ମୟଙ୍କ ଯାଦବଙ୍କ ଘାତକ ବୋଲିଂକୁ କେମିତି ଖେଳିବେ ବ୍ୟାଟର ? ମାଥ୍ୟୁ ହେଡେନ ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ସଂପ୍ରତି ସଭିଙ୍କ ମୁହଁରେ ଉଦୀୟମାନ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କ ନାଁ ରହିଛି। ସାଥୀ ଖେଳାଳିଙ୍କଠୁ ନେଇ ଶୁଭେଚ୍ଛୁ ଓ କ୍ରିକେଟ୍ ବିଶେଷଜ୍ଞ ତାଙ୍କ ପ୍ରଶଂସକ ପାଲଟିଛନ୍ତି। ଏବେ ମୟଙ୍କଙ୍କ ପ୍ରଶଂସାରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆର ବରିଷ୍ଠ ପୂର୍ବତନ ଖେଳାଳି ମାଥ୍ୟୁ ହେଡେନ। ମୟଙ୍କ ଏ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ରେ ୨ଟି ମ୍ୟାଚ୍ ଖେଳି ୬ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ଘଣ୍ଟା ପ୍ରତି ୧୫୬.୭ କିମି ବେଗରେ ବୋଲିଂ କରି କ୍ରିକେଟ୍ ଜଗତରେ ଚହଳ ପକାଇଛନ୍ତି।ମୟଙ୍କ ନିଜର ଆଇପିଏଲ୍ କ୍ୟାରିୟରର ପ୍ରଥମ ମୁକାବିଲାରେ ୧୫୦ କିମି ବେଗରେ ବୋଲିଂ କରି ପଞ୍ଜାବ କିଙ୍ଗ୍ସର ବ୍ୟାଟରଙ୍କୁ ଘାଇଲା କରିଥିଲେ। ଜୋନି ବେୟାରଷ୍ଟୋ ,ଫାଫ ଡୁପ୍ଲେସିସ୍ ଓ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ପରି ବ୍ୟାଟରଙ୍କୁ ନିଜର ଶିକାର କରି ସାରିଛନ୍ତି ଏହି ଯୁବ ଦ୍ରୁତ ବୋଲର। ବ୍ୟାଟରଙ୍କ ମହଲରେ ଭାଳେଣି ପଡ଼ିଛି ଯେ ମୟଙ୍କଙ୍କୁ କେମିତି ଖେଳାଯିବ। ଏବେ ଅଷ୍ଟ୍ରେଲିଆର ବରିଷ୍ଠ ପୂର୍ବତନ ବ୍ୟାଟର ମାଥ୍ୟୁ ହେଡେନ କିଛି ପରାମର୍ଶ ଦେଇଛନ୍ତି, ଯଦ୍ଵାରା ମୟଙ୍କ ବଲ୍‌କୁ ଖେଳା ଯାଇ ପାରିବ। Also read: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ଆଉ ଏକ ଝଟ୍‌କା, ଆହତ କାରଣରୁ ପୁରା ସିଜିନ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳିମାଥ୍ୟୁ ହେଡେନ କହିଛନ୍ତି, ପ୍ରତିଯୋଗିତା ମୂଳକ କ୍ରିକେଟରେ ଏବେ ସଭିଙ୍କ ନଜର ମୟଙ୍କ ଯାଦବଙ୍କ ଉପରେ ରହିଛି। ସମସ୍ତେ ରଣନୀତି ପ୍ର

ମୟଙ୍କ ଯାଦବଙ୍କ ଘାତକ ବୋଲିଂକୁ କେମିତି ଖେଳିବେ ବ୍ୟାଟର ? ମାଥ୍ୟୁ ହେଡେନ ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ସଂପ୍ରତି ସଭିଙ୍କ ମୁହଁରେ ଉଦୀୟମାନ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କ ନାଁ ରହିଛି। ସାଥୀ ଖେଳାଳିଙ୍କଠୁ ନେଇ ଶୁଭେଚ୍ଛୁ ଓ କ୍ରିକେଟ୍ ବିଶେଷଜ୍ଞ ତାଙ୍କ ପ୍ରଶଂସକ ପାଲଟିଛନ୍ତି। ଏବେ ମୟଙ୍କଙ୍କ ପ୍ରଶଂସାରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆର ବରିଷ୍ଠ ପୂର୍ବତନ ଖେଳାଳି ମାଥ୍ୟୁ ହେଡେନ। ମୟଙ୍କ ଏ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ରେ ୨ଟି ମ୍ୟାଚ୍ ଖେଳି ୬ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ଘଣ୍ଟା ପ୍ରତି ୧୫୬.୭ କିମି ବେଗରେ ବୋଲିଂ କରି କ୍ରିକେଟ୍ ଜଗତରେ ଚହଳ ପକାଇଛନ୍ତି।

ମୟଙ୍କ ନିଜର ଆଇପିଏଲ୍ କ୍ୟାରିୟରର ପ୍ରଥମ ମୁକାବିଲାରେ ୧୫୦ କିମି ବେଗରେ ବୋଲିଂ କରି ପଞ୍ଜାବ କିଙ୍ଗ୍ସର ବ୍ୟାଟରଙ୍କୁ ଘାଇଲା କରିଥିଲେ। ଜୋନି ବେୟାରଷ୍ଟୋ ,ଫାଫ ଡୁପ୍ଲେସିସ୍ ଓ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ପରି ବ୍ୟାଟରଙ୍କୁ ନିଜର ଶିକାର କରି ସାରିଛନ୍ତି ଏହି ଯୁବ ଦ୍ରୁତ ବୋଲର। ବ୍ୟାଟରଙ୍କ ମହଲରେ ଭାଳେଣି ପଡ଼ିଛି ଯେ ମୟଙ୍କଙ୍କୁ କେମିତି ଖେଳାଯିବ। ଏବେ ଅଷ୍ଟ୍ରେଲିଆର ବରିଷ୍ଠ ପୂର୍ବତନ ବ୍ୟାଟର ମାଥ୍ୟୁ ହେଡେନ କିଛି ପରାମର୍ଶ ଦେଇଛନ୍ତି, ଯଦ୍ଵାରା ମୟଙ୍କ ବଲ୍‌କୁ ଖେଳା ଯାଇ ପାରିବ। 

Also read: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ଆଉ ଏକ ଝଟ୍‌କା, ଆହତ କାରଣରୁ ପୁରା ସିଜିନ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ମାଥ୍ୟୁ ହେଡେନ କହିଛନ୍ତି, ପ୍ରତିଯୋଗିତା ମୂଳକ କ୍ରିକେଟରେ ଏବେ ସଭିଙ୍କ ନଜର ମୟଙ୍କ ଯାଦବଙ୍କ ଉପରେ ରହିଛି। ସମସ୍ତେ ରଣନୀତି ପ୍ରସ୍ତୁତ କରୁଛନ୍ତି ଯେ, ମୟଙ୍କଙ୍କ ବୋଲିଂକୁ କେମିତି ଖେଳାଯିବ। କାରଣ ସେ କେବଳ ଦ୍ରୁତ ଗତିରେ ବୋଲିଂ କରୁ ନାହାନ୍ତି ବରଂ ଠିକ୍ ଲାଇନରେ ବଲ୍ ପକାଉଛନ୍ତି, ଯାହା ବ୍ୟାଟରଙ୍କୁ ଅଡ଼ୁଆରେ ପକାଉଛି। ତେଣୁ ଉଚିତ୍ ହେବ ବଲକୁ ପାଖକୁ ଆସିବାକୁ ଦିଆଯାଉ ଏବଂ ଟାଇମିଂ ସହ ଖେଳାଯାଉ। ବ୍ୟାଟରମାନେ ଜବରଦସ୍ତି ବଡ ସଟ୍ ଖେଳିବା ପାଇଁ ଫ୍ରଣ୍ଟ ଫୁଟ୍ କିମ୍ବା ବ୍ୟାକଫୁଟ୍‌କୁ ଯାଆନ୍ତୁ ନାହିଁ। ଏମିତି କଲେ ବାକି କାମ ବଲ୍ ନିଜେ କରି ଦେବ କାରଣ ମୟଙ୍କ ବହୁତ ଦ୍ରୁତ ଗତିରେ ବୋଲିଂ କରୁଛନ୍ତି। 

ପଞ୍ଜାବ ମ୍ୟାଚ୍ ପରେ ଆରସିବି ବିପକ୍ଷ  ମ୍ୟାଚ୍‌ରେ ମୟଙ୍କଙ୍କ ଝଡ଼ ଦେଖିବାକୁ ମିଳିଥିଲା। ତାଙ୍କ ବୋଲିଂ ସମୟରେ  ଆରସିବି ବ୍ୟାଟରଙ୍କ ମଧ୍ୟରେ ଏକ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ବ୍ୟାଟର ଠିକ୍‌ରେ ବି ତାଙ୍କ ବଲ୍ ଖେଳି ପାରୁ ନ ଥିଲେ। ମୟଙ୍କ ଆରସିବି ବିପକ୍ଷରେ ୪ ଓଭରରେ ମାତ୍ର ୧୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।