ଯଦି କମଳ ନାଥ ଓ ପୁଅ ନକୁଳ ନାଥ ବିଜେପିରେ ଯୋଗ ଦିଅନ୍ତି ତେବେ ତାଙ୍କ ସହ ୧୨ ବିଧାୟକ ଯୋଗ ଦେବେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ତାଙ୍କ ପୁଅ ନକୁଳ ନାଥ ଯଦି ବିଜେପିରେ ଯୋଗ ଦିଅନ୍ତି ତେବେ ତାଙ୍କ ସହ ପ୍ରାୟ ୧୨ ଜଣ ବିଧାୟକ ବିଜେପିରେ ଯୋଗ ଦେବେ। ଏକ ବିଶେଷ ସୂତ୍ରରୁ ଏହା ଜାଣିବାକୁ ମିଳିଛି। କମଳନାଥ ଏବଂ ତାଙ୍କ ପୁଅ ନକୁଳ ନାଥ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ବରିଷ୍ଠ କଂଗ୍ରେସ ନେତା ଉକ୍ତ ପ୍ରସଙ୍ଗରେ ପାଟି ଚୁପ୍ କରି ରହିଛନ୍ତି। ଛିଣ୍ଡୱାଡ଼ା ସାଂସଦ ନକୁଳ […]

ଯଦି କମଳ ନାଥ ଓ ପୁଅ ନକୁଳ ନାଥ ବିଜେପିରେ ଯୋଗ ଦିଅନ୍ତି ତେବେ ତାଙ୍କ ସହ ୧୨ ବିଧାୟକ ଯୋଗ ଦେବେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ତାଙ୍କ ପୁଅ ନକୁଳ ନାଥ ଯଦି ବିଜେପିରେ ଯୋଗ ଦିଅନ୍ତି ତେବେ ତାଙ୍କ ସହ ପ୍ରାୟ ୧୨ ଜଣ ବିଧାୟକ ବିଜେପିରେ ଯୋଗ ଦେବେ। ଏକ ବିଶେଷ ସୂତ୍ରରୁ ଏହା ଜାଣିବାକୁ ମିଳିଛି। କମଳନାଥ ଏବଂ ତାଙ୍କ ପୁଅ ନକୁଳ ନାଥ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ବରିଷ୍ଠ କଂଗ୍ରେସ ନେତା ଉକ୍ତ ପ୍ରସଙ୍ଗରେ ପାଟି ଚୁପ୍ କରି ରହିଛନ୍ତି। ଛିଣ୍ଡୱାଡ଼ା ସାଂସଦ ନକୁଳ ନାଥ ତାଙ୍କ ପ୍ରୋଫାଇଲ ବାୟୋରୁ କଂଗ୍ରେସ ହଟାଇବାପରେ ଅନ୍ୟ କେତେକଜଣ କଂଗ୍ରେସ ନେତା ମଧ୍ୟ ସେମାନଙ୍କ ପ୍ରୋଫାଇଲରୁ ଦଳର ଲୋଗୋ ହଟାଇଛନ୍ତି। ବିଜେପି ମୁଖପାତ୍ର ଏବଂ କମଳ ନାଥଙ୍କ ପୁର୍ବତନ ଗଣମାଧ୍ୟମ ପରାମର୍ଶଦାତା ନରେନ୍ଦ୍ର ସାଲୁଜା ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କର ଏକ ଫଟୋ ପୋଷ୍ଟ୍ କରି ଏହାର କ୍ୟାପସନ୍ ରଖିଥିଲେ ‘ଜୟ ଶ୍ରୀ ରାମ’। ତେବେ ଯଦି କମଳନାଥ ଏବଂ ତାଙ୍କ ପୁଅ ଯଦି ବିଜେପିରେ ଯୋଗ ଦିଅନ୍ତି ତେବେ ଦିଲ୍ଲୀର ଭାରତ ମଣ୍ଡପମରେ ଦଳର ୨ ଦିନିଆ ଜାତୀୟ ସମ୍ମିଳନୀରେ ଏନେଇ ଘୋଷଣା କରାଯିବ। ଇତି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି, ସେ ଶୁକ୍ରବାର ରାତିରେ କମଳନାଥଙ୍କ ସହ କଥା ହୋଇଛନ୍ତି ଏବଂ କମଳନାଥ ବିଜେପିରେ ଯୋଗ ଦେବା ଗୁଜବକୁ ସେ ଖଣ୍ଡନ କରିଛନ୍ତି।