ମ୍ୟାଚ୍ ହାରିବା ପରେ ରୋହିତଙ୍କ ସହ କଥା ହେଲେ ଆକାଶ, କ୍ୟାପଟେନ୍ଙ୍କ ଉପରେ ବୁଲିଲା ଖଣ୍ଡା?
ମୁମ୍ୱାଇ ୨୮/୦୩: ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍ସଠାରୁ ଶୋଚନୀୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଆଇପିଏଲ ଇତିହାସରେ ସବୁଠୁ ବଡ ସ୍କୋର କରିଥିଲା ହାଇଦ୍ରାବାଦ । ମୁମ୍ବାଇ ଟିମ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳୁଥିଲା । ଦଳର ପରାଜୟ ପରେ ସୋସିଆଲ ମିଡିଆରେ ତାଙ୍କୁ ବହୁତ ସମାଲୋଚନା କରାଯାଇଛି । କାରଣ ମୁମ୍ୱାଇର ଏହା ଥିଲା ଦ୍ୱିତୀୟ ପରାଜୟ ।ତେବେ ସବୁଠୁ ବଡ କଥା ହେଉଛି ଏବେ ହାର୍ଦ୍ଦିକଙ୍କ କ୍ୟାପଟେନ୍ସି ନେଇ ଉଠିଛି ବଡ ପ୍ରଶ୍ନ । କାରଣ ମ୍ୟାଚ୍ ପରେ ଆକାଶ ଅମ୍ବାନୀ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି କଣ ବିଦା ହେବେ କି ହାର୍ଦ୍ଦିକ ପାଣ୍ଡ୍ୟା । ରୋହିତ ଏବଂ ଆକାଶଙ୍କ ଫଟୋ ବେଶ୍ ଭାଇରାଲ ହେଉଛି । କୁହାଯାଉଛି କି ଆକାଶଙ୍କ ମନ ବଦଳିଛି । ବୋଧହୁଏ ସେ ରୋହିତଙ୍କୁ ଦାୟିତ୍ୱ ଦେବାକୁ ଯୋଜନା କରୁଛନ୍ତି । ସୂଚନା ଥାଉକି, ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜନ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିଲା । ଯେଉଁଥିରେ ସେ ରୋହିତଙ୍କୁ ଅଧିନାୟକତ୍ୱରୁ ହଟାଇ ଦେଇଥିଲେ । ଏହି ଦାAkash Ambani having a chat with Rohit Sharma after the loss against SRH #AkashAmbani #RohitSharma???? #SRHvMI #IPL2024 #MIvsSRH #cricket pic.twitter.com/3NLVF88d9Y— Mr:Zeeshoo (@
ମୁମ୍ୱାଇ ୨୮/୦୩: ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍ସଠାରୁ ଶୋଚନୀୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଆଇପିଏଲ ଇତିହାସରେ ସବୁଠୁ ବଡ ସ୍କୋର କରିଥିଲା ହାଇଦ୍ରାବାଦ । ମୁମ୍ବାଇ ଟିମ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳୁଥିଲା । ଦଳର ପରାଜୟ ପରେ ସୋସିଆଲ ମିଡିଆରେ ତାଙ୍କୁ ବହୁତ ସମାଲୋଚନା କରାଯାଇଛି । କାରଣ ମୁମ୍ୱାଇର ଏହା ଥିଲା ଦ୍ୱିତୀୟ ପରାଜୟ ।
ତେବେ ସବୁଠୁ ବଡ କଥା ହେଉଛି ଏବେ ହାର୍ଦ୍ଦିକଙ୍କ କ୍ୟାପଟେନ୍ସି ନେଇ ଉଠିଛି ବଡ ପ୍ରଶ୍ନ । କାରଣ ମ୍ୟାଚ୍ ପରେ ଆକାଶ ଅମ୍ବାନୀ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି କଣ ବିଦା ହେବେ କି ହାର୍ଦ୍ଦିକ ପାଣ୍ଡ୍ୟା । ରୋହିତ ଏବଂ ଆକାଶଙ୍କ ଫଟୋ ବେଶ୍ ଭାଇରାଲ ହେଉଛି । କୁହାଯାଉଛି କି ଆକାଶଙ୍କ ମନ ବଦଳିଛି । ବୋଧହୁଏ ସେ ରୋହିତଙ୍କୁ ଦାୟିତ୍ୱ ଦେବାକୁ ଯୋଜନା କରୁଛନ୍ତି ।
ସୂଚନା ଥାଉକି, ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜନ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିଲା । ଯେଉଁଥିରେ ସେ ରୋହିତଙ୍କୁ ଅଧିନାୟକତ୍ୱରୁ ହଟାଇ ଦେଇଥିଲେ । ଏହି ଦା
Akash Ambani having a chat with Rohit Sharma after the loss against SRH #AkashAmbani #RohitSharma???? #SRHvMI #IPL2024 #MIvsSRH #cricket pic.twitter.com/3NLVF88d9Y— Mr:Zeeshoo (@Mr_Zeeshuu) March 27, 2024
ୟିତ୍ୱ ତାଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ ଦିଆଯାଇଥିଲା । କିନ୍ତୁ ହାଇଦ୍ରାବାଦ ବିପକ୍ଷରେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଅତ୍ୟନ୍ତ ଖରାପ ଥିଲା । ଅନେକ ପୂର୍ବତନ କ୍ରିକେଟର ମଧ୍ୟ ତାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ମ୍ୟାଚ୍ ପରେ ଆକାଶ ଏବଂ ରୋହିତଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ।
ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି ଏବଂ ରୋହିତ ପୁଣିଥରେ ଅଧିନାୟକତ୍ୱ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏହି ପରାଜୟର ସମୀକ୍ଷା ପୂର୍ବ ମ୍ୟାଚରୁ ଜାରି ରହିଛି । ପୂର୍ବ ମ୍ୟାଚ୍ରେ ବି ପାଣ୍ଡ୍ୟା ରୋହିତଙ୍କ ଭଲ ବ୍ୟବହାର କରିନଥିବା କୁହାଯାଉଥିଲା । ଏମିତିକି ପଡିଆରେ ବି ତାଙ୍କ ବ୍ୟବହାରକୁ ନେଇ ଫ୍ୟାନ୍ସ ସମାଲୋଚନା କରିଥିଲେ । ଏବେ ଯାହା ଚର୍ଚ୍ଚା ହେଉଛି ବୋଧହୁଏ ଆଗକୁ ହାତରୁ ଯାଇପାରେ ଅଧିନାୟକ ପଦ ।
you can also read
MI ଅଧିନାୟକ ହେବା ପରେ ବଦଳିଲା ହାର୍ଦ୍ଦିକଙ୍କ ସ୍ୱର, ନିଜକୁ ଭାବୁଛନ୍ତି ସର୍ବେସର୍ବା