‘ଯଦି ମୋଦି ପ୍ରଧାନମନ୍ତ୍ରୀ ହେବେ ମୁଁ ଲଣ୍ଡା ହୋଇଯିବି’

ନୂଆଦିଲ୍ଲୀ,୨।୬: ଆମ ଆଦମୀ ପାର୍ଟି(ଏଏପି) ନେତା ସୋମନାଥ ଭାରତୀ ଶନିବାର ବଡ଼ ଘୋଷଣା କରିଛନ୍ତି। ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ ବୋଲି କହିଛନ୍ତି। ଏସବୁ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଚଳିତ ଥର ‘ଇଣ୍ଡିଆ’ ମେଣ୍ଟ ଏକ ମଜଭୂତ ଏବଂ ସ୍ଥିର ସରକାର ଗଠନ କରିବ ବୋଲି ଦାବି କରିଛନ୍ତି। ଲୋକ ସଭା ନିର୍ବାଚନ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ […] The post ‘ଯଦି ମୋଦି ପ୍ରଧାନମନ୍ତ୍ରୀ ହେବେ ମୁଁ ଲଣ୍ଡା ହୋଇଯିବି’ appeared first on Dharitri Odia News.

‘ଯଦି ମୋଦି ପ୍ରଧାନମନ୍ତ୍ରୀ ହେବେ ମୁଁ ଲଣ୍ଡା ହୋଇଯିବି’

ନୂଆଦିଲ୍ଲୀ,୨।୬: ଆମ ଆଦମୀ ପାର୍ଟି(ଏଏପି) ନେତା ସୋମନାଥ ଭାରତୀ ଶନିବାର ବଡ଼ ଘୋଷଣା କରିଛନ୍ତି। ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ ବୋଲି କହିଛନ୍ତି। ଏସବୁ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଚଳିତ ଥର ‘ଇଣ୍ଡିଆ’ ମେଣ୍ଟ ଏକ ମଜଭୂତ ଏବଂ ସ୍ଥିର ସରକାର ଗଠନ କରିବ ବୋଲି ଦାବି କରିଛନ୍ତି।

ଲୋକ ସଭା ନିର୍ବାଚନ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଶନିବାର ଅନେକ ଏକଜିଟ୍‌ ପୋଲ ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଏବଂ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପ୍ରଚଣ୍ଡ ବହୁମତ ପାଇବ ବୋଲି ଅନୁମାନ କରାଯାଇଛି।

ନୂଆଦିଲ୍ଲୀ ଲୋକ ସଭା ଆସନରେ ‘ଏଏପି’ ପ୍ରାର୍ଥୀ ଭାରତୀ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଜୁନ ୪ରେ ଲୋକ ସଭା ନିର୍ବାଚନ ପରିଣାମ ଆସିବା ପରେ ସମସ୍ତ ଏକଜିଟ୍‌ ପୋଲ ଅଙ୍କ ଭୁଲ ସାବ୍ୟସ୍ତ ହେବ। ଯଦି ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ତାହାହେଲେ ମୁଁ ଲଣ୍ଡା ହୋଇଯିବି। ମୋ କଥା ମନେ ରଖିବ। ଜୁନ ୪ରେ ଏକଜିଟ୍‌ ପୋଲ ଭୁଲ ସାବ୍ୟସ୍ତ ହେବ ଏବଂ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ନାହିଁ।

ଏହାଛଡ଼ା ସେ କହିଛନ୍ତି, ବିରୋଧୀ ‘ମେଣ୍ଟ’ ଦିଲ୍ଲୀ ସମସ୍ତ ୭ ଆସନରେ ବିଜୟ ହାସଲ କରିବ। ମୋଦିଙ୍କ ଭୟ ଯୋଗୁ ଏକଜିଟ୍‌ ପୋଲରେ ତାଙ୍କ ପରାଜୟ ଦେଖାଯାଉନାହିଁ। ଏଣୁ ଆମ ସମସ୍ତଙ୍କୁ ଜୁନ ୪କୁ ଅପେକ୍ଷା କରିବାକୁ ହେବ, ଯେଉଁଥିରେ ପ୍ରକୃତ ଫଳାଫଳ ଆସିବ। ଲୋକମାନେ ଭାଜପା ବିରୋଧରେ ବହୁଳ ମାତ୍ରାରେ ମତଦାନ କରିଛନ୍ତି।

The post ‘ଯଦି ମୋଦି ପ୍ରଧାନମନ୍ତ୍ରୀ ହେବେ ମୁଁ ଲଣ୍ଡା ହୋଇଯିବି’ appeared first on Dharitri Odia News.