ଯିଏ ଲୁଟ୍ କରିଛି ତାକୁ ଫେରାଇବାକୁ ପଡିବ, ପ୍ରଥମ ଅଧିବେଶନରେ CAG ରିପୋର୍ଟ ଉପସ୍ଥାପିତ ହେବ: ମୋଦି
ନୂଆଦିଲ୍ଲୀ,୮।୨: ଭାଜପା ମୁଖ୍ୟାଳୟରେ ଶନିବାର ଦିଲ୍ଲୀର ବିଜୟ ଉତ୍ସବ ଆଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଯିଏ ଲୁଟ କରିଛି ତାକୁ ଫେରାଇବାକୁ ପଡିବ, ଦିଲ୍ଲୀରେ ଭାଜପା ସରକାରର ପ୍ରଥମ ଅଧିବେଶନରେ CAG ରିପୋର୍ଟ ଉପସ୍ଥାପିତ ହେବ ବୋଲି ମୋଦି କହିଛନ୍ତି। ଦିଲ୍ଲୀ ନିର୍ବଚନରେ ଭାଜପାର ବିପୁଳ ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏପରିକି ଆମ୍ ଆଦମୀ ପାର୍ଟି(ଏଏପି) ଏବଂ କଂଗ୍ରେସକୁ ଟାର୍ଗେଟ […] The post ଯିଏ ଲୁଟ୍ କରିଛି ତାକୁ ଫେରାଇବାକୁ ପଡିବ, ପ୍ରଥମ ଅଧିବେଶନରେ CAG ରିପୋର୍ଟ ଉପସ୍ଥାପିତ ହେବ: ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୮।୨: ଭାଜପା ମୁଖ୍ୟାଳୟରେ ଶନିବାର ଦିଲ୍ଲୀର ବିଜୟ ଉତ୍ସବ ଆଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଯିଏ ଲୁଟ କରିଛି ତାକୁ ଫେରାଇବାକୁ ପଡିବ, ଦିଲ୍ଲୀରେ ଭାଜପା ସରକାରର ପ୍ରଥମ ଅଧିବେଶନରେ CAG ରିପୋର୍ଟ ଉପସ୍ଥାପିତ ହେବ ବୋଲି ମୋଦି କହିଛନ୍ତି।
ଦିଲ୍ଲୀ ନିର୍ବଚନରେ ଭାଜପାର ବିପୁଳ ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏପରିକି ଆମ୍ ଆଦମୀ ପାର୍ଟି(ଏଏପି) ଏବଂ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଉଦ୍ବୋଧନ, ମୋଦି ଜମୁନା ନଦୀ ପ୍ରସଙ୍ଗ ଉଠାଇଥିଲେ। ମା’ ଯମୁନା ଆମ ଆସ୍ଥାର କେନ୍ଦ୍ର, କିନ୍ତୁ ଯମୁନା ଅସ୍ଥିତ୍ୱ ଆଜି ବିପଦରେ। ଯମୁନାର ସେବା ପାଇଁ ଭାଜପା ପୂରା ଶକ୍ତି ଲଗାଇବ ବୋଲି ମୋଦି କହିଥିଲେ।
ଦିଲ୍ଲୀ କେବଳ ଗୋଟିଏ ସହର ନୁହେଁ, ଏହା ମିନି ଇଣ୍ଡିଆ। ବିବିଧତା ଥିବା ଦିଲ୍ଲୀରେ ଆମକୁ ପ୍ରଚଣ୍ଡ ବହୁମତ ମିଳିଛି। ବିଶେଷ କରି ମୋଦି ପୂର୍ବାଞ୍ଚଳ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ନୀତିକୁ ଲୋକେ ବାଛିଛନ୍ତି ବୋଲି ମୋଦି କହିଛନ୍ତି।
The post ଯିଏ ଲୁଟ୍ କରିଛି ତାକୁ ଫେରାଇବାକୁ ପଡିବ, ପ୍ରଥମ ଅଧିବେଶନରେ CAG ରିପୋର୍ଟ ଉପସ୍ଥାପିତ ହେବ: ମୋଦି appeared first on Dharitri Odia News.