ଯାଜପୁରରେ ବିରୋଧୀ ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ଯାଜପୁର : ବିଜେଡିର ମିଶ୍ରଣ ପର୍ବ। ଯାଜପୁରରେ ବିରୋଧୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ। କାଳୀମେଘା... The post ଯାଜପୁରରେ ବିରୋଧୀ ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ appeared first on .

ଯାଜପୁରରେ ବିରୋଧୀ ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ଯାଜପୁର : ବିଜେଡିର ମିଶ୍ରଣ ପର୍ବ। ଯାଜପୁରରେ ବିରୋଧୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ। କାଳୀମେଘା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ସୁଶୀଲ ମହାନ୍ତିଙ୍କ ନେତୃତ୍ୱରେ ଜାହାନପୁର ପଂଚାୟତର ଶତାଧିକ ବିଜେପି କର୍ମୀ ଓ ଯାଜପୁର ଟାଉନ ପୌରାଞ୍ଚଳର ଅନେକ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ପ୍ରତିନିଧି ଭବ ପ୍ରସାଦ ଦାଶ ଦଳୀୟ ଉତ୍ତରୀୟ ଦେଇ କର୍ମୀଙ୍କୁ ଦଳକୁ ସ୍ଵାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ସାମିଲ ହୋଇଥିବା ମଧ୍ୟରେ ଯୁବ କର୍ମୀ ଅଭିଷେକ ରାଉତ ଅଛନ୍ତି। ଯାଜପୁରରେ ନିର୍ବାଚନକୁ ନେଇ ରାଜନୀତି ଉଷ୍ମତା ଦେଖିବାକୁ ମିଳିଥିବାବେଳେ ଅନେକ ବିରୋଧୀ ନେତା ଓ କର୍ମୀ ଅସନ୍ତୁଷ୍ଟ ହୋଇ ବିଜେଡିରେ ଯୋଗ ଦେଇଛନ୍ତି।

 

The post ଯାଜପୁରରେ ବିରୋଧୀ ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ appeared first on .