ଯାତ୍ରା ପାଇଁ ଲକ୍ଷ୍ମଣରେଖା କେବେ ? ସମୟ ଗଡୁଛି, ଦ୍ବନ୍ଦ୍ବ ବଢୁଛି ।

କନକ ବ୍ୟୁରୋ: ଯାତ୍ରା ପରିବେଶ ଣରେ ବନ୍ଦ ହେବ କି ଅଶ୍ଳୀଳ ନୃତ୍ୟ । ଅଶ୍ଳୀଳତାରେ ରୋକ୍ ଲଗାଇବାକୁ ସରକାର କଠୋର ହୋଇଥିବା ବେଳେ ଖୁବଶୀଘ୍ର ଆସିବ ଗାଇଡଲାଇନ୍‌ । ତେବେ ତୁରନ୍ତ କୌଣସି କଠୋର ଆଇନ ନଆଣିବାକୁ ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀଙ୍କୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ । ଏଥିପାଇଁ କିଛି ସମୟ ଦେବାକୁ ଯାତ୍ରା ମାଲିକ ଅନୁରୋଧ କରିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।  ନିଷ୍ପତ୍ତିରେ ବିଳମ୍ବକୁ କଳାକାରଙ୍କ ବିରୋଧ'ଖଣ୍ଡଗିରି ନୁହେଁ ସବୁଠି ଲାଗୁ କଟକଣା' ସେପେଟେ ମନ୍ତ୍ରୀଙ୍କ ବୟାନକୁ ନେଇ ବରିଷ୍ଠ ଯାତ୍ରା କଳାକାର ବାପି ପଣ୍ଡା ଦେଇଛନ୍ତି ଭିନ୍ନ ମତ। ବିଭାଗୀୟ ମନ୍ତ୍ରୀ ଏନେଇ କଳାକାର ମାନଙ୍କ ସହ ଆଲୋଚନା କରିନାହାଁନ୍ତି। ନିୟମ ଶୀଘ୍ର ନଆଣିବାକୁ ଦାବି କରିବା ଏକ ଅପରାଧ, ଏଭଳି ଅପରାଧ କରିବାକୁ କିଏ କିଭଳି ସମୟ ମାଗିପାରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।  ନିକଟରେ ଯାତ୍ରା କଳାକାର ମାନେ ବିଏମସି ଓ କମିଶନରେଟ୍ ପୁଲିସକୁ ଭେଟିଥିବା ବେଳେ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳତା ପ୍ରଦର୍ଶନ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ପଦ୍ମ ଘୁଞ୍ଚିଲା ଭଳି ଗାଇଡ଼ଲାଇନ ଆସିବାରେ ବିଳମ୍ବତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । 

ଯାତ୍ରା ପାଇଁ ଲକ୍ଷ୍ମଣରେଖା କେବେ ? ସମୟ ଗଡୁଛି, ଦ୍ବନ୍ଦ୍ବ ବଢୁଛି ।

କନକ ବ୍ୟୁରୋ: ଯାତ୍ରା ପରିବେଶ ଣରେ ବନ୍ଦ ହେବ କି ଅଶ୍ଳୀଳ ନୃତ୍ୟ । ଅଶ୍ଳୀଳତାରେ ରୋକ୍ ଲଗାଇବାକୁ ସରକାର କଠୋର ହୋଇଥିବା ବେଳେ ଖୁବଶୀଘ୍ର ଆସିବ ଗାଇଡଲାଇନ୍‌ । ତେବେ ତୁରନ୍ତ କୌଣସି କଠୋର ଆଇନ ନଆଣିବାକୁ ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀଙ୍କୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ । ଏଥିପାଇଁ କିଛି ସମୟ ଦେବାକୁ ଯାତ୍ରା ମାଲିକ ଅନୁରୋଧ କରିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
 

ନିଷ୍ପତ୍ତିରେ ବିଳମ୍ବକୁ କଳାକାରଙ୍କ ବିରୋଧ
'ଖଣ୍ଡଗିରି ନୁହେଁ ସବୁଠି ଲାଗୁ କଟକଣା'

ସେପେଟେ ମନ୍ତ୍ରୀଙ୍କ ବୟାନକୁ ନେଇ ବରିଷ୍ଠ ଯାତ୍ରା କଳାକାର ବାପି ପଣ୍ଡା ଦେଇଛନ୍ତି ଭିନ୍ନ ମତ। ବିଭାଗୀୟ ମନ୍ତ୍ରୀ ଏନେଇ କଳାକାର ମାନଙ୍କ ସହ ଆଲୋଚନା କରିନାହାଁନ୍ତି। ନିୟମ ଶୀଘ୍ର ନଆଣିବାକୁ ଦାବି କରିବା ଏକ ଅପରାଧ, ଏଭଳି ଅପରାଧ କରିବାକୁ କିଏ କିଭଳି ସମୟ ମାଗିପାରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । 

ନିକଟରେ ଯାତ୍ରା କଳାକାର ମାନେ ବିଏମସି ଓ କମିଶନରେଟ୍ ପୁଲିସକୁ ଭେଟିଥିବା ବେଳେ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳତା ପ୍ରଦର୍ଶନ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ପଦ୍ମ ଘୁଞ୍ଚିଲା ଭଳି ଗାଇଡ଼ଲାଇନ ଆସିବାରେ ବିଳମ୍ବତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି ।