ଯଜ୍ଞରେ ବେଦଧ୍ୱନୀ କରୁଛନ୍ତି ମହିଳା ପଣ୍ଡିତ, ମୁହଁରେ ମୁଖସ୍ତ ୧୮ ଅଧ୍ୟାୟ ଗୀତା

କାକଟପୁର(କେନ୍ୟୁଜ): କୃଷ୍ଣ ମୋ ଜୀବନ ଧନ, କୃଷ୍ଣ ମୋ ହୃଦୟ, କୃଷ୍ଣ ମୋ ସାଧନ……ଗୀତରେ ଗୀତରେ କୃଷ୍ଣଙ୍କ ପ୍ରତି ଥିବା ଭଲପାଇବା ଜାହିର କରୁଛନ୍ତି ଏହି ମହିଳା । କେତେବେଳେ କୃଷ୍ଣଙ୍କ ଫଟୋକୁ ଧରି ନିଜ ଓଢଣୀରେ ଫୋଛି ପକାଉଛନ୍ତି ତ, କେତେବେଳେ କୃଷ୍ଣଙ୍କୁ କଦଳୀ, କମଳା ଖୁଆଇ ଦେଉଛନ୍ତି । ନିଜକୁ କୃଷ୍ଣ ପ୍ରେମରେ ହଜାଇ ଦେଇଛନ୍ତି ,ନିଜକୁ କୃଷ୍ଣଙ୍କ ନିକଟରେ ସମର୍ପଣ କରି ସାରା ଜୀବନ ତାଙ୍କ ଚରଣରେ ଅବିବାହିତ କରିବାକୁ ମନସ୍ତ କରି ନିଜକୁ […] The post ଯଜ୍ଞରେ ବେଦଧ୍ୱନୀ କରୁଛନ୍ତି ମହିଳା ପଣ୍ଡିତ, ମୁହଁରେ ମୁଖସ୍ତ ୧୮ ଅଧ୍ୟାୟ ଗୀତା appeared first on KNews Odisha.

ଯଜ୍ଞରେ ବେଦଧ୍ୱନୀ କରୁଛନ୍ତି ମହିଳା ପଣ୍ଡିତ, ମୁହଁରେ ମୁଖସ୍ତ ୧୮ ଅଧ୍ୟାୟ ଗୀତା
mahila

କାକଟପୁର(କେନ୍ୟୁଜ): କୃଷ୍ଣ ମୋ ଜୀବନ ଧନ, କୃଷ୍ଣ ମୋ ହୃଦୟ, କୃଷ୍ଣ ମୋ ସାଧନ……ଗୀତରେ ଗୀତରେ କୃଷ୍ଣଙ୍କ ପ୍ରତି ଥିବା ଭଲପାଇବା ଜାହିର କରୁଛନ୍ତି ଏହି ମହିଳା । କେତେବେଳେ କୃଷ୍ଣଙ୍କ ଫଟୋକୁ ଧରି ନିଜ ଓଢଣୀରେ ଫୋଛି ପକାଉଛନ୍ତି ତ, କେତେବେଳେ କୃଷ୍ଣଙ୍କୁ କଦଳୀ, କମଳା ଖୁଆଇ ଦେଉଛନ୍ତି । ନିଜକୁ କୃଷ୍ଣ ପ୍ରେମରେ ହଜାଇ ଦେଇଛନ୍ତି ,ନିଜକୁ କୃଷ୍ଣଙ୍କ ନିକଟରେ ସମର୍ପଣ କରି ସାରା ଜୀବନ ତାଙ୍କ ଚରଣରେ ଅବିବାହିତ କରିବାକୁ ମନସ୍ତ କରି ନିଜକୁ କୃଷ୍ଣ ପ୍ରେମରେ ଭିଜାଇ ରଖିଛନ୍ତି। ଏ ହେଉଛନ୍ତି ପୁରୀଜିଲ୍ଲାର ଚାରିଚ୍ଛକ ନିକଟ ନୂଆଗାଁ ର ମନସ୍ଵିନୀ ସ୍ଵାଇଁ । ଯିଏ ଜଣେ ମହିଳା ପଣ୍ଡିତ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ହିନ୍ଦୁ ସମାଜରେ ବିବାହ,ବ୍ରତଘର ହେଉ ଅବା ପୂଜା,ଯଜ୍ଞ ସବୁ କର୍ମକାଣ୍ଡ ପାଇଁ ଆମକୁ ପଣ୍ଡିତ କିମ୍ବା ପୁରହିତଙ୍କୁ ଡାକିବାକୁ ପଡିଥାଏ । ଆଉ ଏହି ପଣ୍ଡିତ ଅବା ପୁରୋହିତ ମାନେ ସାଧାରଣ ଭାବରେ ପୁରୁଷ ହୋଇଥାନ୍ତି । ଆମ ସମାଜରେ ପୁରୁଷ ପଣ୍ଡିତ କିମ୍ବା ପୁରହିତ ମାନଙ୍କୁ ଏହି ସବୁ ପୂଜା କର୍ମକାଣ୍ଡମାନ କରିବାର ସ୍ୱୀକୃତି ଦେଇଛି କାହିଁ କେଉଁ ଆବାହମାନ କାଳରୁ। ପୂଜା କର୍ମ କାଣ୍ଡ କରିବା ସମୟରେ ପୂଜକଙ୍କୁ ଅନେକ ବେଦ ଅଧ୍ୟୟନ କରି ମୁଖସ୍ତ କରିବାକୁ ପଡିଥାଏ ,ଏହାପରେ ଯାଇ ପୂଜାକର୍ମ କରାଯାଇଥାଏ।

କିନ୍ତୁ ଅସ୍ତରଙ୍ଗ ନିକଟ ଗୁଣ୍ଡଳବା ଗ୍ରାମର ମାୟାଧର ମଲିକଙ୍କ ଗୃହରେ ଏକ ଗୀତା ଯଜ୍ଞ ଆୟୋଜନ କରାଯାଇଥିବା ସମୟରେ ସେଠାରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ। ମହିଳା ପଣ୍ଡିତ ମାନଙ୍କ ଦ୍ୱାରା ବେଦ ଧ୍ୱନୀ ଉଚ୍ଚାରଣ କରାଯାଇ ଯଜ୍ଞକର୍ତାଙ୍କ ଦ୍ୱାରା ଯଜ୍ଞରେ ଆହୁତି ଦିଆଯାଉଥିବା ଦୃଶ୍ୟ ଉପସ୍ଥିତ ଲୋକଙ୍କୁ କିଛି ନୂଆ ଲାଗିଥିଲା। ପୁରୁଷ ବହୁଳ ସମାଜରେ ପୂଜାକର୍ମ କରିବାପାଇଁ ପୁରୁଷ ମାନଙ୍କ ଆବଶ୍ୟକତା ପଡୁଥିବା ବେଳେ ଏଠାରେ ଜଣେ ମହିଳା ପଣ୍ଡିତ ସୁମଧୁର ସ୍ୱରରେ ଗୀତାର ଅଠର ଅଧ୍ୟାୟର ଶ୍ଳୋକକୁ ନିର୍ଭୁଲ ଭାବରେ ଉଚ୍ଚାରଣ କରୁଥିବା ଦେଖିବାକୁ ମିଳିଥିଲା । ଏହି ମହିଳା ପଣ୍ଡିତ ମନସ୍ଵିନୀ ଅନେକ ସ୍ଥାନକୁ ଏହିଭଳି ଗୀତା ଯଜ୍ଞ କରିବା ପାଇଁ ଯାଇଥାନ୍ତି ଏବଂ ନିଜେ ବେଦ ମନ୍ତ୍ର ଆବୃତି କରି ଯଜ୍ଞ ସମ୍ପାଦନ କରିଥାନ୍ତି ।

mahila pandit

ଛୋଟ ବେଳୁ ମନସ୍ଵିନୀ ବିଭିନ୍ନ ବେଦ ଏବଂ ଧର୍ମ ଶାସ୍ତ୍ର ଅଧ୍ୟୟନ କରି ଆଧ୍ୟାତ୍ମିକ ଚେତନାରେ ବୁଡ଼ିରହିବା ସହିତ ନିଜ ଗ୍ରାମର କୁମାରୀ ଏବଂ ଯୁବପିଢିଙ୍କୁ ଈଶ୍ୱର ଚେତନାରେ ରହିବା ପାଇଁ ପରାମର୍ଶ ଦେଉଛନ୍ତି । ସବୁବେଳେ କୃଷ୍ଣଙ୍କୁ ଭକ୍ତି କରିଥାନ୍ତି ମନସ୍ଵିନୀ । ମନସ୍ଵିନୀ ନିଜ ଗ୍ରାମର ଆଧ୍ୟାତ୍ମିକ ଗୁରୁ ଗଣେଶ ଦାସଙ୍କୁ ନିଜର ଗୁରୁ ଭାବରେ ଗ୍ରହଣ କରି ତାଙ୍କ ଠାରୁ ଆଧ୍ୟାତ୍ମିକ ଚେତନା ଗ୍ରହଣ କରି, ମଣିଷ ଜୀବନର ଲକ୍ଷ ହେଉଛି କେବଳ ଈଶ୍ବର ପ୍ରାପ୍ତି କରିବା ଏହି କଥାଟିକୁ ବୁଝିଯିବା ପରେ ସଂସାର ମୋହ ମାୟା କୁ ତ୍ୟାଗ କରି ସାରା ଜୀବନ କୁଆଁରୀ ରହି କୃଷ୍ଣ ପ୍ରେମରେ ତଲିନ ହୋଇ ସମାଜକୁ ଏକ ଆଧ୍ୟାତ୍ମିକ ମାର୍ଗ ଦେଖାଇବା ପାଇଁ ଜୀବନର ବ୍ରତ କରିଜଦେଇଛନ୍ତି ।

ନୂଆଗାଁରେ ମନସ୍ଵିନୀଙ୍କ ଗୁରୁ ଗଣେଶ ଦାସଙ୍କ ଦ୍ୱାରା ଏକ ଆଶ୍ରମ ପ୍ରତିଷ୍ଠା ହୋଇଥିବା ବେଳେ ମନସ୍ଵିନୀ ସେହିଠାରେ ରହି ନିଜର ଆଧ୍ୟାତ୍ମିକ ତା ସାଧନା କରୁଛନ୍ତି । ଏହି ଗ୍ରାମରେ ଯୁବପିଢି ମାନଙ୍କୁ ସତ ଚରିତ୍ରବାନ ହେବା ସହିତ ନିଶା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି ମନସ୍ଵିନୀ । ଆଜି ତାଙ୍କ ଗ୍ରାମ ନୂଆଗା ର କୌଣସି ଯୁବକ ନିଶା ସେବାନ କରନ୍ତି ନାହିଁ ବୋଲି କୁହନ୍ତି ମନସ୍ଵିନୀ । ଆଜିର ସମାଜରେ ଆଧୁନିକର ଛାପରେ ଯୁବପିଢି ମାନେ ଆଧ୍ୟାତ୍ମିକ ଚେତନା ଠାରୁ ଦୂରେଇ ଦୂରେଇ ଯାଉଥିବା ବେଳେ ମନସ୍ଵିନୀ ଭଳି ଜଣେ ଯୁବତୀ ଈଶ୍ୱର ଚିନ୍ତାରେ ନିମଗ୍ନ ହୋଇ ଗୀତା ଶାସ୍ତ୍ର ଭଳି ମହାନ ଗ୍ରନ୍ଥ କୁ ଅଧୟନ କରିବା ସହିତ ଗୀତା ଗ୍ରନ୍ଥ ର ୧୮ ଅଧ୍ୟାୟ ର ୭୦୦ ଶ୍ଳୋକ କୁ ମୁଖସ୍ତ କରିବା ସହିତ ଗୀତା ଯଜ୍ଞ ରେ ବିନା ପୁସ୍ତକ ରେ ସଂସ୍କୃତ ଶ୍ଳୋକ କୁ ଉଚାରଣ କରୁଛନ୍ତି । ଯାହା ଏ ସମାଜ ପାଇଁ ନିଶ୍ଚିତ ଭାବରେ ଏକ ଉଦାହରଣ ।

 

The post ଯଜ୍ଞରେ ବେଦଧ୍ୱନୀ କରୁଛନ୍ତି ମହିଳା ପଣ୍ଡିତ, ମୁହଁରେ ମୁଖସ୍ତ ୧୮ ଅଧ୍ୟାୟ ଗୀତା appeared first on KNews Odisha.