ଯାଜପୁର ଟାଉନ୍‌ ଅଞ୍ଚଳରେ ବୁଲୁଛି ଦନ୍ତା, ଘଉଡାଇବାକୁ ବନବିଭାଗ ନୟାନ୍ତ

ଯାଜପୁର ୦୫।୦୪ : ଯାଜପୁରରେ ହାତୀ ଆତଙ୍କ । ହାତୀ ଘଉଡାଇବାକୁ ବନ ବିଭାଗ ନୟାନ୍ତ। ମଙ୍ଗଳବାର ଦିନ ଭଦ୍ରକ ଅଞ୍ଚଳରେ ବୁଲୁଥିବା ହାତୀ ଏବେ ଯାଜପୁରରେ ଡେରା ପକାଇଛି। ସୋମବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ଚଇନିପୁର ପଞ୍ଚାୟତ ଗଣେଶ୍ୱରପୁରରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ହାତୀ ଆସିଥିବା ଖବର ପାଇ ଜଙ୍ଗଲ ବିଭାଗ ଟିମ୍ ହାତୀର ଗତିବିଧି ଉପରେ ନଜର ରଖିଛି। ଶହ ଶହ ସ୍ଥାନୀୟ ଲୋକ ମଧ୍ୟ ହାତୀ ଦେଖିବାକୁ ଭିଡ଼ ଜମାଇଥିଲେ । ହାତୀ ବୈତରଣୀ ନଦୀବନ୍ଧରେ ବହୁ ସମୟ ଚାଲି କେନାଲ ଅତିକ୍ରମ କରିଥିଲା । ଏହାପରେ ଚଇନିପୁର ଭିତରକୁ ଯାଇଥିଲା । ଏବେ ହାତୀଟି ରସୁଲପୁର ଥାନା ଘୋଳପୁର ନିକଟରେ ଡେରା ପକାଇଥିବା ଜଣାପଡ଼ିଛି। କିପରି ହାତୀକୁ କାବୁ କରାଯିବ ସେଥିପାଇଁ ବନ ବିଭାଗ ଚେଷ୍ଟା ଚଳାଇଛି।

ଯାଜପୁର ଟାଉନ୍‌ ଅଞ୍ଚଳରେ ବୁଲୁଛି ଦନ୍ତା, ଘଉଡାଇବାକୁ ବନବିଭାଗ ନୟାନ୍ତ

ଯାଜପୁର ୦୫।୦୪ : ଯାଜପୁରରେ ହାତୀ ଆତଙ୍କ । ହାତୀ ଘଉଡାଇବାକୁ ବନ ବିଭାଗ ନୟାନ୍ତ। ମଙ୍ଗଳବାର ଦିନ ଭଦ୍ରକ ଅଞ୍ଚଳରେ ବୁଲୁଥିବା ହାତୀ ଏବେ ଯାଜପୁରରେ ଡେରା ପକାଇଛି। 

ସୋମବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ଚଇନିପୁର ପଞ୍ଚାୟତ ଗଣେଶ୍ୱରପୁରରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ହାତୀ ଆସିଥିବା ଖବର ପାଇ ଜଙ୍ଗଲ ବିଭାଗ ଟିମ୍ ହାତୀର ଗତିବିଧି ଉପରେ ନଜର ରଖିଛି। ଶହ ଶହ ସ୍ଥାନୀୟ ଲୋକ ମଧ୍ୟ ହାତୀ ଦେଖିବାକୁ ଭିଡ଼ ଜମାଇଥିଲେ । ହାତୀ ବୈତରଣୀ ନଦୀବନ୍ଧରେ ବହୁ ସମୟ ଚାଲି କେନାଲ ଅତିକ୍ରମ କରିଥିଲା । ଏହାପରେ ଚଇନିପୁର ଭିତରକୁ ଯାଇଥିଲା । ଏବେ ହାତୀଟି ରସୁଲପୁର ଥାନା ଘୋଳପୁର ନିକଟରେ ଡେରା ପକାଇଥିବା ଜଣାପଡ଼ିଛି। କିପରି ହାତୀକୁ କାବୁ କରାଯିବ ସେଥିପାଇଁ ବନ ବିଭାଗ ଚେଷ୍ଟା ଚଳାଇଛି।