ମୟୂରଭଞ୍ଜ ଜିଲ୍ଲା ପାଇଁ ନଭେମ୍ବର ୧୬କୁ ଛୁଟି ଘୋଷଣା କଲେ ଆରଡିସି

ପୂର୍ବରୁ ଏହି ଜିଲ୍ଲା ପାଇଁ ନଭେମ୍ବର ୨ ତାରିଖ (ଶୁକ୍ରବାର)କୁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରାଯାଇଥିଲା।

ମୟୂରଭଞ୍ଜ ଜିଲ୍ଲା ପାଇଁ ନଭେମ୍ବର ୧୬କୁ ଛୁଟି ଘୋଷଣା କଲେ ଆରଡିସି

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୬ ତାରିଖ (ଶନିବାର)କୁ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ। ପୂର୍ବରୁ ଏହି ଜିଲ୍ଲା ପାଇଁ ନଭେମ୍ବର ୨ ତାରିଖ (ଶୁକ୍ରବାର)କୁ ଦୀପାବଳି/କାଳିପୂଜା ପରଦିନ ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରାଯାଇଥିଲା।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା ଏହି ଦିନକୁ ସରକାରୀ ଆଞ୍ଚଳିକ ଛୁଟି ଘୋଷଣା ନିମନ୍ତେ ପତ୍ର ମାଧ୍ୟମରେ ପ୍ରସ୍ତାବ ଦିଆଯାଇଥିଲା ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି।