ମ୍ୟାନ୍‌ମାର ସ୍କାମ୍‌ ସେଣ୍ଟରରୁ ମୁକ୍ତ ୩୦୦ ଭାରତୀୟ ଫେରିଲେ

ନୂଆଦିଲ୍ଲୀ,୧୦।୩: ମ୍ୟାନ୍‌ମାରର ସ୍କାମ୍‌ ସେଣ୍ଟରଗୁଡ଼ିକରୁ ମୁକ୍ତ ହୋଇଥିବା ପାଖାପାଖି ୩୦୦ ଭାରତୀୟଙ୍କୁ ସୋମବାର ବାୟୁସେନାର ସି-୧୭ ବିମାନ ଯୋଗେ ଫେରାଇ ଅଣାଯାଇଛି। ମୁଖ୍ୟତଃ ଚାଇନା ଅପରେଟରଙ୍କ ଦ୍ୱାରା ପରିଚାଳିତ ବେଆଇନ ଅନ୍‌ଲାଇନ ଜାଲିଆତି ସେଣ୍ଟରଗୁଡ଼ିକରେ ଚଢ଼ାଉ କରାଯାଇ ୨ ଡଜନରୁ ଊର୍ଦ୍ଧ୍ୱ ଦେଶର ପ୍ରାୟ ୭,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ସେମାନେ ମ୍ୟାନ୍‌ମାର-ଥାଇଲାଣ୍ଡ ସୀମା ନିକଟରେ ଅତ୍ୟନ୍ତ ଖରାପ ସ୍ଥିତିରେ ଅଟକି ରହିଥିଲେ। ୨୬୬ଜଣ ପୁରୁଷ ଓ ୧୭ ମହିଳାଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ଅଧିକାରୀମାନେ […] The post ମ୍ୟାନ୍‌ମାର ସ୍କାମ୍‌ ସେଣ୍ଟରରୁ ମୁକ୍ତ ୩୦୦ ଭାରତୀୟ ଫେରିଲେ appeared first on Dharitri Odia News.

ମ୍ୟାନ୍‌ମାର ସ୍କାମ୍‌ ସେଣ୍ଟରରୁ ମୁକ୍ତ ୩୦୦ ଭାରତୀୟ ଫେରିଲେ

ନୂଆଦିଲ୍ଲୀ,୧୦।୩: ମ୍ୟାନ୍‌ମାରର ସ୍କାମ୍‌ ସେଣ୍ଟରଗୁଡ଼ିକରୁ ମୁକ୍ତ ହୋଇଥିବା ପାଖାପାଖି ୩୦୦ ଭାରତୀୟଙ୍କୁ ସୋମବାର ବାୟୁସେନାର ସି-୧୭ ବିମାନ ଯୋଗେ ଫେରାଇ ଅଣାଯାଇଛି।

ମୁଖ୍ୟତଃ ଚାଇନା ଅପରେଟରଙ୍କ ଦ୍ୱାରା ପରିଚାଳିତ ବେଆଇନ ଅନ୍‌ଲାଇନ ଜାଲିଆତି ସେଣ୍ଟରଗୁଡ଼ିକରେ ଚଢ଼ାଉ କରାଯାଇ ୨ ଡଜନରୁ ଊର୍ଦ୍ଧ୍ୱ ଦେଶର ପ୍ରାୟ ୭,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ସେମାନେ ମ୍ୟାନ୍‌ମାର-ଥାଇଲାଣ୍ଡ ସୀମା ନିକଟରେ ଅତ୍ୟନ୍ତ ଖରାପ ସ୍ଥିତିରେ ଅଟକି ରହିଥିଲେ। ୨୬୬ଜଣ ପୁରୁଷ ଓ ୧୭ ମହିଳାଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ଅଧିକାରୀମାନେ ୭ଟି ବସ୍‌ ପଠାଇଥିଲେ। ଏଥିସହିତ ସେମାନଙ୍କ ଜିନିଷପତ୍ର ଆଣିବା ପାଇଁ ଆଉ ୩ଟି ବସ୍‌ ଯାଇଥିଲା। ସେମାନଙ୍କୁ ଥାଇଲାଣ୍ଡର ମାଏ ସଟ୍‌ ଏୟାରପୋର୍ଟ ଅଣାଯିବା ପରେ ସେଠାରୁ ସି-୧୭ ବିମାନରେ ଭାରତ ଅଣାଯାଇଛି।

ମଙ୍ଗଳବାର ଆଉ ୨୫୭ ଜଣ ଫେରିବେ। ଚାଇନା ୨,୦୦୦ରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଫେରାଇ ନେଲାଣି। ଭାରତ, ଚାଇନା ସମେତ ବିଭିନ୍ନ ଦେଶର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ମ୍ୟାନ୍‌ମାରର ଅବୈଧ ସୀମାନ୍ତ ଅଞ୍ଚଳରେ ଚାଲିଥିବା ୧୦୦ କୋଟି ଡଲାରର ସ୍କାମ୍‌ ସେଣ୍ଟରଗୁଡ଼ିକରେ ନିୟୋଜିତ କରାଯାଇଥିଲା।

The post ମ୍ୟାନ୍‌ମାର ସ୍କାମ୍‌ ସେଣ୍ଟରରୁ ମୁକ୍ତ ୩୦୦ ଭାରତୀୟ ଫେରିଲେ appeared first on Dharitri Odia News.