ଯଶସ୍ୱୀଙ୍କ ଡବଲ୍ ସେଞ୍ଚୁରୀ; ଇଂଲଣ୍ଡ ଆଗରେ ୫୫୭ ରନର ଟାର୍ଗେଟ 

ରାଜକୋଟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ।

ଯଶସ୍ୱୀଙ୍କ ଡବଲ୍ ସେଞ୍ଚୁରୀ; ଇଂଲଣ୍ଡ ଆଗରେ ୫୫୭ ରନର ଟାର୍ଗେଟ 

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ ରୋହିତ ଓ ଜାଡେଜାଙ୍କ ଯାଦୁ ପରେ ଦ୍ୱିତୀୟ ଇନିଂସରେ କମାଲ୍ କରିଛନ୍ତି ଯଶସ୍ୱୀ, ଶୁବମନ ଓ ସର୍ଫରାଜ। ହାତରେ ୬ ୱିକେଟ୍ ଥାଇ ଇନିଂସ ଘୋଷଣା କରିଛି ଦଳ। ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଜୟ ଲକ୍ଷ୍ୟ ରହିଛି। 

ରାଜକୋଟରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମ ଇନିଂସ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ କ୍ୟାପ୍ଟେନ ରୋହିତ ଶର୍ମାଙ୍କ ୧୩୧ ଏବଂ ଜାଡେଜାଙ୍କ ୧୧୨ ରନ୍ ବଳରେ ଦଳ ୪୪୫ ରନ୍ କରିଥିଲା। ପ୍ରଥମ ଇନିଂସରେ ଡେବ୍ୟୁ କରୁଥିବା ସର୍ଫରାଜ୍ ଖାନ୍ ଓ ଧ୍ରୁବ ଜୁରେଲ ମଧ୍ୟ ଯଥାକ୍ରମେ ୬୨ ଏବଂ ୪୬ ରନ୍ କରିଥିଲେ।

ଏହା ପରେ ପାଳି ଆରମ୍ଭ କରି ଇଂଲଣ୍ଡ ୩୧୯ରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଇଂଲଣ୍ଡ ପକ୍ଷରୁ ଡକେଟ୍ ୧୫୩ ରନ୍ କରିଥିଲେ। ଇଂଲଣ୍ଡ ଅଲ୍ ଆଉଟ୍ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଭାରତ। ଯଶସ୍ୱୀ ଓ ରୋହିତ ପାଳି ଆରମ୍ଭ କରିଥିଲେ। ରୋହିତ ଶର୍ମା ୧୯ ରନ୍ କରି ଆଉଟ୍ ହୋଇଯିବା ପରେ ଶୁବମନ ଗିଲ୍ ଯଶସ୍ୱୀଙ୍କ ସାଥ୍ ଦେଇଥିଲେ।