ଯାତ୍ରୀବାହୀ ଗାଡ଼ିକୁ ପିଟିଲା ଟ୍ରକ୍‌; ଜଣେ ମୃତ, ୭ ଜଣ ଗୁରୁତର

ବମ୍ୱେ ଛକରୁ ୭ ଜଣ ଯାତ୍ରୀଙ୍କୁ ଧରି ଏକ ସବାରୀ ଭ୍ୟାନ୍‌ ବାରିପଦା ଟାଉନ୍‌ ଆସୁଥିଲା। ତେବେ ୧୮ ନମ୍ୱର ଜାତୀୟ ରାଜପଥର ଅସନଜୋଡା ଛକରେ ରାସ୍ତା ପାର୍ଶ୍ୱରେ ସବାରୀଟି ଅଟକିଥିଲା। ସେଠାରୁ ଯାତ୍ରୀଙ୍କୁ ଉଠାଉଥିଲା।

ଯାତ୍ରୀବାହୀ ଗାଡ଼ିକୁ ପିଟିଲା ଟ୍ରକ୍‌; ଜଣେ ମୃତ, ୭ ଜଣ ଗୁରୁତର

ଯାତ୍ରୀବାହୀ ଗାଡ଼ିକୁ ପିଟିଦେଲା ଦ୍ରୁତଗାମୀ ଟ୍ରକ୍‌। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାରିପଦା ଦେଇ ଯାଇଥିବା ଜାତୀୟ ରାଜପଥରେ ଘଟିଛି।

ବମ୍ୱେ ଛକରୁ ୭ ଜଣ ଯାତ୍ରୀଙ୍କୁ ଧରି ଏକ ସବାରୀ ଭ୍ୟାନ୍‌ ବାରିପଦା ଟାଉନ୍‌ ଆସୁଥିଲା। ତେବେ ୧୮ ନମ୍ୱର ଜାତୀୟ ରାଜପଥର ଅସନଜୋଡା ଛକରେ ରାସ୍ତା ପାର୍ଶ୍ୱରେ ସବାରୀଟି ଅଟକିଥିଲା। ସେଠାରୁ ଯାତ୍ରୀଙ୍କୁ ଉଠାଉଥିଲା। ଠିକ୍‌ ସେତିକି ବେଳେ ପଛ ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌ ସବାରୀକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସବାରୀଟି ପ୍ରାୟ୧୫ ଫୁଟ୍‌ ଦୂରକୁ ଛିଟିକି ହୋଇ ପଡ଼ିଥିଲା। ଆଉ ସବାରୀରେ ଭିତରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ ସବାରୀ ଭିତରୁ ଗୁରୁତର ଆହତଙ୍କୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଜଣଙ୍କ ମୃତ୍ୟୁ ଘଟିଛି। ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେଥିରେ ୩ ଜଣ ଥିବା ବେଳେ ଗାଡ଼ି ଚାଳକ ରହିଛନ୍ତି।

ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି