ଯମୁନାରେ ମନମୋହନଙ୍କ ଚିତାଭସ୍ମ ବିସର୍ଜନ
ନୂଆଦିଲ୍ଲୀ,୨୯ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚିତାଭସ୍ମକୁ ରବିବାର ତାଙ୍କ ପରିବାର ସଦସ୍ୟମାନେ ମଜ୍ନୁ କା ତିଲା ଗୁରୁଦ୍ୱାର ନିକଟ ଯମୁନା ନଦୀରେ ବିସର୍ଜନ କରିଛନ୍ତି। ପରିବାର ସଦସ୍ୟ ରବିବାର ସକାଳେ ନଗମବୋଧ ଘାଟରୁ ଚିତାଭସ୍ମ ସଂଗ୍ରହ କରି ଯମୁନା ନଦୀର ଅସ୍ତ ଘାଟକୁ ନେଇଥିଲେ। ଏହି ସମୟରେ ମନମୋହନଙ୍କ ସ୍ତ୍ରୀ ଗୁରଶରନ କୌର, ଝିଅ ଉପିନ୍ଦର, ଦାମନ ଏବଂ ଅମ୍ରିତା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶିଖ୍ ରୀତିନୀତି ଅନୁଯାୟୀ, ଜାନୁଆରୀ ୧ରେ ତାଙ୍କ […] The post ଯମୁନାରେ ମନମୋହନଙ୍କ ଚିତାଭସ୍ମ ବିସର୍ଜନ appeared first on Dharitri Odia News.
ନୂଆଦିଲ୍ଲୀ,୨୯ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚିତାଭସ୍ମକୁ ରବିବାର ତାଙ୍କ ପରିବାର ସଦସ୍ୟମାନେ ମଜ୍ନୁ କା ତିଲା ଗୁରୁଦ୍ୱାର ନିକଟ ଯମୁନା ନଦୀରେ ବିସର୍ଜନ କରିଛନ୍ତି।
ପରିବାର ସଦସ୍ୟ ରବିବାର ସକାଳେ ନଗମବୋଧ ଘାଟରୁ ଚିତାଭସ୍ମ ସଂଗ୍ରହ କରି ଯମୁନା ନଦୀର ଅସ୍ତ ଘାଟକୁ ନେଇଥିଲେ। ଏହି ସମୟରେ ମନମୋହନଙ୍କ ସ୍ତ୍ରୀ ଗୁରଶରନ କୌର, ଝିଅ ଉପିନ୍ଦର, ଦାମନ ଏବଂ ଅମ୍ରିତା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶିଖ୍ ରୀତିନୀତି ଅନୁଯାୟୀ, ଜାନୁଆରୀ ୧ରେ ତାଙ୍କ ପରିବାର ୩, ମୋତିଲାଲ ନେହେରୁ ଗାର୍ଗ ସରକାରୀ କାର୍ଯ୍ୟାଳୟରେ ପରିବାର ପକ୍ଷରୁ ‘ଅଖଣ୍ଡ ପଥ’ ଅନୁଷ୍ଠିତ ହେବ।
ପାର୍ଲାମେଣ୍ଟ କମ୍ପ୍ଲେକ୍ସ ନିକଟ ରାକବ ଗଞ୍ଜ ଗୁରୁଦ୍ୱାରାରେ ଜାନୁଆରୀ ୩ରେ ଭୋଗ ଉତ୍ସବ, ଅନ୍ତିମ ଅର୍ଦସ ଏବଂ କୀର୍ତ୍ତନ ଆୟୋଜନ ହେବ। ୨୬ ତାରିଖରେ ଦିଲ୍ଲୀ ଏମ୍ସରେ ମନମୋହନଙ୍କ ପରଲୋକ ଘଟିଥିଲା।
The post ଯମୁନାରେ ମନମୋହନଙ୍କ ଚିତାଭସ୍ମ ବିସର୍ଜନ appeared first on Dharitri Odia News.