ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଗୁଜରାଟ : ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ କଚ୍ଛରେ ବିଏସଏଫର ଯବାନଙ୍କ ସହ ଦୀପାବଳି... The post ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି appeared first on .
ଗୁଜରାଟ : ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ କଚ୍ଛରେ ବିଏସଏଫର ଯବାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯବାନଙ୍କ ପାଇଁ ଏ ଦେଶ ଆଜି ସୁରକ୍ଷିତ ଅଛି ବୋଲି ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୧୪ରେ ବିଜେପି ସରକାର ଆସିବା ପରଠାରୁ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଯବାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଯବାନଙ୍କୁ ଜଣ ଜଣ କରି ମିଠା ଖୁଆଇ ଦୀପାବଳିର ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ରକ୍ଷା କରିବାକୁ ଯବାନଙ୍କ ଶକ୍ତି ଉପରେ ଆମେ ବିଶ୍ଵାସ କରୁଛୁ ବୋଲି କହିଛନ୍ତି ପିଏମ୍। ସୀମାବର୍ତ୍ତୀ ଅଂଚଳରେ ପାରମ୍ପରିକ ଭିତ୍ତିଭୂମି ସୁଦୃଢ କରିବା ମୁଖ୍ୟ ଦାୟିତ୍ଵ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ପଡୋଶୀ ରାଷ୍ଟ୍ରଙ୍କୁ ଚେତାବନୀ ଉଦ୍ଦେଶ୍ୟରେ ଦେଶର ଗୋଟିଏ ଇଂଚ ଜାଗାକୁ ନେଇ ସାଲିସ କରାଯିବନି ବୋଲି କହିଛନ୍ତି ମୋଦି। ଏଥିଲାଗି ଦେଶର ନୀତି ସୁରକ୍ଷାକର୍ମୀଙ୍କ ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।
୨୦୧୪ରି ସିଆଚିନରେ ଦୀପାବଳି ପାଳିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ୨୦୧୫ରେ ପଂଜାବ ସୀମା, ୨୦୧୬ରେ ହିମାଚଳପ୍ରଦେଶ ସୁମଡୋ, ୨୦୧୭ରେ ଜମ୍ମୁ କାଶ୍ମୀରର ଗୁରେଜ ସେକ୍ଟର, ୨୦୧୮ରେ ଉତ୍ତରାଖଣ୍ଡ, ୨୦୧୯ରେ ଜମ୍ମୁ କାଶ୍ମୀରର ରଜୌରୀ, ୨୦୨୦ରେ ରାଜସ୍ଥାନରେ ଲୋଙ୍ଗେୱାଲା, ୨୦୨୧ରେ କାଶ୍ମୀରର ନୌସେରା, ୨୦୨୨ରେ କାରଗିଲ ଓ ୨୦୨୩ରେ ହିମାଚଳପ୍ରଦେଶର ଲେପଚାରେ ଦୀପାବଳି ପାଳନ କରିଥିଲେ ମୋଦି।
The post ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି appeared first on .