ଯାଜପୁର ସୁନା ଲୁଟ ସମୟରେ ଗୁଳିମାଡ ଘଟଣା – ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଡେସ୍କ: ଯାଜପୁର ପାଣିକୋଇଲିରେ ଆଜି ଏକ ସୁନା ଦୋକାନରେ ଲୁଟ ସମୟରେ ଗୁଳିମାଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଯାଜପୁରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ସୁନା ଦୋକାନ କର୍ମଚାରୀ ଓ ଅନ୍ୟ ଜଣଙ୍କ ସ୍ଥାନୀୟ ବିଦ୍ୟୁତ ବିଭାଗ ଗାଡିର ଡ୍ରାଇଭର। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧ଟା ସମୟରେ […]

ଯାଜପୁର ସୁନା ଲୁଟ ସମୟରେ ଗୁଳିମାଡ ଘଟଣା – ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଡେସ୍କ: ଯାଜପୁର ପାଣିକୋଇଲିରେ ଆଜି ଏକ ସୁନା ଦୋକାନରେ ଲୁଟ ସମୟରେ ଗୁଳିମାଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଯାଜପୁରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ସୁନା ଦୋକାନ କର୍ମଚାରୀ ଓ ଅନ୍ୟ ଜଣଙ୍କ ସ୍ଥାନୀୟ ବିଦ୍ୟୁତ ବିଭାଗ ଗାଡିର ଡ୍ରାଇଭର।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧ଟା ସମୟରେ ୪ରୁ ୫ ଜଣ ଦୁର୍ବୁତ୍ତ ଯାଜପୁର ପାଣିକୋଇଲି ସ୍ଥିତ ଏକ ସୁନା ଦୋକାନରେ ଲୁଟ ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ। ସେହି ସମୟରେ ସୁନା ଦୋକାନ କର୍ମଚାରୀମାନେ ପଇସା ନେଇ ବ୍ୟାଙ୍କକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। କର୍ମଚାରୀମାନେ ଦୁର୍ବୁତ୍ତ ମାନଙ୍କୁ ବାଧା ଦେଇଥିଲେ। ସେହି ସମୟରେ ଅନ୍ୟ ଦୋକାନୀ ଓ ସେଠାରେ ଉପସ୍ଥିତ ଲୋକମାନେ ପଳାଇ ଆସିବାରୁ ଦୁର୍ବୁତ୍ତ ମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ। ପ୍ରାୟ ୬ ରାଉଣ୍ଡ ଗୁଳିମାଡ କରାଯାଇଥିବା ସେଠାରେ ଉପସ୍ଥିତ ଲୋକମାନେ କହିଛନ୍ତି।

ଘଟଣାରେ ଜଣଙ୍କ ପେଟ ଓ ଅନ୍ୟ ଜଣକ ଛାତି ଓ ଅନ୍ୟ ଜଣଙ୍କର ଅଂଟାରେ ଗୁଳି ବାଜିଥିଲା। ସୂଚନା ମୁତାବକ ପେଟ ଓ ଛାତିରେ ଗୁଳି ବାଜିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକେ ୨ ଜଣ ଦୁର୍ବୁତ୍ତଙ୍କୁ ଅଟକ ରଖିଛନ୍ତି। ଅନ୍ୟ ଜଣେ ଦୁର୍ବୁତ୍ତ ଯିଏ ଗୁଳି ଚଳାଇଥିଲେ, ତାଙ୍କୁ ସ୍ଥାନୀୟ ଲୋକମାନେ ନିର୍ଦ୍ଧୁମ ପିଟିବା ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିବା ସୂଚନା ମିଳିଛି। ଏବେ ମଧ୍ୟ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।