ଯମ ପୁର ପାଲଟିଲା ଶାଶୁଘର ; ବାପ ଘର ଆଣିଲେ ହତ୍ୟା ଅଭିଯୋଗ
କନକ ବ୍ୟୁରୋ : ଶାଶୂଘର ଆଗରେ ଜଳିଲା ବୋହୂର ଜୁଇ । ଦୀର୍ଘ ସମୟ ଧରି ଘର ଆଗରେ ମୃତଦେହ ପଡ଼ିରହିବା ପରେ ପଡୋଶୀ ଓ ଝିଅର ସମ୍ପର୍କୀୟ ଶବଦାହ କରିଛନ୍ତି । ଅନ୍ୟପଟେ ଝିଅର ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ଝିଅର ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଭୋଗରାଇ ବ୍ଳକ ହରିପୁର ଗାଁରେ । ସୂଚନା ଅନୁସାରେ ୨୦୨୧ରେ କୁମ୍ଭାରମୁଲି ଗାଁର ବସନ୍ତ ବେହେରାଙ୍କ ଝିଅ ସସ୍ମିତାକୁ ହରିପୁର ଗାଁର ସୁରଥ ମହାନାଙ୍କ ପୁଅ ରାମକୃଷ୍ଣ ବିବାହ କରିଥିଲେ। ବିବାହର ୨ ବର୍ଷ ଯାଏଁ ସବୁକିଛି ଠିକଠାକ୍ ଚାଲିଥିଲା । ଉଭୟଙ୍କ ମଧ୍ୟ ଏକ କୁନି ଝିଅଟିଏ ଅଛି । ହେଲେ ସାମାନ୍ୟ କଥାକୁ ନେଇ ଶାଶୂଘର ଲୋକ ସସ୍ମିତାଙ୍କୁ ନିର୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଗୁରୁବାର ଦିନ ଝିଅର ଦେହ ଖରାପ ଥିବା ନେଇ ଖବର ପାଇବା ପରେ ପରିବାର ଲୋକେ ହସ୍ପିଟାଲରେ ପହଂଚିଥିଲେ । ଆଉ ହସ୍ପିଟାଲରେ ପହଂଚିଲା ବେଳକୁ ଝିଅ ଶବ ପାଲଟିଯାଇଥିଲା। ବାପଘର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ହସ୍ପିଟାଲ ପରିସରରୁ ସ୍ୱାମୀଙ୍କୁ ପୋଲିସ ଉଠାଇ ନେଇଛି। ଘରର ଅନ୍ୟମାନେ ତାଲାପକାଇ ଫେରାର ହୋଇଯାଇଥିବାବେଳେ ଶବ ବ୍ୟବଚ୍ଛେଦ ନହୋଇ ରାତିସାରା ହସ୍ପିଟାଲରେ ପଡ଼ି ରହିଥିଲା । ପରେ ଶବ ବ୍ୟବଛେଦ କରାଯାଇଥିଲା । କିନ୍ତୁ ଶାଶୁ ଘର ତାଲା ପଡ଼ିଥିବାରୁ ଶେଷରେ ବାଧ୍ୟହୋଇ ସାହି ପଡ଼ିଶା ମିଳିମିଛି ଶାଶୁ ଘର ଆଗରେ ଜୁଇ ଜଳାଇଥିଲେ । ତେବେ ପୋଲିସ ଏହି ଘଟଣାର ଏବେ ଅଧିକ ତଦନ

କନକ ବ୍ୟୁରୋ : ଶାଶୂଘର ଆଗରେ ଜଳିଲା ବୋହୂର ଜୁଇ । ଦୀର୍ଘ ସମୟ ଧରି ଘର ଆଗରେ ମୃତଦେହ ପଡ଼ିରହିବା ପରେ ପଡୋଶୀ ଓ ଝିଅର ସମ୍ପର୍କୀୟ ଶବଦାହ କରିଛନ୍ତି । ଅନ୍ୟପଟେ ଝିଅର ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ଝିଅର ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଭୋଗରାଇ ବ୍ଳକ ହରିପୁର ଗାଁରେ । ସୂଚନା ଅନୁସାରେ ୨୦୨୧ରେ କୁମ୍ଭାରମୁଲି ଗାଁର ବସନ୍ତ ବେହେରାଙ୍କ ଝିଅ ସସ୍ମିତାକୁ ହରିପୁର ଗାଁର ସୁରଥ ମହାନାଙ୍କ ପୁଅ ରାମକୃଷ୍ଣ ବିବାହ କରିଥିଲେ। ବିବାହର ୨ ବର୍ଷ ଯାଏଁ ସବୁକିଛି ଠିକଠାକ୍ ଚାଲିଥିଲା । ଉଭୟଙ୍କ ମଧ୍ୟ ଏକ କୁନି ଝିଅଟିଏ ଅଛି । ହେଲେ ସାମାନ୍ୟ କଥାକୁ ନେଇ ଶାଶୂଘର ଲୋକ ସସ୍ମିତାଙ୍କୁ ନିର୍ୟାତନା ଦେଉଥିବା ଅଭିଯୋଗ ହୋଇଛି ।
ଗୁରୁବାର ଦିନ ଝିଅର ଦେହ ଖରାପ ଥିବା ନେଇ ଖବର ପାଇବା ପରେ ପରିବାର ଲୋକେ ହସ୍ପିଟାଲରେ ପହଂଚିଥିଲେ । ଆଉ ହସ୍ପିଟାଲରେ ପହଂଚିଲା ବେଳକୁ ଝିଅ ଶବ ପାଲଟିଯାଇଥିଲା। ବାପଘର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ହସ୍ପିଟାଲ ପରିସରରୁ ସ୍ୱାମୀଙ୍କୁ ପୋଲିସ ଉଠାଇ ନେଇଛି। ଘରର ଅନ୍ୟମାନେ ତାଲାପକାଇ ଫେରାର ହୋଇଯାଇଥିବାବେଳେ ଶବ ବ୍ୟବଚ୍ଛେଦ ନହୋଇ ରାତିସାରା ହସ୍ପିଟାଲରେ ପଡ଼ି ରହିଥିଲା । ପରେ ଶବ ବ୍ୟବଛେଦ କରାଯାଇଥିଲା । କିନ୍ତୁ ଶାଶୁ ଘର ତାଲା ପଡ଼ିଥିବାରୁ ଶେଷରେ ବାଧ୍ୟହୋଇ ସାହି ପଡ଼ିଶା ମିଳିମିଛି ଶାଶୁ ଘର ଆଗରେ ଜୁଇ ଜଳାଇଥିଲେ । ତେବେ ପୋଲିସ ଏହି ଘଟଣାର ଏବେ ଅଧିକ ତଦନ୍ତ ଜାରି ରଖିଛି ।