ଯବାନଙ୍କୁ ଭେଟିଲେ ମୋଦୀ, ଆମଦପୁର ଏୟାରବେସରେ ଭାରତୀୟ ସେନାର ବଢାଇଲେ ମନୋବଳ

ନୂଆଦିଲ୍ଲୀ: ପଞ୍ଜାବ ଆଦମପୁର ଏୟାରବେସ୍‌ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। । ଏଠାରେ ସେ ସେନା କର୍ମଚାରୀଙ୍କୁ ଭେଟିଥିଲେ ଏବଂ ଅପରେସନ୍ ବିଷୟରେ ଆଲୋଚନା ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର ଏୟାରବେସ ଗସ୍ତକୁ ମଧ୍ୟ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। କାରଣ ପାକିସ୍ତାନ ଏହି ଏୟାରବେସକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଦେଶକୁ ସମ୍ବୋଧିତ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଏହି ସ୍ଥାନରେ ପହଞ୍ଚି ସେନାଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟ ମଧ୍ୟରେ ସେ ଯବାନଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ପହଞ୍ଚିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ଏୟାରବେସର କୌଣସି ପ୍ରକାରର କ୍ଷତି ହୋଇନାହିଁ।ଆଦମପୁର ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ 'ଆଜି ସକାଳେ ମୁଁ AFS ଆଦମପୁର ଗସ୍ତ କରି ଆମର ସାହସୀ ବାୟୁ ଯୋଦ୍ଧା ଏବଂ ସୈନିକମାନଙ୍କୁ ଭେଟିଛି। ସାହସ, ଦୃଢ଼ ସଂକଳ୍ପ ଏବଂ ନିର୍ଭୀକର ପ୍ରତୀକ ଥିବା ସେନାଙ୍କ ସହିତ ରହିବା ଏକ ବିଶେଷ ଅନୁଭୂତି ଥିଲା। ଆମ ଦେଶ ପାଇଁ ଆମର ସଶସ୍ତ୍ର ବାହିନୀ ଯାହା କିଛି କରିଛନ୍ତି, ସେଥିପାଇଁ ଭାରତ ସର୍ବଦା ସେମାନଙ୍କ ପ୍ରତି କୃତଜ୍ଞ।ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୬ ମେ ରାତି ଏବଂ ୭ ମେ

ଯବାନଙ୍କୁ ଭେଟିଲେ ମୋଦୀ, ଆମଦପୁର ଏୟାରବେସରେ ଭାରତୀୟ ସେନାର ବଢାଇଲେ ମନୋବଳ

ନୂଆଦିଲ୍ଲୀ: ପଞ୍ଜାବ ଆଦମପୁର ଏୟାରବେସ୍‌ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। । ଏଠାରେ ସେ ସେନା କର୍ମଚାରୀଙ୍କୁ ଭେଟିଥିଲେ ଏବଂ ଅପରେସନ୍ ବିଷୟରେ ଆଲୋଚନା ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର ଏୟାରବେସ ଗସ୍ତକୁ ମଧ୍ୟ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। କାରଣ ପାକିସ୍ତାନ ଏହି ଏୟାରବେସକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଦେଶକୁ ସମ୍ବୋଧିତ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଏହି ସ୍ଥାନରେ ପହଞ୍ଚି ସେନାଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟ ମଧ୍ୟରେ ସେ ଯବାନଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ପହଞ୍ଚିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ଏୟାରବେସର କୌଣସି ପ୍ରକାରର କ୍ଷତି ହୋଇନାହିଁ।

ଆଦମପୁର ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ 'ଆଜି ସକାଳେ ମୁଁ AFS ଆଦମପୁର ଗସ୍ତ କରି ଆମର ସାହସୀ ବାୟୁ ଯୋଦ୍ଧା ଏବଂ ସୈନିକମାନଙ୍କୁ ଭେଟିଛି। ସାହସ, ଦୃଢ଼ ସଂକଳ୍ପ ଏବଂ ନିର୍ଭୀକର ପ୍ରତୀକ ଥିବା ସେନାଙ୍କ ସହିତ ରହିବା ଏକ ବିଶେଷ ଅନୁଭୂତି ଥିଲା। ଆମ ଦେଶ ପାଇଁ ଆମର ସଶସ୍ତ୍ର ବାହିନୀ ଯାହା କିଛି କରିଛନ୍ତି, ସେଥିପାଇଁ ଭାରତ ସର୍ବଦା ସେମାନଙ୍କ ପ୍ରତି କୃତଜ୍ଞ।

ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୬ ମେ ରାତି ଏବଂ ୭ ମେ ସକାଳେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହିତ ଅପରେସନ ସମୟର ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବା ପରେ ସୈନିକମାନେ ବହୁତ ଖୁସି ଦେଖାଯାଉଥିଲେ।