‘ଯିଏ ସିନ୍ଦୁର ଲିଭେଇବ, ସିଏ ମାଟିରେ ମିଶିବା ଥୟ…’ ଗୁଜରାଟରୁ ପାକିସ୍ତାନକୁ ଚେତାବନୀ ଦେଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ସାଂପ୍ରତିକ ବର୍ଷଗୁଡ଼ିକରେ ଅନେକ ଅକଳ୍ପନୀୟ, ଅଦ୍ଭୂତପୂର୍ବ ନିଷ୍ପତ୍ତି ନେଇଛି ଭାରତ। ୧୪୦ କୋଟି ଭାରତୀୟ ଦେଶକୁ ବିକଶିତ କରିବାକୁ କାମ କରୁଛନ୍ତି। କେନ୍ଦ୍ରରେ NDA ସରକାରକୁ ଆଜି ପୂରିଛି ୧୧ ବର୍ଷ। ଏହି ୧୧ ବର୍ଷରେ ନିଆଯାଇଛି ଅନେକ ଐତିହାସିକ ନିଷ୍ପତ୍ତି। ଦୁଇ ଦିନିଆ ଗୁଜରାଟ ଗସ୍ତ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଗୁଜରାଟରେ ଆୟୋଜିତ ସାଧାରଣ ରାଲିରେ ମୋଦି କହିଛନ୍ତି ଯେ ଭାରତରେ ମେକ୍‌ ଇନ୍‌ ଇଣ୍ଡିଆ ବିସ୍ତାର ହୋଇଛି। ଆଜି ମେଟ୍ରୋ କୋଚ୍‌ ନିର୍ମାଣ କରୁଛି ଭାରତ। ଆମର ଲକ୍ଷ୍ୟ ବିକଶିତ ଭାରତ। ୨୦୧୪ ମେ ୨୬ ତାରିଖରେ ପ୍ରଥମେ କ୍ଷମତାକୁ ଆସିଥିଲା NDA। ଏହା ଭିତରେ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ NDA ସରକାର ଆସିଛି। ଏହି ୧୧ ବର୍ଷରେ ଅନେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଗୁଜରାଟବାସୀ ମୋତେ ଆଶୀର୍ବାଦ ଦେଇଥିଲେ। ତା ପରେ କୋଟି କୋଟି ଦେଶବାସୀଙ୍କ ସମର୍ଥନ ମିଳିଛି। ୧୪୦ କୋଟି ଭାରତୀୟ ଦେଶକୁ ବିକଶିତ କରିବାକୁ କାମ କରୁଛନ୍ତି ବୋଲି କହିଛନ୍ତି ମୋଦୀ।ଦୁଇ ଦିନିଆ ଗୁଜରାଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଭଦୋଦରାରେ କରିଛନ୍ତି ରୋଡ୍ ଶୋ। ଅପରେସନ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ରାଜ୍ୟ ଗସ୍ତ। ରୋଡ୍ ଶୋ ସମୟରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଫୁଲ ବର୍ଷା ମଧ୍ୟ କରିଥିଲେ। ସବୁଠୁ ବଡ଼ କଥା ହେଲା ଏହି ରୋଡ୍ ଶୋ’ର

‘ଯିଏ ସିନ୍ଦୁର ଲିଭେଇବ, ସିଏ ମାଟିରେ ମିଶିବା ଥୟ…’  ଗୁଜରାଟରୁ ପାକିସ୍ତାନକୁ ଚେତାବନୀ ଦେଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ସାଂପ୍ରତିକ ବର୍ଷଗୁଡ଼ିକରେ ଅନେକ ଅକଳ୍ପନୀୟ, ଅଦ୍ଭୂତପୂର୍ବ ନିଷ୍ପତ୍ତି ନେଇଛି ଭାରତ। ୧୪୦ କୋଟି ଭାରତୀୟ ଦେଶକୁ ବିକଶିତ କରିବାକୁ କାମ କରୁଛନ୍ତି। କେନ୍ଦ୍ରରେ NDA ସରକାରକୁ ଆଜି ପୂରିଛି ୧୧ ବର୍ଷ। ଏହି ୧୧ ବର୍ଷରେ ନିଆଯାଇଛି ଅନେକ ଐତିହାସିକ ନିଷ୍ପତ୍ତି। ଦୁଇ ଦିନିଆ ଗୁଜରାଟ ଗସ୍ତ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗୁଜରାଟରେ ଆୟୋଜିତ ସାଧାରଣ ରାଲିରେ ମୋଦି କହିଛନ୍ତି ଯେ ଭାରତରେ ମେକ୍‌ ଇନ୍‌ ଇଣ୍ଡିଆ ବିସ୍ତାର ହୋଇଛି। ଆଜି ମେଟ୍ରୋ କୋଚ୍‌ ନିର୍ମାଣ କରୁଛି ଭାରତ। ଆମର ଲକ୍ଷ୍ୟ ବିକଶିତ ଭାରତ। ୨୦୧୪ ମେ ୨୬ ତାରିଖରେ ପ୍ରଥମେ କ୍ଷମତାକୁ ଆସିଥିଲା NDA। ଏହା ଭିତରେ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ NDA ସରକାର ଆସିଛି। ଏହି ୧୧ ବର୍ଷରେ ଅନେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଗୁଜରାଟବାସୀ ମୋତେ ଆଶୀର୍ବାଦ ଦେଇଥିଲେ। ତା ପରେ କୋଟି କୋଟି ଦେଶବାସୀଙ୍କ ସମର୍ଥନ ମିଳିଛି। ୧୪୦ କୋଟି ଭାରତୀୟ ଦେଶକୁ ବିକଶିତ କରିବାକୁ କାମ କରୁଛନ୍ତି ବୋଲି କହିଛନ୍ତି ମୋଦୀ।

ଦୁଇ ଦିନିଆ ଗୁଜରାଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଭଦୋଦରାରେ କରିଛନ୍ତି ରୋଡ୍ ଶୋ। ଅପରେସନ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ରାଜ୍ୟ ଗସ୍ତ। ରୋଡ୍ ଶୋ ସମୟରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଫୁଲ ବର୍ଷା ମଧ୍ୟ କରିଥିଲେ। ସବୁଠୁ ବଡ଼ କଥା ହେଲା ଏହି ରୋଡ୍ ଶୋ’ରେ ଅପରେସନ୍ ସିନ୍ଦୂରର ଅଂଶ ଥିବା କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ପରିବାର ମଧ୍ୟ ପହଞ୍ଚିଥିଲେ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଫୁଲ ବର୍ଷା କରୁଥିବାର ମଧ୍ୟ ଦେଖାଯାଇଥିଲା।

ଏହି ଅବସରରେ ସୋଫିଆ କୁରେଶୀଙ୍କ ଭଉଣୀ ଶୈନା ସୁନସାରା କହିଛନ୍ତି, "ମୁଁ ନିଜେ ଜଣେ ମହିଳା, ମୁଁ ଅନୁଭବ କରିପାରୁଛି ଯେ ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କ ସମ୍ମାନକୁ କେତେ ଉଚ୍ଚ କରିଛନ୍ତି। ସୋଫିଆ କୁରେଶୀ ମୋର ଭଉଣୀ। ଏହା ମୋ ପାଇଁ ଗର୍ବର ବିଷୟ। ଏବେ ସୋଫିଆ କେବଳ ମୋ ଭଉଣୀ ନୁହଁନ୍ତି, ଏବେ ସେ ସମଗ୍ର ଦେଶର ଭଉଣୀ ହୋଇଗଲେଣି।" କର୍ଣ୍ଣେଲ ସୋଫିଆଙ୍କ ବାପା ତାଜ୍ ମହମ୍ମଦ କୁରେଶୀ କହିଥିଲେ ଯେ ଆମ ପାଇଁ ଦେଶ ପ୍ରଥମେ, ତା'ପରେ ଧର୍ମ ଏବଂ ଜାତି। ଅପରେସନ ସିନ୍ଦୂରକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ୨ ମହିଲା ସେନା ଅଧିକାରୀ। ସେମାନଙ୍କ ମଧ୍ୟରେ ଥିଲେ କର୍ଣ୍ଣେଲ ସୋଫିଆ କୁରେଶୀ।