ଯାଜପୁରରେ ପୋଲିସକୁ ଧକ୍କା ଦେଇ କଏଦୀଙ୍କୁ ଛଡ଼ାଇନେଲେ ସହଯୋଗୀ
ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୯ା୨: ପୋଲିସକୁ ଧକ୍କା ଦେଇ ଜଣେ ବିଚାରାଧୀନ କଏଦୀଙ୍କୁ ଛଡ଼ାଇ ନେଇଛନ୍ତି ତାଙ୍କର ୨ଜଣ ସହଯୋଗୀ। ଉକ୍ତ କଏଦୀ ଜଣକ ହେଲେ ଯାଜପୁର ରୋଡ୍ ଉପ କାରାଗାରର ରାଣାପ୍ରତାପ ସିଂ(୫୫)। ତାଙ୍କ ଘର ଜହ୍ନା ଗ୍ରାମରେ। ବାଇକ୍ରେ ଆସିଥିବା ରାଣାଙ୍କ ୨ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାରେ ପୋଲିସ ସକ୍ଷମ ହୋଇଛି। ଏହି ଘଟଣା ଶନିବାର ଅପରାହ୍ନ ୨ଟାରେ ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଏକ ହୋଟେଲ […] The post ଯାଜପୁରରେ ପୋଲିସକୁ ଧକ୍କା ଦେଇ କଏଦୀଙ୍କୁ ଛଡ଼ାଇନେଲେ ସହଯୋଗୀ appeared first on Dharitri Odia News.
ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୯ା୨: ପୋଲିସକୁ ଧକ୍କା ଦେଇ ଜଣେ ବିଚାରାଧୀନ କଏଦୀଙ୍କୁ ଛଡ଼ାଇ ନେଇଛନ୍ତି ତାଙ୍କର ୨ଜଣ ସହଯୋଗୀ। ଉକ୍ତ କଏଦୀ ଜଣକ ହେଲେ ଯାଜପୁର ରୋଡ୍ ଉପ କାରାଗାରର ରାଣାପ୍ରତାପ ସିଂ(୫୫)। ତାଙ୍କ ଘର ଜହ୍ନା ଗ୍ରାମରେ। ବାଇକ୍ରେ ଆସିଥିବା ରାଣାଙ୍କ ୨ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାରେ ପୋଲିସ ସକ୍ଷମ ହୋଇଛି। ଏହି ଘଟଣା ଶନିବାର ଅପରାହ୍ନ ୨ଟାରେ ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଏକ ହୋଟେଲ ସମ୍ମୁଖରେ ଘଟିଥିଲେ ହେଁ ପୋଲିସ ଚାପି ଦେବାକୁ ଉଦ୍ୟମ କରିଛି। ରବିବାର ଘଟଣା ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବତୀଙ୍କୁ ବଳାତ୍କାର କରିବା ସହ ନଗ୍ନ ଫଟୋ ଭାଇରାଲ କରିବା ଅଭିଯୋଗରେ ରାଣାପ୍ରତାପଙ୍କୁ ପାଣିକୋଇଲି ଥାନା ପୋଲିସ ଗତ ୬ ତାରିଖରେ ଗିରଫ କରିଥିଲା। କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ରାଣାପ୍ରତାପ ଯାଜପୁର ରୋଡ୍ ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଶନିବାର ପୂର୍ବାହ୍ନରେ ରାଣାପ୍ରତାପ ଅସୁସ୍ଥ ଥିବା ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଜେଲ୍ର ଫାର୍ମାସିଷ୍ଟ ମନୋରଞ୍ଜନ ପ୍ରଧାନ ଏବଂ ଜିଲା ପୋଲିସ ହେଡ୍କ୍ବାଟର୍ସର ୨ ଜଣ କନଷ୍ଟେବଳ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ତାଙ୍କୁୁ ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଫେରିବା ସମୟରେ ମେଡିସିନ କିଣିବାବେଳେ ସେ ଫେରାର ହୋଇଯାଇଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କୋରେଇ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।
ହେଲେ ଅନ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ଡାକ୍ତରଖାନାରୁ ଅଭିଯୁକ୍ତ ରାଣାପ୍ରତାପଙ୍କୁ ଧରି ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲକୁ ନିଆଯାଇଥିଲା। ସେଠାରେ ସେମାନେ ମଧ୍ୟାହ୍ନ ଭୋଜନ କରିଥିଲେ। ସେଠାରେ ଏକ ବାଇକ୍ରେ ଦୁଇ ଜଣ ଯୁବକ ଆସି ରାଣାପ୍ରତାପଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସହିତ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସେତେବେଳେ ଜଣେ ଯୁବକ ରାଣାପ୍ରତାପଙ୍କୁ ଧରି ବାଇକ୍ରେ ଫେରାର ହେବାକୁ ସକ୍ଷମ ହୋଇଥିଲେ। ଅନ୍ୟ ଜଣେ ପୋଲିସ ହାବୁଡରେ ପଡ଼ିଥିଲେ। ତାଙ୍କୁ କୋରେଇ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ତେବେ ତଦନ୍ତରେ ବିଘ୍ନ ହେବା ଆଶଙ୍କାରେ ଅଟକ ଯୁବକଙ୍କ ନାମ ଗୋପନୀୟ ରଖାଯାଇଛି। ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ କୋରାଇ ଥାନାରେ ୯୨/୨୦୨୪ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ୍ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ରାଣାପ୍ରତାପ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବାକୁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରହିଛି। ତୁରନ୍ତ ସେମାନଙ୍କୁ ଗିରଫ କରାଯିବ।
The post ଯାଜପୁରରେ ପୋଲିସକୁ ଧକ୍କା ଦେଇ କଏଦୀଙ୍କୁ ଛଡ଼ାଇନେଲେ ସହଯୋଗୀ appeared first on Dharitri Odia News.