ଯଦି ମୋତେ ଜେଲରେ ରଖିବେ, ଦିଲ୍ଲୀରେ ବିନା ପ୍ରଚାରରେ ୭୦ ଆସନ ଜିତିବ AAP: ଅରବିନ୍ଦ କେଜରିୱାଲ
ନୂଆଦିଲ୍ଲୀ ୨୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳି ନାହିଁ। ଏଣୁ ଜୁନ ୨ ତାରିଖରେ ତାଙ୍କୁ ପୁଣି ଜେଲକୁ ଫେରିବାକୁ ପଡିପାରେ। ଏଥିରେ ଆଗମୀ ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ। ଯଦି କେଜରିୱାଲ ନିର୍ବାଚନ ସମୟରେ ଜେଲରେ ରହିବେ ତେବେ ଆମ ଆଦମୀ ପାର୍ଟି (ଆପ) ନିମନ୍ତେ ଚ୍ୟାଲେଞ୍ଜ ହୋଇପାରେ। ଏଥି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି ଯେ ଯଦି ତାଙ୍କୁ ଜେଲରେ ରଖା ଗଲା ତାଙ୍କ ପାର୍ଟି ବିନା ପ୍ରଚାରରେ ଦିଲ୍ଲୀରେ ୭୦ ସିଟ୍ ଜିତିବ। ସେ କହିଛନ୍ତି ଯେ ‘ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା କାହିଁକି ଦେଇନି, ଏହା ମୋର ସଂଘର୍ଷର ଅଂଶବିଶେଷ। ମୋଦି ଜାଣନ୍ତି ଦିଲ୍ଲୀରେ ସେ ଆମ ଆଦମୀ ପାର୍ଟିକୁ ହରାଇ ପାରିବେନି। ଥରେ ଆମକୁ ୬୮, ଆଉଥରେ ୬୨ ସିଟ୍ ଓ ୫୫ ପ୍ରତିଶତଭୋଟିଂ ଆମକୁ ମିଳିଛି। ଏଣୁ ସେମାନେ ନୂଆ ଷଡଯନ୍ତ୍ର ରଚନା କରିଛନ୍ତି। କେଜରିୱାଲକୁ ମିଛ କେସ୍ରେ ଗିରଫ କରିଦିଅ, ସେ ଇସ୍ତଫା ଦେଇଦେବେ ଓ ସରକାର ଭାଙ୍ଗିଯିବ। ଏଥିରେ ଆଜି ଯଦି ମୁଁ ଇସ୍ତଫା ଦେଉଛି ସେମାନେ ଏହି ମଡେଲ, ଏହି ଏକ୍ସପିରିମେଣ୍ଟ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ କରିବେ। ଏଥିରେ ଆଗାମୀ ନମ୍ବର ପଶ୍ଚିମବଙ୍ଗରେ ମମତାଙ୍କର ହେବ। ସେହିପରି ତୃତୀୟରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଗିରଫ ହେବେ’। ଏଥିରେ ଯଦି ମୁଁ ଏହି ମଡେଲ ଛିଡା କରିଦେଲି ଯେ ପର୍ଯ୍ୟ
ନୂଆଦିଲ୍ଲୀ ୨୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳି ନାହିଁ। ଏଣୁ ଜୁନ ୨ ତାରିଖରେ ତାଙ୍କୁ ପୁଣି ଜେଲକୁ ଫେରିବାକୁ ପଡିପାରେ। ଏଥିରେ ଆଗମୀ ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ। ଯଦି କେଜରିୱାଲ ନିର୍ବାଚନ ସମୟରେ ଜେଲରେ ରହିବେ ତେବେ ଆମ ଆଦମୀ ପାର୍ଟି (ଆପ) ନିମନ୍ତେ ଚ୍ୟାଲେଞ୍ଜ ହୋଇପାରେ। ଏଥି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି ଯେ ଯଦି ତାଙ୍କୁ ଜେଲରେ ରଖା ଗଲା ତାଙ୍କ ପାର୍ଟି ବିନା ପ୍ରଚାରରେ ଦିଲ୍ଲୀରେ ୭୦ ସିଟ୍ ଜିତିବ।
ସେ କହିଛନ୍ତି ଯେ ‘ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା କାହିଁକି ଦେଇନି, ଏହା ମୋର ସଂଘର୍ଷର ଅଂଶବିଶେଷ। ମୋଦି ଜାଣନ୍ତି ଦିଲ୍ଲୀରେ ସେ ଆମ ଆଦମୀ ପାର୍ଟିକୁ ହରାଇ ପାରିବେନି। ଥରେ ଆମକୁ ୬୮, ଆଉଥରେ ୬୨ ସିଟ୍ ଓ ୫୫ ପ୍ରତିଶତଭୋଟିଂ ଆମକୁ ମିଳିଛି। ଏଣୁ ସେମାନେ ନୂଆ ଷଡଯନ୍ତ୍ର ରଚନା କରିଛନ୍ତି। କେଜରିୱାଲକୁ ମିଛ କେସ୍ରେ ଗିରଫ କରିଦିଅ, ସେ ଇସ୍ତଫା ଦେଇଦେବେ ଓ ସରକାର ଭାଙ୍ଗିଯିବ। ଏଥିରେ ଆଜି ଯଦି ମୁଁ ଇସ୍ତଫା ଦେଉଛି ସେମାନେ ଏହି ମଡେଲ, ଏହି ଏକ୍ସପିରିମେଣ୍ଟ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ କରିବେ। ଏଥିରେ ଆଗାମୀ ନମ୍ବର ପଶ୍ଚିମବଙ୍ଗରେ ମମତାଙ୍କର ହେବ। ସେହିପରି ତୃତୀୟରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଗିରଫ ହେବେ’।
ଏଥିରେ ଯଦି ମୁଁ ଏହି ମଡେଲ ଛିଡା କରିଦେଲି ଯେ ପର୍ଯ୍ୟନ୍ତ ବେଲ୍ ନ ମିଳୁଛି, ସେ ପର୍ଯ୍ୟନ୍ତ ଜେଲରୁ ସରକାର ଚଳାଇବି, ତେବେ ସେମାନେ ଆଉ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ହାତ ଲଗାଇବାକୁ ସାହାସ କରିବେନି। କେଜରିୱାଲ କହିଛନ୍ତି ଯେ ସୁପ୍ରିମକୋର୍ଟରେ ପିଆଇଏଲ ଫାଇଲ ହୋଇଛି କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟା ଯାଉ, ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ହଟେଇ ପାରିବୁନି, ଏପରି କୌଣସି ଆଇନ ନାହିଁ। ଏବେ ମୁଁ ସୁପ୍ରିମକୋର୍ଟକୁ ଯିବି, କହିବି ମୁଁ ମୁଖ୍ୟମନ୍ତ୍ରୀ ଓ ଜେଲରେ ବନ୍ଦୀ ଅଛି ମୋତେ ମୁଖ୍ୟମନ୍ତ୍ରୀଙ୍କ ମୌଳିକ କର୍ତ୍ତବ୍ୟ ପୂରଣ କରିବାକୁ ଅଧିକାର ଦିଆଯାଉ, ଜେଲରେ ସୁବିଧା ଦିଆଯାଉ, ଯାହାଦ୍ୱାରା ବେଲ ନ ମିଳିବା ପର୍ଯ୍ୟନ୍ତ ମୁଁ ସେହି ଦାୟିତ୍ୱ ପୂରଣ କରିପାରିବି।
ସେହିପରି ସେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କହିଛନ୍ତି ଯେ ଯଦି ସେମାନେ ଦିଲ୍ଲୀ ନିର୍ବାଚନରେ ମୋତେ ଜେଲରେ ରଖିଲେ, ୭୦ରୁ ୭୦ ଆସନରେ ଆପ ବିଜୟୀ ହେବ। ସେମାନଙ୍କୁ ଗୋଟେ ବି ଆସନ ମିଳିବନି। ଜନତା ସବୁ ଦେଖୁଛନ୍ତି ସେମାନେ ମଧ୍ୟ ଚାଲାକ। ସେମାନେ ତାଙ୍କ ଅନୁସାରେ ନିଷ୍ପତ୍ତି ନେବେ କେଜରିୱାଲ ମୈଦାନ ଛାଡି ପଳେଇବନି।