‘ଯାହା କଂଗ୍ରେସ କରିପାରିନି, ତାହା ମୋଦି କରି ଦେଖାଇଛନ୍ତି’

‘କଂଗ୍ରେସ ଯାହା କରିବାକୁ ଭାବୁଥିଲା, କିନ୍ତୁ କେବେ ତାକୁ କାର୍ଯ୍ୟରେ ପରିଣତ କରିବାକୁ ସାହାସ କରିପାରି ନଥିଲା, ଆଜି ମୋଦିଜୀ ତାହା କରି ଦେଖାଇ ଦେଇଛନ୍ତି।’

‘ଯାହା କଂଗ୍ରେସ କରିପାରିନି, ତାହା ମୋଦି କରି ଦେଖାଇଛନ୍ତି’

ଆଜି ‘ଓଟିଭି’ର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଫୋର୍‌ସାଇଟ୍-୨୦୨୪’ର ପ୍ରଥମ ଅଧିବେଶନରେ ‘Reaching the last mile: Developing the rest of India’ ଶୀର୍ଷକ ଉପରେ ଆଲୋଚନା କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ କଂଗ୍ରେସ ଯାହା କରିବାକୁ ଭାବୁଥିଲା, କିନ୍ତୁ କେବେ ତାକୁ କାର୍ଯ୍ୟରେ ପରିଣତ କରିପାରି ନଥିଲା, ଆଜି ମୋଦିଜୀ ତାହା କରି ଦେଖାଇ ଦେଇଛନ୍ତି।