ଯବାନ- ମାଓବାଦୀ ଗୁଳି ବିନିମୟ: ମାଓବାଦୀ ଦାସ୍ରୁ ନିହତ

ଫୁଲବାଣୀ,୪।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ବାଲିଗଡ଼ା ସୁଡ୍ରା ଅଞ୍ଚଳରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳିକାଣ୍ଡରେ କ୍ୟାଡର ମୋଷ୍ଟୱାଣ୍ଟେଡ ମାଓବାଦୀ ନେତା ଦାସ୍ରୁ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ଡିଭିଏଫ୍‌ ଯବାନ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦକ୍ଷିଣଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ରବିବାର କନ୍ଧମାଳ ଆସି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ମାଓବାଦୀ ଦାସ୍ରୁଙ୍କ ମୃତଦେହ ଫୁଲବାଣୀ ରିଜର୍ଭ ପୋଲିସ ଅଫିସକୁ ଅଣାଯାଇ ରଖାଯାଇଛି। […] The post ଯବାନ- ମାଓବାଦୀ ଗୁଳି ବିନିମୟ: ମାଓବାଦୀ ଦାସ୍ରୁ ନିହତ appeared first on Dharitri Odia News.

ଯବାନ- ମାଓବାଦୀ ଗୁଳି ବିନିମୟ: ମାଓବାଦୀ ଦାସ୍ରୁ ନିହତ

ଫୁଲବାଣୀ,୪।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ବାଲିଗଡ଼ା ସୁଡ୍ରା ଅଞ୍ଚଳରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳିକାଣ୍ଡରେ କ୍ୟାଡର ମୋଷ୍ଟୱାଣ୍ଟେଡ ମାଓବାଦୀ ନେତା ଦାସ୍ରୁ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ଡିଭିଏଫ୍‌ ଯବାନ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦକ୍ଷିଣଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ରବିବାର କନ୍ଧମାଳ ଆସି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି।

ମାଓବାଦୀ ଦାସ୍ରୁଙ୍କ ମୃତଦେହ ଫୁଲବାଣୀ ରିଜର୍ଭ ପୋଲିସ ଅଫିସକୁ ଅଣାଯାଇ ରଖାଯାଇଛି। ଦକ୍ଷିଣାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ଫୁଲବାଣୀରେ ପହଞ୍ଚି ଘଟଣାର ତଦନ୍ତ କରି କନ୍ଧମାଳ ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ବାଲିଗୁଡା ଥାନା ଅନ୍ତର୍ଗତ କାକେରକୂପା ଗାଁକୁ ମାଓବାଦୀ ଆସି ଆସନ୍ତା ନିର୍ବାଚନକୁ ବିରୋଧ କରିବାକୁ ଗ୍ରାମବାସୀଙ୍କୁ ବାଧ୍ୟ କରୁଥିଲେ। ଏହି ଖବର ପାଇ ଏସ୍‌ଓଜି ଏବଂ ଡିିଭିଏଫ୍‌ ପକ୍ଷରୁ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ ହୋଇଥିଲା। ସେତିକିବେଳେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ହେଲେ ପାଲଟା ଜବାବରେ ମାଓବାଦୀ ନେତା ଦାସ୍ରୁଙ୍କ ମୃତ୍ୟୁ ଘଟିଥିବା ଡିଆଇଜି କହିଛନ୍ତି।

ଏଭଳିସ୍ଥିତିରେ ମାଓବାଦୀମାନେ ଯବାନଙ୍କ ସାମ୍ନା କରି ନ ପାରି ଛତ୍ରଭଙ୍ଗ ଦେଇଥିଲେ। ପରେ ଯବାନଙ୍କ କୋମ୍ବିଂ ଅପରେଶନ ବେଳେ କିଛି ମାଓବାଦୀସାମଗ୍ରୀ ସହ ଏକ ଥ୍ରୀ ନଟ ଥ୍ରୀ ବନ୍ଧୁକ ଜବତ କରାଯାଇଥିଲା।

ଅନ୍ୟପକ୍ଷେ ମୃତ ମାଓବାଦୀ ଦାସ୍ରୁ କେକେସିଏନ୍‌ ଡିଭିଜନର ନେତା ସହ ଡିଭିସିଏମ୍‌ ଭାବେ କାର୍ଯ୍ୟ କରୁଥିଲେ। ଦାସ୍ରୁଙ୍କ ନାଁରେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେ କନ୍ଧମାଳ ଏବଂ ବୌଦ୍ଧ ଜିଲାରେ ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। ତାଙ୍କ ନାଁରେ ବିଭିନ୍ନ ଥାନାରେ ୨୨ଟି ମାମଲା ରହିଥିଲା। ସେଥିମଧ୍ୟରୁ ୨୦୧୯ ନିର୍ବାଚନ ବେଳେ କନ୍ଧମାଳ ଜିଲା ଲୁଇସିଂ ଜିଆରଏସ୍‌ ସଂଯୁକ୍ତା ଡିଗାଲ ହତ୍ୟା ମାମଲାରେ ସାମିଲ ଥିଲେ। ସେହିପରି ରବୀନ୍ଦ୍ର ମଳିକ, ଭବାନୀ ଶଙ୍କର ପାତ୍ର, ହେମନ୍ତ ପାତ୍ର, କୈଳାଶ ଡିଗାଲ, ନୀଳକଣ୍ଠ ମଲ୍ଲିକ ଓ ସୁବଳ କଂହର ହତ୍ୟା କାଣ୍ଡରେ ମଧ୍ୟ ଦାସ୍ରୁ ସାମିଲ ଥିବା ଡିଆଇଜି ପଙ୍କଜ ଏବଂ ଏସ୍‌ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି।

The post ଯବାନ- ମାଓବାଦୀ ଗୁଳି ବିନିମୟ: ମାଓବାଦୀ ଦାସ୍ରୁ ନିହତ appeared first on Dharitri Odia News.