ଯିଏ ବିଶ୍ୱାସଘାତ କରେ, ସେ ହିନ୍ଦୁ ହୋଇ ନପାରେ: ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ
ମୁମ୍ବାଇ ୧୫।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’କୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସୋମବାର ପରିବଦର୍ଶନ କରିଛନ୍ତି। ଏହି ଅବସରରେ ଠାକରେଙ୍କ ପରିବାର ତାଙ୍କର ଭବ୍ୟ ସ୍ୱାଗତ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କୁ ଉଦ୍ଧବ ଠାକରେ ତାଙ୍କ ଘରେ ବିଧିବିଧାନ ପୂର୍ବକ ପୂଜା ମଧ୍ୟ କରିଛନ୍ତି। ଏହି ଭେଟ ପରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ‘ଯିଏ ବିଶ୍ୱାସଘାତ କରେ ସେ ହିନ୍ଦୁ ହୋଇନପାର’। ସେ କହିଛନ୍ତି ଯେ ଆମେ ସନାତନ ଧର୍ମର ଅନୁଗାମୀ। ଆମର ପାପ ପୂଣ୍ୟ ପରିଭାଷା ଅଛି। ଏଥିରେ ସବୁଠୁ ବଡ଼ ପାପ ବିଶ୍ୱାସଘାତ ବୋଲି ସେ କହିଛନ୍ତି। #WATCH | Mumbai: On meeting, Shiv Sena UBT leader Uddhav Thackeray, Shankaracharya of Jyotirmath, Swami Avimukteshwaranand says, "All of us are followers of Sanatana Dharma. We have a definition of 'Paap' and 'Punya'... The biggest sin is betrayal. Uddhav Thackeray has been… https://t.co/KwLn9xXfBM pic.twitter.com/zX3j3ZPyMq— ANI (@ANI) July 15, 2024ସେ କହିଛନ୍ତି ଯେ ଉଦ୍ଧବ ଠାକରେଙ୍କୁ ଧୋକା ଦିଆଯାଇଛି। ମୁଁ ତାଙ୍କୁ କହିଛି ତାଙ୍କୁ ଯେଉଁ ବିଶ୍ୱାସଘାତ ଭେଗିବାକୁ ପଡିଛି, ସେଥିରେ ଆମେ ସବୁ ଦୁଃଖିତ, ଯିଏ ଏପରି ଧାରଣା କରେ ସେ ହିନ୍ଦୁ ହ
ମୁମ୍ବାଇ ୧୫।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’କୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସୋମବାର ପରିବଦର୍ଶନ କରିଛନ୍ତି। ଏହି ଅବସରରେ ଠାକରେଙ୍କ ପରିବାର ତାଙ୍କର ଭବ୍ୟ ସ୍ୱାଗତ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କୁ ଉଦ୍ଧବ ଠାକରେ ତାଙ୍କ ଘରେ ବିଧିବିଧାନ ପୂର୍ବକ ପୂଜା ମଧ୍ୟ କରିଛନ୍ତି। ଏହି ଭେଟ ପରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ‘ଯିଏ ବିଶ୍ୱାସଘାତ କରେ ସେ ହିନ୍ଦୁ ହୋଇନପାର’। ସେ କହିଛନ୍ତି ଯେ ଆମେ ସନାତନ ଧର୍ମର ଅନୁଗାମୀ। ଆମର ପାପ ପୂଣ୍ୟ ପରିଭାଷା ଅଛି। ଏଥିରେ ସବୁଠୁ ବଡ଼ ପାପ ବିଶ୍ୱାସଘାତ ବୋଲି ସେ କହିଛନ୍ତି।
#WATCH | Mumbai: On meeting, Shiv Sena UBT leader Uddhav Thackeray, Shankaracharya of Jyotirmath, Swami Avimukteshwaranand says, "All of us are followers of Sanatana Dharma. We have a definition of 'Paap' and 'Punya'... The biggest sin is betrayal. Uddhav Thackeray has been… https://t.co/KwLn9xXfBM pic.twitter.com/zX3j3ZPyMq— ANI (@ANI) July 15, 2024
ସେ କହିଛନ୍ତି ଯେ ଉଦ୍ଧବ ଠାକରେଙ୍କୁ ଧୋକା ଦିଆଯାଇଛି। ମୁଁ ତାଙ୍କୁ କହିଛି ତାଙ୍କୁ ଯେଉଁ ବିଶ୍ୱାସଘାତ ଭେଗିବାକୁ ପଡିଛି, ସେଥିରେ ଆମେ ସବୁ ଦୁଃଖିତ, ଯିଏ ଏପରି ଧାରଣା କରେ ସେ ହିନ୍ଦୁ ହୋଇ ନ ପାରେ। ମହାରାଷ୍ଟ୍ରର ଜନତା ଏଥିରେ ଆହତ ହୋଇଛନ୍ତି ଓ ଗତ ନିର୍ବାଚନ ଫଳାଫଳରେ ମଧ୍ୟ ଏହା ଦେଖାଯାଇଛି। ଏହା ସେହି ଲୋକଙ୍କ ପ୍ରତି ମଧ୍ୟ ଅପମାନ ଯେଉଁମାନେ ଅଚାନକ ନିଜର ଦ୍ୱିତୀୟ ନେତା ବାଛନ୍ତି। ମଝିରେ ସରକାର ଭାଙ୍ଗିବା ଓ ଜନାଦେଶକୁ ଅପମାନ କରିବା ଭୁଲ।
#WATCH मुंबई: स्वामी अविमुक्तेश्वरानंद शंकराचार्य ने महाराष्ट्र के पूर्व मुख्यमंत्री उद्धव ठाकरे से मातोश्री मुंबई में मुलाकात की।
(सोर्स: स्वामी अविमुक्तेश्वरानंद शंकराचार्य मीडिया) pic.twitter.com/MnDkriweQJ— ANI_HindiNews (@AHindinews) July 15, 2024
ତେବେ ଏହା ପୂର୍ବରୁ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ରାହୁଲ ଗାନ୍ଧିଙ୍କ ସେହି ବୟାନ ଉପରେ ଟିପ୍ପଣୀ କରିଥିଲେ ଯେଉଁଥିରେ ରାହୁଲ ଗାନ୍ଧି ହିନ୍ଦୁ ହିଂସ୍ର ବୋଲି କହିଥିଲେ। ଏହାକୁ ନେଇ ଦେଶରେ ବିବାଦ ଦେଖା ଦେଇଥିଲା। ଏହା ଉପରେ ସେ ସଫେଇ ଦେଇ କହିଥିଲେ କଂଗ୍ରେସ ନେତା ଏପରି କହିଥିଲେ ଯେ ହିନ୍ଦୁ ଧର୍ମରେ ହିଂସାର ଆଦୌ ସ୍ଥାନ ନାହିଁ। ଏହା ପୂର୍ବରୁ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟଙ୍କୁ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଦେଖାଯାଇଥିଲା। ଯେଉଁଠାକୁ ସେ ନବ ଦମ୍ପତ୍ତିଙ୍କୁ ଆଶିର୍ବାଦ କରିବାକୁ ଯାଇଥିଲେ।