ମୟୁରଭଞ୍ଜରୁ ଚମ୍ପୁଆ ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ
କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୁରଭଞ୍ଜ ଜିଲାରୁ ଏକ ୨୮ ଟିକିଆ ହାତୀପଲ ଆସି କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ପଶିଛନ୍ତି। ହାତୀପଲ ପଦ୍ମପୁର ନିକଟରେ ବୈତରଣୀ ପାର ହୋଇ ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍ରେ ପ୍ରବେଶ କରିଛନ୍ତି । ହାତୀପଲ ଆସିବା ବାଟରେ ବ୍ୟାପକ ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ହାତୀପଲ ଝାଲିଆବେଡା ଗାଁ ନିକଟରେ ଘୁରି ବୁଲୁଛନ୍ତି। ଅନ୍ୟପକ୍ଷେ ଧାନ ଚାଷ ନଷ୍ଟ ଆଶଙ୍କାରେ ସ୍ଥାନୀୟ ଚାଷୀ ଚିନ୍ତାରେ […] The post ମୟୁରଭଞ୍ଜରୁ ଚମ୍ପୁଆ ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ appeared first on Dharitri Odia News.
କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୁରଭଞ୍ଜ ଜିଲାରୁ ଏକ ୨୮ ଟିକିଆ ହାତୀପଲ ଆସି କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ପଶିଛନ୍ତି। ହାତୀପଲ ପଦ୍ମପୁର ନିକଟରେ ବୈତରଣୀ ପାର ହୋଇ ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍ରେ ପ୍ରବେଶ କରିଛନ୍ତି ।
ହାତୀପଲ ଆସିବା ବାଟରେ ବ୍ୟାପକ ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ହାତୀପଲ ଝାଲିଆବେଡା ଗାଁ ନିକଟରେ ଘୁରି ବୁଲୁଛନ୍ତି। ଅନ୍ୟପକ୍ଷେ ଧାନ ଚାଷ ନଷ୍ଟ ଆଶଙ୍କାରେ ସ୍ଥାନୀୟ ଚାଷୀ ଚିନ୍ତାରେ ଥିବା ବେଳେ ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଜ୍ୟୋତିପୁର, ପଦ୍ମପୁର, ଝାଲିଆବେଡା, ବର୍ଦ୍ଧନା ଓ ପାରୁଡ଼ିପଶି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।
The post ମୟୁରଭଞ୍ଜରୁ ଚମ୍ପୁଆ ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ appeared first on Dharitri Odia News.