ଯବାନଙ୍କ ଦ୍ବାରା ମାଓବାଦୀଙ୍କ ବଡ଼ ବଙ୍କର୍ ଠାବ, ଟପ୍ ମାଓନେତା ଖସିଯାଇଥିବା ବେଳେ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଓବାଦୀଙ୍କ ବିରାଟ ବଙ୍କର୍ ଠାବ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିରାଟ ବଙ୍କର ଠାବ ହୋଇଛି । ସେହି ସାହାଯ୍ୟରେ ଖସିଯାଇଛି ଟପ୍ ମାଓନେତା ହିଡମା ।  ପୋଲିସ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ନିହତ ପରେ ସର୍ଚ୍ଚ ଅପରେସନ ଚାଲିଥିଲା ।  ଏହି ସମୟରେ ଏକ ବଙ୍କର ଠାବ ହୋଇଛି । ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି […] The post ଯବାନଙ୍କ ଦ୍ବାରା ମାଓବାଦୀଙ୍କ ବଡ଼ ବଙ୍କର୍ ଠାବ, ଟପ୍ ମାଓନେତା ଖସିଯାଇଥିବା ବେଳେ ମାଓ ସାମଗ୍ରୀ ଜବତ appeared first on KNews Odisha.

ଯବାନଙ୍କ ଦ୍ବାରା ମାଓବାଦୀଙ୍କ ବଡ଼ ବଙ୍କର୍ ଠାବ, ଟପ୍ ମାଓନେତା ଖସିଯାଇଥିବା ବେଳେ ମାଓ ସାମଗ୍ରୀ ଜବତ
mao 6

ମାଲକାନଗିରି : ମାଓବାଦୀଙ୍କ ବିରାଟ ବଙ୍କର୍ ଠାବ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିରାଟ ବଙ୍କର ଠାବ ହୋଇଛି । ସେହି ସାହାଯ୍ୟରେ ଖସିଯାଇଛି ଟପ୍ ମାଓନେତା ହିଡମା ।  ପୋଲିସ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ନିହତ ପରେ ସର୍ଚ୍ଚ ଅପରେସନ ଚାଲିଥିଲା ।  ଏହି ସମୟରେ ଏକ ବଙ୍କର ଠାବ ହୋଇଛି । ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ବିଜାପୁର, ଡିଆରଜି ସୁକମା, ଡିଆରଜି ଦାନ୍ତେୱାଡା, କୋବ୍ରା ୨୦୪, ୨୦୫, ୨୦୬, ୨୦୮, ୨୧୦ ଏବଂ ସିଆରପିଏଫ ୨୨୯ ବାଟାଲିୟନର ମିଳିତ ଟିମ୍ ବଡ଼ ମାଓ କ୍ୟାଡରଙ୍କ ଉପସ୍ଥିତି ଖବର ଆଧାରରେ ଅପରେସନ କରିଥିଲେ । ୧୬ ତାରିଖ ସକାଳ ୯ଟାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।  ଏନକାଉଣ୍ଟର ସ୍ଥଳରୁ ଏକ ଏସଏଲଆର ସମେତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

The post ଯବାନଙ୍କ ଦ୍ବାରା ମାଓବାଦୀଙ୍କ ବଡ଼ ବଙ୍କର୍ ଠାବ, ଟପ୍ ମାଓନେତା ଖସିଯାଇଥିବା ବେଳେ ମାଓ ସାମଗ୍ରୀ ଜବତ appeared first on KNews Odisha.