ଯାଞ୍ଚବେଳେ କାରରୁ ଦେଢଲକ୍ଷ ଟଙ୍କା ଜବତ

ଯାଞ୍ଚ ସମୟରେ ଉକ୍ତ ଗାଡ଼ିରୁ ଦେଢ ଲକ୍ଷ ଟଙ୍କା ପାଇଥିଲେ

ଯାଞ୍ଚବେଳେ କାରରୁ ଦେଢଲକ୍ଷ ଟଙ୍କା ଜବତ

ନିର୍ବାଚନକୁ ଦୃଷ୍ଟିରେ ରଖି ଗତ କିଛି ଦିନ ହେବ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଥିବା ବେଳେ ଗତକାଲି ଲକ୍ଷ୍ମୀସାଗର ଥାନା ସବ୍-ଇନ୍ସପେକ୍ଟର ଗୟାନନ୍ଦ ସାହା ଓ ଥାନା କର୍ମଚାରୀ ମିଳିତ ଭାବେ ଝାରପଡ଼ା ଗୋଲେଇ ଛକ ନିକଟରେ ଯାଞ୍ଚ କରୁଥିଲେ।

ସନ୍ଦେହ ହେବାରୁ ସେମାନେ ଏକ କଳା ରଙ୍ଗର କାରକୁ ଅଟକାଇଥିଲେ। ଯାଞ୍ଚ ସମୟରେ ଉକ୍ତ ଗାଡ଼ିରୁ ଦେଢ ଲକ୍ଷ ଟଙ୍କା ପାଇଥିଲେ। ପଚରାଉଚରା ବେଳେ ସଂପୃକ୍ତ ଗାଡ଼ିର ମାଲିକ ତଥା ଡ୍ରାଇଭର ରମାକାନ୍ତ ସାହୁ ଉକ୍ତ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

ପୁଲିସ ଉକ୍ତ ଟଙ୍କାକୁ ଜବତ କରିଛି। ଜବତ ଟଙ୍କା ଫେରି ପାଇବା ପାଇଁ ରମାକାନ୍ତ ସାହୁଙ୍କୁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ ଗ୍ରିଭାନ୍ସ କମିଟି ନିକଟରୁ ଅନୁମତି ପତ୍ର ଆଣିବାକୁ ହେବ ବୋଲି ପୁଲିସ କହିଛି।