ଯାଜପୁର କ୍ରୀଡ଼ା କମ୍ପ୍ଲେକ୍ସରେ ବଡ଼ ର୍ଦୁନୀତି: ୨୨ କୋଟି ଉଡ଼ିଗଲା, ଲକ୍ଷ୍ୟ ସାଧନ ନୋହିଲା

କନକ ବ୍ୟୁରୋ : ଯାଜପୁରରେ ଠିଆ ହୋଇଛି ୨୨ କୋଟି କ୍ରୀଡା କମ୍ପେକ୍ସ। ହେଲେ ଆଖିବୁଜା ଦୁର୍ନୀତି ସହ ଜାତୀୟ ଠିକା ସଂସ୍ଥାର ନିମ୍ନମାନର କାମ ପାଇଁ ଏହି ପ୍ରକଳ୍ପର ଲକ୍ଷ୍ୟ ସାଧନ ହେଉନାହିଁ। ବୈଷୟିକ ତ୍ରୁଟି ପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ବି ଅନୁଯଯୁକ୍ତ ହୋଇପଡ଼ିଛି।   ଜିଲ୍ଲା ଖଣିଜ ପାଣ୍ଠରେ ତିଆରି ହୋଇଛି ଯାଜପୁର ସହରର କ୍ରୀଡ଼ା କମ୍ପ୍ଲେକ୍ସ। ୨୨ କୋଟି ଖର୍ଚ୍ଚରେ ୧୫ ଏକର ଜମିରେ ଏହା ଗଢ଼ି ଉଠିଛି। କ୍ରିକେଟ, ଫୁଟବଲ, ଭଲିବଲ, ବାସ୍କେଟବଲ, ଲନ୍ ଟେନିସ୍ ଓ ଆଥଲେଟିକ୍ କ୍ରୀଡ଼ା ସହ ଇନଡୋର ଗେମ୍ ଭାବେ ଟେବୁଲ୍ ଟେନିସ୍ ଓ ଯୋଗାଭ୍ୟାସର ସୁବିଧା କରାଯାଇଛି। ହେଲେ ନିର୍ମାଣରେ ତ୍ରୁଟି ଯୋଗୁଁ ଜାତୀୟ, କି ରାଜ୍ୟ କଥା ଛାଡ଼ନ୍ତୁ, ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ବି ଏହା ଉପଯୁକ୍ତ ନୁହେଁ । ଆଥଲେଟିକ୍ କ୍ରୀଡ଼ା ପାଇଁ ୬ଟି ଟ୍ରାକର ନିୟମ ରହିଛି। ହେଲେ ଯାଜପୁରରେ ପ୍ରାୟ ୪କୋଟି ଟଙ୍କାରେ ୫ଟି ସିନ୍ଥେଟିକ୍ ଟ୍ରାକ କରାଯାଇଛି। ଟ୍ରାକର ବ୍ୟାସାର୍ଦ୍ଧ ଓ ଲମ୍ବ ପ୍ରସ୍ତୁତିରେ ସମସ୍ୟା ରହିଛି। ମେସିନରେ ଧଳା ଚିହ୍ନ ନପକାଇ ହାତରେ ପକାଯାଇଛି। ସେପଟେ ଡ୍ରେନ ନିର୍ମାଣରେ ମଧ୍ୟ ବ୍ୟାପକ ତ୍ରୁଟି। ପାଣି ଜମି ଟ୍ରାକ ନଷ୍ଟ ହେବାକୁ ବସିଲାଣି। ଖାଲି ଟ୍ରାକ୍ ନୁହେଁ, ଫୁଟ୍‌ବଲ୍‌ ପଡ଼ିଆ ଓ କ୍ରିକେଟ ପିଚ୍ ମଧ୍ୟ ନିର୍ଦ୍ଧାରିତମାନ ଅନୁଯାୟୀ ହୋଇନାହିଁ। ଏନେଇ ପୂର୍ବତନ ଜିଲ୍ଲାପାଳ ଆଗରୁ ପ୍ରଶ୍ନ ଉଠାଇଥିଲେ ମଧ୍

ଯାଜପୁର କ୍ରୀଡ଼ା କମ୍ପ୍ଲେକ୍ସରେ ବଡ଼ ର୍ଦୁନୀତି: ୨୨ କୋଟି ଉଡ଼ିଗଲା, ଲକ୍ଷ୍ୟ ସାଧନ ନୋହିଲା

କନକ ବ୍ୟୁରୋ : ଯାଜପୁରରେ ଠିଆ ହୋଇଛି ୨୨ କୋଟି କ୍ରୀଡା କମ୍ପେକ୍ସ। ହେଲେ ଆଖିବୁଜା ଦୁର୍ନୀତି ସହ ଜାତୀୟ ଠିକା ସଂସ୍ଥାର ନିମ୍ନମାନର କାମ ପାଇଁ ଏହି ପ୍ରକଳ୍ପର ଲକ୍ଷ୍ୟ ସାଧନ ହେଉନାହିଁ। ବୈଷୟିକ ତ୍ରୁଟି ପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ବି ଅନୁଯଯୁକ୍ତ ହୋଇପଡ଼ିଛି।  

ଜିଲ୍ଲା ଖଣିଜ ପାଣ୍ଠରେ ତିଆରି ହୋଇଛି ଯାଜପୁର ସହରର କ୍ରୀଡ଼ା କମ୍ପ୍ଲେକ୍ସ। ୨୨ କୋଟି ଖର୍ଚ୍ଚରେ ୧୫ ଏକର ଜମିରେ ଏହା ଗଢ଼ି ଉଠିଛି। କ୍ରିକେଟ, ଫୁଟବଲ, ଭଲିବଲ, ବାସ୍କେଟବଲ, ଲନ୍ ଟେନିସ୍ ଓ ଆଥଲେଟିକ୍ କ୍ରୀଡ଼ା ସହ ଇନଡୋର ଗେମ୍ ଭାବେ ଟେବୁଲ୍ ଟେନିସ୍ ଓ ଯୋଗାଭ୍ୟାସର ସୁବିଧା କରାଯାଇଛି। ହେଲେ ନିର୍ମାଣରେ ତ୍ରୁଟି ଯୋଗୁଁ ଜାତୀୟ, କି ରାଜ୍ୟ କଥା ଛାଡ଼ନ୍ତୁ, ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ବି ଏହା ଉପଯୁକ୍ତ ନୁହେଁ ।

ଆଥଲେଟିକ୍ କ୍ରୀଡ଼ା ପାଇଁ ୬ଟି ଟ୍ରାକର ନିୟମ ରହିଛି। ହେଲେ ଯାଜପୁରରେ ପ୍ରାୟ ୪କୋଟି ଟଙ୍କାରେ ୫ଟି ସିନ୍ଥେଟିକ୍ ଟ୍ରାକ କରାଯାଇଛି। ଟ୍ରାକର ବ୍ୟାସାର୍ଦ୍ଧ ଓ ଲମ୍ବ ପ୍ରସ୍ତୁତିରେ ସମସ୍ୟା ରହିଛି। ମେସିନରେ ଧଳା ଚିହ୍ନ ନପକାଇ ହାତରେ ପକାଯାଇଛି। ସେପଟେ ଡ୍ରେନ ନିର୍ମାଣରେ ମଧ୍ୟ ବ୍ୟାପକ ତ୍ରୁଟି। ପାଣି ଜମି ଟ୍ରାକ ନଷ୍ଟ ହେବାକୁ ବସିଲାଣି। ଖାଲି ଟ୍ରାକ୍ ନୁହେଁ, ଫୁଟ୍‌ବଲ୍‌ ପଡ଼ିଆ ଓ କ୍ରିକେଟ ପିଚ୍ ମଧ୍ୟ ନିର୍ଦ୍ଧାରିତମାନ ଅନୁଯାୟୀ ହୋଇନାହିଁ। ଏନେଇ ପୂର୍ବତନ ଜିଲ୍ଲାପାଳ ଆଗରୁ ପ୍ରଶ୍ନ ଉଠାଇଥିଲେ ମଧ୍ୟ ଡିଏମଏଫ ପକ୍ଷରୁ ଏଥିପ୍ରତି ଗୁରୁତ୍ବ ଦିଆଯାଇନଥିବା ଅଭିଯୋଗ ହୋଇଛି। ଜାତୀୟ ଠିକା ସଂସ୍ଥା ଦ୍ବାରା ନିମ୍ନମାନର କାମ କରାଯାଇ ସରକାରୀ ଟଙ୍କା ହରିଲୁଟ କରାଯାଇଛି ବୋଲି ଅଭିଯୋଗ ହୋଇଛି।  

ଏଏଫଆଇ ନିୟମ ଅନୁଯାୟୀ ଷ୍ଟାଡିୟମଟି ନିର୍ମାଣ କରାଯାଇନାହିଁ।ତେଣୁ ଏଠାରେ କୌଣସି କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରାଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ରୋକଠୋକ୍ ଶୁଣାଇ ଦେଇଛି କ୍ରୀଡ଼ା ବିଭାଗ। ତୁରନ୍ତ ବୈଷୟିତ ତ୍ରୁଟିର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।