ କିଛି ସମୟ ଅଟକି ରହିଥିଲେ। ପଡ଼ିଆ ଭିତରେ ଗୋଧି ବୁଲୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ମ୍ୟାଚ୍‌ର ୪୭ତମ ଓଭରେ ପୂରା ଘଟଣା ଘଟିଥିଲା। ଆଫଗାନିସ୍ତାନର ନିଜାତ ମାସୁଦ ବୋଲିଂ କରିବାକୁ ଯାଉଥିବା ବେଳେ ସାମ୍ନାରେ ଭେଟରାନ ଆଞ୍ଜେଲୋ ମାଥ୍ୟୁସ ରହିଥିଲେ। ଏହି ସମୟରେ ହଠାତ ଗୋଟିଏ ଗୋଧି ବାଉଣ୍ଡରୀ ଡେଇଁ ପଡ଼ିଆ ଭିତରେ ପ୍ରବେଶ କରିଥିଲା। ଏହାର ଆକାର ବେଶ ବଡ଼ ଥିବାରୁ ଖେଳାଳି ଓ ଅମ୍ପାୟାର ସାମନ୍ୟ ନର୍ଭସ ହୋଇ ଯାଇଥିଲେ।

ଗୋଧିକୁ ଦେଖି ବାଉଣ୍ଡରୀ ପାଖରେ ଥିବା ଖେଳାଳିଙ୍କ ଧ୍ୟାନଚ୍ୟୁତ ହୋଇଥିଲା। ସେ ମ୍ୟାଚ୍‌ ଉପରେ ଫୋକସ କରି ପାରୁ ନଥିବା ଅଭିଯୋଗ କରିଥିଲେ। ତେଣୁ ଅମ୍ପାୟାର ଏହା ଜାଣିବା ପରେ ମ୍ୟାଚ୍‌କୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ।