ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ମୁଁ ୧୦-୧୨ ରାଜ୍ୟ ଗସ୍ତ କରିଥିଲି। ଏହି ରାଜ୍ୟଗୁଡିକରୁ ଆମକୁ ଭଲ ପ୍ରତିକ୍ରିୟା ମିଳୁଛି। ଏହି ଭୋଟରଙ୍କ ଉପରେ ଅଧିକ ଆଲୋଚନା ହେଉନାହିଁ। ପ୍ରଧାନମନ୍ତ୍ରୀ ମୋଦି ଏହି ‘ଅଦୃଶ୍ୟ’ ଭୋଟରଙ୍କୁ ଭୟ କରୁଛନ୍ତି। ଖାର୍ଗେ ଆହୁରି କହିଛନ୍ତି, ଭାଜପା ଏବଂ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ ବର୍ତ୍ତମାନ […] The post ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ appeared first on Dharitri Odia News.

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ମୁଁ ୧୦-୧୨ ରାଜ୍ୟ ଗସ୍ତ କରିଥିଲି। ଏହି ରାଜ୍ୟଗୁଡିକରୁ ଆମକୁ ଭଲ ପ୍ରତିକ୍ରିୟା ମିଳୁଛି। ଏହି ଭୋଟରଙ୍କ ଉପରେ ଅଧିକ ଆଲୋଚନା ହେଉନାହିଁ। ପ୍ରଧାନମନ୍ତ୍ରୀ ମୋଦି ଏହି ‘ଅଦୃଶ୍ୟ’ ଭୋଟରଙ୍କୁ ଭୟ କରୁଛନ୍ତି।

ଖାର୍ଗେ ଆହୁରି କହିଛନ୍ତି, ଭାଜପା ଏବଂ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ ବର୍ତ୍ତମାନ କିଛି ନୁହେଁ। ଯଦି କଂଗ୍ରେସ କିଛି ନୁହେଁ ତେବେ ସେମାନେ କାହିଁକି ଆମକୁ ଭୟ କରୁଛନ୍ତି।
ସେ ଆହୁରି ମଧ୍ୟ ଭାଜପାକୁ ଟାର୍ଗେଟ କରି କହିଛନ୍ତି ଯେ ଯଦି ଆପଣ ଲୋକ ସଭା ନିର୍ବାଚନରେ ବିଜୟରେ ଏତେ ଆତ୍ମବିଶ୍ୱାସୀ ତେବେ ଆପଣ କାହିଁକି ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ନିଜ ଦଳକୁ ନେଉଛନ୍ତି। ଆପଣ (ପିଏମ ମୋଦି) କୁହନ୍ତି ଯେ ଆମେ ଦୁର୍ନୀତିକୁ ବରଦାସ୍ତ କରୁନାହୁଁ କିନ୍ତୁ ଆପଣ ବିଧାୟକ କିଣୁଛନ୍ତି। ଯେପର୍ଯ୍ୟନ୍ତ ସେହି ନେତାମାନେ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳରେ ଅଛନ୍ତି, ସେମାନେ ଦୁର୍ନୀତିଗ୍ରସ୍ତ, ସେମାନେ ଭାଜପାରେ ଯୋଗଦେବା ମାତ୍ରେ ସେମାନଙ୍କର ସମସ୍ତ ଦାଗ ଧୋଇ ହୋଇଯିବ।

The post ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ appeared first on Dharitri Odia News.