ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗତ ୧୬ ସିଜନ୍‌ରେ ଗୋଟିଏ ବି ଥର ଟାଇଟଲ ଜିତି ନ ଥିଲେ ହେଁ ଦଳର ଲୋକପ୍ରିୟତା କାହାଠୁ କମ୍‌ ନୁହେଁ। ବିରାଟ କୋହଲି, କ୍ରିସ ଗେଲ୍‌ ଏବଂ ଏ ବି ଡିଭିଲିୟର୍ସଙ୍କ ଭଳି ଖେଳାଳିଙ୍କ ଯୋଗୁ ଫ୍ରାଞ୍ଚାଇଜର ପ୍ରଶଂସକଙ୍କ ସଂଖ୍ୟା ଅଧିକ। ଦଳ ୩ ଥର ଫାଇନାଲରେ […] The post ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB appeared first on Dharitri Odia News.

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗତ ୧୬ ସିଜନ୍‌ରେ ଗୋଟିଏ ବି ଥର ଟାଇଟଲ ଜିତି ନ ଥିଲେ ହେଁ ଦଳର ଲୋକପ୍ରିୟତା କାହାଠୁ କମ୍‌ ନୁହେଁ। ବିରାଟ କୋହଲି, କ୍ରିସ ଗେଲ୍‌ ଏବଂ ଏ ବି ଡିଭିଲିୟର୍ସଙ୍କ ଭଳି ଖେଳାଳିଙ୍କ ଯୋଗୁ ଫ୍ରାଞ୍ଚାଇଜର ପ୍ରଶଂସକଙ୍କ ସଂଖ୍ୟା ଅଧିକ। ଦଳ ୩ ଥର ଫାଇନାଲରେ ପହଞ୍ଚିଥିଲେ ହେଁ ଟାଇଟଲ ଜିତିପାରି ନାହିଁ। ସେଥିରୁ ଗୋଟିଏ ଫାଇନାଲ ଥିଲା ଯେଉଁଠି ଆର୍‌ସିବି ଚାମ୍ପିୟନ ହୋଇଯାଇଥାନ୍ତା, ହେଲେ ଅନିଲ କୁମ୍ବଲେଙ୍କ ଗୋଟିଏ କଥା ରବିନ ଉଥପ୍ପାା ଅଣଦେଖା କରିବା ଯୋଗୁ ତାହା ହୋଇପାରି ନ ଥିଲା।

୨୦୦୯ ଆଇପିଏଲ୍‌ ଫାଇନାଲ ବେଳର କଥା। ସେତେବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପୂର୍ବ ଟିମ୍‌ ଡେକାନ୍‌ ଚାର୍ଜର୍ସ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଡେକାନ୍‌ ଚାର୍ଜର୍ସ ୧୪୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଉତ୍କୃଷ୍ଟ ଥିବା ପିଚ୍‌ରେ ଆର୍‌ସିବି ଛୋଟ ଟାର୍ଗେଟ ହାସଲ କରିପାରିଥାନ୍ତା। ହେଲେ ତାହା ହୋଇ ନ ଥିଲା। ଏବେ ମ୍ୟାଚ୍‌କୁ ନେଇ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ କିଛି କଥା ଉପରୁ ପରଦା ଉଠାଇଛନ୍ତି।

ଉକ୍ତ ମୁକାବିଲାରେ ଅନେକ କିଛି ସ୍ମୃତି ରହିଛି ଯାହାକୁ ଭୁଲିବା କଷ୍ଟକର। ସୁଯୋଗ ମିଳିଥିଲା। ହେଲେ ତାର ଫାଇଦା ଉଠାଇ ପାରି ନ ଥିଲୁ। କିଛି ଖେଳାଳି କ୍ୟାଚ୍‌ ଛାଡ଼ିଥିଲେ। ବୋଲର୍‌ମାନେ ଓ୍ବାଇଡ୍‌ ଏବଂ ନୋ ବଲ୍‌ ପକାଇଥିଲେ। ବିଶେଷକରି ପ୍ରବୀଣ କୁମାରଙ୍କ ୫ ଓ୍ବାଇଡ୍‌ ବଲ୍‌ ପରାଜୟର ବଡ଼ କାରଣ ପାଲଟିଥିଲା। ଅନ୍ତିମ ସମୟରେ ଦଳକୁ ଜିତିବାକୁ ୧୫ ରନ୍‌ର ଆବଶ୍ୟକତା ଥିଲା। ସେତେବେଳେ ସେ ରବିନଙ୍କୁ କିଛି ପରାମର୍ଶ ଦେଇଥିଲେ। ହେଲେ ଉଥପ୍ପା ତାଙ୍କ କଥା ଶୁଣି ନ ଥିଲେ। ଆର୍‌ ପି ସିଂ ବୋଲିଂ କରୁଥିଲେ। କୁମ୍ବଲେ ପ୍ରଥମ ବଲ୍‌ରେ ୧ ରନ୍‌ ନେଇ ଉତ୍ଥପାଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ। ପର ଦୁଇ ବଲ୍‌ରେ ଉତ୍ଥପା କୌଣସି ରନ କରିପାରି ନ ଥିଲେ। ଏବେ ବି ଯେବେ ଉଥପ୍ପାଙ୍କୁ ସେ ଦେଖନ୍ତି ସବୁବେଳେ ଗୋଟିଏ କଥା ପଚାରନ୍ତି। ଛକା ମାରିଥାନ୍ତ ନଚେତ ମୋତେ ଷ୍ଟାଇକ୍‌ ଦେଇଥାନ୍ତ, ତାହେଲେ ଆମେ ବି ଚାମ୍ପିୟନ ହୋଇଥାନ୍ତେ।

ଏହାଛଡ଼ା କୁମ୍ବଲେ ଅନ୍ୟ ଏକ ଘଟଣାକ୍ରମ ବିଷୟରେ କହିଛନ୍ତି, ବାରମ୍ବାର ଉଥପ୍ପାଙ୍କୁ ସ୍କୁପ୍‌ ଶଟ୍‌ ଖେଳିବ ନାହିଁ ବୋଲି ସେ ପରାମର୍ଶ ଦେଇଥିଲେ। ହେଲେ ସେ ସେଭଳି ଶଟ୍‌ ମାରିଚାଲିଥିଲେ। ଫଳରେ ରନ୍‌ କରିବାରେ ସଫଳ ହୋଇପାରୁ ନ ଥିଲେ। ଛକା ମାର ବୋଲି ପରବର୍ତ୍ତୀ ସମୟରେ କୁମ୍ବଲେ କହିଥିଲେ। ହେଲେ ଉଥପ୍ପା ପୁନର୍ବାର ସେହିଭଳି ଶଟ୍‌ ଖେଳି କୁମ୍ବଲେଙ୍କୁ ରଗାଇ ଦେଇଥିଲେ। ପରେ ତାଙ୍କୁ ଷ୍ଟାଇକ୍‌ ଦେବାକୁ କହିବା ସହ ସେ ଛକା ମାରିବାକୁ ଚେଷ୍ଟା କରିବେ ବୋଲି କୁମ୍ବଲେ କହିଥିଲେ। ହେଲେ ତାହା ହୋଇପାରି ନ ଥିଲା। ଦଳ ମ୍ୟାଚ୍‌କୁ ୬ରନ୍‌ରେ ହାରିଯାଇଥିଲା।

ଚଳିତ ବର୍ଷ ମଧ୍ୟ ଆଇପିଏଲ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି ଆର୍‌ସିବି। ଏଣୁ ଏଥର ମଧ୍ୟ ଟାଇଟଲ ଯାଏ ପହଞ୍ଚିବା ସମ୍ଭବ ନୁହେଁ।

The post ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB appeared first on Dharitri Odia News.