ଯବାନଙ୍କ ଉପରକୁ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍‌, ଫଟୋ ଭାଇରାଲ କରି ମାଓବାଦୀ ଲେଖିଲେ PLGA

ମାଲକାନଗିରି,୫ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ଗତ ଦୁଇ ଦିନ ପୂର୍ବରୁ ମାଓବାଦୀମାନେ ୨ଯବାନଙ୍କ ଉପରକୁ ଆକ୍ରମଣକରି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଛଡାଇ ନେଇଥିଲେ। ଏହାର ଏକ ଫଟୋ ମାଓବାଦୀଙ୍କ ପକ୍ଷରୁ ମଙ୍ଗଳବାର ଭାଇରାଲ କରାଯାଇଛି। ଯେଉଁଥିରେ ମାଓବାଦୀମାନେ ଯବାନଙ୍କଠାରୁ ଛଡାଇ ନେଇଥିବା ସମସ୍ତ ସାମଗ୍ରୀକୁ ସଜାଇ ପିଏଲ୍‌ଜିଏ ଲେଖିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଛତିଶଗଡ ଜାଗରଗୁଣ୍ଡା ସାପ୍ତାହିକ ହାଟରେ ଦୁଇ ଯବାନଙ୍କୁ ଆକ୍ରମଣକରି ମାଓବାଦୀମାନେ ଅସ୍ତ୍ର ଲୁଟ୍‌ କରିଥିଲେ। ତେବେ ଏହି ଲୁଟ ଅସ୍ତ୍ର ଫଟୋକୁ ମାଓବାଦୀମାନେ […] The post ଯବାନଙ୍କ ଉପରକୁ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍‌, ଫଟୋ ଭାଇରାଲ କରି ମାଓବାଦୀ ଲେଖିଲେ PLGA appeared first on Dharitri Odia News.

ଯବାନଙ୍କ ଉପରକୁ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍‌, ଫଟୋ ଭାଇରାଲ କରି ମାଓବାଦୀ ଲେଖିଲେ PLGA

ମାଲକାନଗିରି,୫ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ଗତ ଦୁଇ ଦିନ ପୂର୍ବରୁ ମାଓବାଦୀମାନେ ୨ଯବାନଙ୍କ ଉପରକୁ ଆକ୍ରମଣକରି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଛଡାଇ ନେଇଥିଲେ। ଏହାର ଏକ ଫଟୋ ମାଓବାଦୀଙ୍କ ପକ୍ଷରୁ ମଙ୍ଗଳବାର ଭାଇରାଲ କରାଯାଇଛି। ଯେଉଁଥିରେ ମାଓବାଦୀମାନେ ଯବାନଙ୍କଠାରୁ ଛଡାଇ ନେଇଥିବା ସମସ୍ତ ସାମଗ୍ରୀକୁ ସଜାଇ ପିଏଲ୍‌ଜିଏ ଲେଖିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଛତିଶଗଡ ଜାଗରଗୁଣ୍ଡା ସାପ୍ତାହିକ ହାଟରେ ଦୁଇ ଯବାନଙ୍କୁ ଆକ୍ରମଣକରି ମାଓବାଦୀମାନେ ଅସ୍ତ୍ର ଲୁଟ୍‌ କରିଥିଲେ। ତେବେ ଏହି ଲୁଟ ଅସ୍ତ୍ର ଫଟୋକୁ ମାଓବାଦୀମାନେ ମଙ୍ଗଳବାର ଭାଇରାଲ କରିବା ସହ ଲୁଟି ନେଇଥିବା ଅସ୍ତ୍ର ବିଷୟରେ ସୂଚନା ଦେଇଛନ୍ତି। ମାଓବାଦୀ ସାଉଥ ସବ୍‌ ଜୋନାଲ ବ୍ୟୁରୋ ପ୍ରତିନିଧି ସମତା ଏ ବିଷୟରେ ଏକ ପ୍ରେସ୍‌ ନୋଟରେ ପ୍ରକାଶ କରିଛନ୍ତି। ଏହି ଆକ୍ରମଣରେ ଦୁଇଜଣ ଯବାନ ଆହତ ହୋଇଥିବା ବେଳେ ପୋଲିସ ଭଳି ମାଓବାଦୀମାନେ ମଧ୍ୟ ଜବତ ସାମଗ୍ରୀକୁ ନେଇ ପ୍ରେସ୍‌ ବିବୃତ୍ତିରେ ଫଟୋ ଭାଇରାଲ କରିଛନ୍ତି।

The post ଯବାନଙ୍କ ଉପରକୁ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍‌, ଫଟୋ ଭାଇରାଲ କରି ମାଓବାଦୀ ଲେଖିଲେ PLGA appeared first on Dharitri Odia News.