ଯାଜପୁର ମା’ ବିରଜାଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା, ସ୍ଥାପନ ହେବ ଷୋହଳ କଳସ
ଯାଜପୁର ୨୬।୯: ଯାଜପୁର ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ପର୍ବ ଲାଗି ଷୋଡ଼ଶ ଉପଚାର ପୂଜା । ବୁଧବାର ମା’ ବିରଜାଙ୍କ ପୀଠରେ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇଯାଇଛି । ତେବେ ମା’ ବିରଜା ମହିଷାସୁରକୁ ବଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତ୍ୟେକ ବର୍ଷ ପୂଜାବିଧି ହୋଇଥାଏ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ୍ ଧୁମ୍ଧାମ୍ରେ ପାଳନ ହେଉଛି ଶାରଦୀୟ ପୂଜା ମହୋତ୍ସବ । ବୁଧବାର ସନ୍ଧ୍ୟା ସମୟରେ ମନ୍ଦିର ଗର୍ଭଗୃହରୁ ମୁଖ୍ୟ ପୂଜକ, ପୁରୋଧା, ଆର୍ଶା, ସମୀଦ୍ଧ, ଛତ୍ର, ତରାଶ, ଘଣ୍ଟବାଦ୍ୟ ସହିତ ସମସ୍ତେ ଏକ ଶୋଭାଯାତ୍ରାରେ ଯାଇ ବ୍ରହ୍ମାକୁଣ୍ଡରେ ପହଞ୍ଚି ମା’ଙ୍କର ସ୍ନାନ, ତର୍ପଣ, ସଂକଳ୍ପ କରି ସାରିବା ପରେ ଏକ କଳସରେ ଜଳଧରି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ରାତିରେ ମହାସ୍ନାନର ଆୟୋଜନ କରାଯାଇ ମହାସ୍ନାନ ଓ ବଡ଼ ସିଂହାର ବେଶ କରାଯାଇଥିଲା । ପରେ ଘଟ ପୂଜା ଓ ଯଜ୍ଞ କରାଯାଇଛି । ଏହି ପୂଜା ଷୋହଳ ଦିନ ଧରି ଚାଲିବ । ପ୍ରଥମ ଦିନରେ ୧୦ଟି କଳସ ବସିଥିବା ବେଳେ ପଞ୍ଚମୀ ଦିନରେ ଆଉ ୫ଟି କଳସ ସ୍ଥାପନ କରିବା ସହ ଅଷ୍ଟମୀ ଦିନ ଆଉ ଏକ କଳସ ସ୍ଥାପନ କରାଯିବ । ଏହିପରି ଭାବେ ଷୋହଳ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରାଯିବ ।You Can Read:ଭଦ୍ରକର ବିଶିଷ୍ଟ ଜନନେତା ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ
ଯାଜପୁର ୨୬।୯: ଯାଜପୁର ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ପର୍ବ ଲାଗି ଷୋଡ଼ଶ ଉପଚାର ପୂଜା । ବୁଧବାର ମା’ ବିରଜାଙ୍କ ପୀଠରେ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇଯାଇଛି । ତେବେ ମା’ ବିରଜା ମହିଷାସୁରକୁ ବଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତ୍ୟେକ ବର୍ଷ ପୂଜାବିଧି ହୋଇଥାଏ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ୍ ଧୁମ୍ଧାମ୍ରେ ପାଳନ ହେଉଛି ଶାରଦୀୟ ପୂଜା ମହୋତ୍ସବ । ବୁଧବାର ସନ୍ଧ୍ୟା ସମୟରେ ମନ୍ଦିର ଗର୍ଭଗୃହରୁ ମୁଖ୍ୟ ପୂଜକ, ପୁରୋଧା, ଆର୍ଶା, ସମୀଦ୍ଧ, ଛତ୍ର, ତରାଶ, ଘଣ୍ଟବାଦ୍ୟ ସହିତ ସମସ୍ତେ ଏକ ଶୋଭାଯାତ୍ରାରେ ଯାଇ ବ୍ରହ୍ମାକୁଣ୍ଡରେ ପହଞ୍ଚି ମା’ଙ୍କର ସ୍ନାନ, ତର୍ପଣ, ସଂକଳ୍ପ କରି ସାରିବା ପରେ ଏକ କଳସରେ ଜଳଧରି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ରାତିରେ ମହାସ୍ନାନର ଆୟୋଜନ କରାଯାଇ ମହାସ୍ନାନ ଓ ବଡ଼ ସିଂହାର ବେଶ କରାଯାଇଥିଲା । ପରେ ଘଟ ପୂଜା ଓ ଯଜ୍ଞ କରାଯାଇଛି । ଏହି ପୂଜା ଷୋହଳ ଦିନ ଧରି ଚାଲିବ । ପ୍ରଥମ ଦିନରେ ୧୦ଟି କଳସ ବସିଥିବା ବେଳେ ପଞ୍ଚମୀ ଦିନରେ ଆଉ ୫ଟି କଳସ ସ୍ଥାପନ କରିବା ସହ ଅଷ୍ଟମୀ ଦିନ ଆଉ ଏକ କଳସ ସ୍ଥାପନ କରାଯିବ । ଏହିପରି ଭାବେ ଷୋହଳ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରାଯିବ ।
You Can Read:
ଭଦ୍ରକର ବିଶିଷ୍ଟ ଜନନେତା ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ