ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ ଅନିମିତତାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା କୋ-ଅପରେଟିଭ୍‌ ସୋସାଇଟି ରେଜିଷ୍ଟାର ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୨୪୯/୩ା୪ା୨୦୨୪ରେ ଡେପୁଟୀ ରେଜିଷ୍ଟାର(ଡିଆର୍‌ସିଏସ୍‌) କୋ-ଅପରେଟିଭ ସୋସାଇଟି ବାରିପଦାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ତେବେ ଡିଆର୍‌ସିଏସ୍‌ଙ୍କ ନାମରେ ଅନିୟମିତତା ଅଭିଯୋଗ କରାଯାଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ତଦନ୍ତ ଦାୟିତ୍ୱ ଦେବା କେତେ […] The post ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ appeared first on Dharitri Odia News.

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ ଅନିମିତତାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା କୋ-ଅପରେଟିଭ୍‌ ସୋସାଇଟି ରେଜିଷ୍ଟାର ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୨୪୯/୩ା୪ା୨୦୨୪ରେ ଡେପୁଟୀ ରେଜିଷ୍ଟାର(ଡିଆର୍‌ସିଏସ୍‌) କୋ-ଅପରେଟିଭ ସୋସାଇଟି ବାରିପଦାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ତେବେ ଡିଆର୍‌ସିଏସ୍‌ଙ୍କ ନାମରେ ଅନିୟମିତତା ଅଭିଯୋଗ କରାଯାଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ତଦନ୍ତ ଦାୟିତ୍ୱ ଦେବା କେତେ ଦୂର ଯଥାର୍ଥ ବୋଲି ଅଭିଯୋଗକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଦୋଷ ଦୁର୍ବଳତା ଓ ଦୁର୍ନୀତିକୁ ଚପାଇବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି।

ନିବନ୍ଧକ ସମବାୟ ସମିତି ସମୂହ ଓଡ଼ିଶାଙ୍କ ଚିଠି ନଂ.୧୨୮୨୯/ ୫ା୭ା୨୦୧୮ ଗାଇଡ୍‌ ଲାଇନ ଅନୁଯାୟୀ ୫ବର୍ଷ ଧରି କାର୍ଯ୍ୟରତ ଏମ୍‌ଡି(ଗ୍ରେଡ୍‌-୧) ଓ ବ୍ରାଞ୍ଚ ଇନଚାର୍ଜ(ଗ୍ରେଡ୍‌-୨)ଙ୍କର ଗ୍ରେଡେସନ ତାଲିକା ପ୍ରସ୍ତୁତ କରାଯାଇଥିଲା। ୨୦୨୨ ଡିସେମ୍ବର ୩୧ରେ ଉକ୍ତ ତାଲିକାରେ ୪୫ଜଣଙ୍କ ନାମ ପ୍ରକାଶ ପାଇବା ପରେ ୨୦୨୩ ମେ ୩୦ରେ ଏହାକୁ ବିଭାଗ ପକ୍ଷରୁ ଅନୁମୋଦନ କରାଯାଇଥିଲା। ମାତ୍ର ତାଲିକା ଓ ନିୟମାନୁଯାୟୀ ପଦୋନ୍ନତି ଦିଆଯିବା ପରିବର୍ତ୍ତେ ୩ ବର୍ଷ କାର୍ଯ୍ୟ କରିଥିବା ଏମ୍‌ଡିମାନଙ୍କୁ ଦକ୍ଷତା ଭିତ୍ତିକ ପରୀକ୍ଷା ପୂର୍ବକ ସାକ୍ଷାତକାର(ଇଣ୍ଟରଭ୍ୟୁ) ଆଧାରରେ ୧୪ଜଣଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଏହି ପଦୋନ୍ନତିରେ ୨ ଜଣ ଏମ୍‌ଡିଙ୍କର ୫ବର୍ଷ ପୂରଣ ହୋଇ ନ ଥିବା ବେଳେ ତାଙ୍କୁ କିପରି ପଦୋନ୍ନତି ଦିଆଯାଇଛି ତାହାକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ମାତ୍ର ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ବାଧ୍ୟହୋଇ ପଦୋନ୍ନତି ପାଇବାକୁ ଦାବିଦାର ଥିବା ୬ ଜଣ ଏମ୍‌ଡି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଡବ୍ଲ୍ୟୁପି(ସି) ନଂ. ୧୧୧୪ରେ ଏକ ମାମଲା ରୁଜୁ କରିଥିଲେ। ପଦୋନ୍ନତିରେ ବ୍ୟାପକ ଅନିୟମିତତା ଏବଂ ସର୍ଭିସ ରୁଲ୍‌ର ଅବମାନନା କରାଯାଇଥିବା ନେଇ ମାମଲାର ତଦନ୍ତ କରି ୬ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସମବାୟ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକୁ ଭିିତ୍ତି କରି ସମବାୟ ବିଭାଗର କମିଶନର, ରେଜିଷ୍ଟାର, ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମୟୂରଭଞ୍ଜ ଜିଲାପାଳ ତଥା ଅତିରିକ୍ତ ରେଜିଷ୍ଟାର ଏବଂ ଡେପୁଟୀ ରେଜିଷ୍ଟାରଙ୍କ ସହ ପଦୋନ୍ନତି ପାଇଥିବା ୧୪ଜଣଙ୍କୁ ମିଶାଇ ମୋଟ ୨୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅନ୍ୟ ପକ୍ଷରେ ଏଭଳି ଦୁର୍ନୀତିକୁ ନେଇ ଭିଜିଲାନ୍ସ ବିଭାଗ କଟକ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ କାର୍ଯ୍ୟାଳୟ ଚିଠି ସଂଖ୍ୟା ୪୫୨୫/୧୨ା୩ା୨୦୨୪ରେ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଓଡ଼ିଶା କୋ-ଅପରେଟିଭ୍‌ ସୋସାଇଟି ରେଜିଷ୍ଟାର ଭୁବନେଶ୍ୱରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶା ସମବାୟ ବିଭାଗ ପକ୍ଷରୁ ତଦନ୍ତ ଦାୟିତ୍ୱ ବାରିପଦା ଡିଆର୍‌ସିଏସ୍‌ଙ୍କୁ ପ୍ରଦାନ କରାଯାଇଛି। ଦୁର୍ନୀତିରେ ଛନ୍ଦି ହୋଇଥିବା ଅଧିକାରୀମାନେ ନିଜକୁ ସୁହାଇଲା ଭଳି ତଦନ୍ତ ରିପୋର୍ଟ ଦେଇ ଖସିଯିବାକୁ ମସୁଧା ଚଳାଇଥିବା ଅଭିଯୋଗ ହେଉଛି। ଏଚ୍‌ଆର ପଲିସି-୨୦୧୧ ଅନୁଯାୟୀ ସିନିଅରିଟି କମ୍‌ ମେରିଟ୍‌ରେ ପଦୋନ୍ନତି ଦିଆଯାଇ ନ ଥିବାରୁ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି ା ପଦୋନ୍ନତି ପାଇଥିବା କର୍ମଚାରୀଙ୍କ ମଧ୍ୟରେ ଜଣେ ପୂର୍ବତନ ବିଧାୟକଙ୍କ ସମ୍ପର୍କୀୟ ରହିଥିବାରୁ ମାମଲାକୁ ରଫାଦଫା କରିବାକୁ ହୀନ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି।

The post ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ appeared first on Dharitri Odia News.