ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା, ଏଥର ଦୁଇ ଭାଗରେ ହେବ ଇଣ୍ଟରନାଲ ଓ ମେନ ପରୀକ୍ଷା

ଭୁବନେଶ୍ବର ୦୫।୧୦ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା । ଏନେଇ ସୂଚନା ଦେଲେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା। ଏଥର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପରୀକ୍ଷା । ଇଣ୍ଟରନାଲ୍, ପ୍ରାକ୍ଟିକାଲ୍ ଏବଂ ମେନ୍ ପରୀକ୍ଷା ହେବ।ଖବର ଅନୁଯାୟୀ, ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ ବୋଲି ସେ କହିଛନ୍ତି । ଡିସେମ୍ବରରେ ଇଣ୍ଟରନାଲ୍ ଓ ପରେ ମେନ୍ ପରୀକ୍ଷା । ଡ଼ିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ୍ ପରୀକ୍ଷା ଏବଂ ଜାନୁଆରୀ ୨ ରୁ ୧୨ ଭିତରେ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । ଫେବୃୟାରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ମେନ୍ ପରୀକ୍ଷା ହେବ । ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ।ବର୍ତ୍ତମାନ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲ ଅପ୍‌ ଚାଲିଛି । ଯେଉଁମାନେ କରିନାହାନ୍ତି, ସେମାନେ ଫାଇନ ଡେଟରେ ଫାଇନ ଭରି ଫର୍ମ ଫିଲ ଅପ କରିବେ। ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ୭୫% ନଥିବ, ସେମାନଙ୍କୁ ଆଡମିଟ କାର୍ଡ ମିଳିବ ନାହିଁ । ଯେଉଁ କଲେଜରେ ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରାଇବାକୁ ଡକ୍ଟର ପ୍ରଶାନ୍ତ କୁମାର ପରିଡା ନିର୍ଦ୍ଦେଶ ଦେଇଛନ୍ତି ।

ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା, ଏଥର ଦୁଇ ଭାଗରେ ହେବ ଇଣ୍ଟରନାଲ ଓ ମେନ ପରୀକ୍ଷା

ଭୁବନେଶ୍ବର ୦୫।୧୦ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା । ଏନେଇ ସୂଚନା ଦେଲେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା। ଏଥର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପରୀକ୍ଷା । ଇଣ୍ଟରନାଲ୍, ପ୍ରାକ୍ଟିକାଲ୍ ଏବଂ ମେନ୍ ପରୀକ୍ଷା ହେବ।

ଖବର ଅନୁଯାୟୀ, ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ ବୋଲି ସେ କହିଛନ୍ତି । ଡିସେମ୍ବରରେ ଇଣ୍ଟରନାଲ୍ ଓ ପରେ ମେନ୍ ପରୀକ୍ଷା । ଡ଼ିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ୍ ପରୀକ୍ଷା ଏବଂ ଜାନୁଆରୀ ୨ ରୁ ୧୨ ଭିତରେ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । ଫେବୃୟାରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ମେନ୍ ପରୀକ୍ଷା ହେବ । ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ।

ବର୍ତ୍ତମାନ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲ ଅପ୍‌ ଚାଲିଛି । ଯେଉଁମାନେ କରିନାହାନ୍ତି, ସେମାନେ ଫାଇନ ଡେଟରେ ଫାଇନ ଭରି ଫର୍ମ ଫିଲ ଅପ କରିବେ। ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ୭୫% ନଥିବ, ସେମାନଙ୍କୁ ଆଡମିଟ କାର୍ଡ ମିଳିବ ନାହିଁ । ଯେଉଁ କଲେଜରେ ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରାଇବାକୁ ଡକ୍ଟର ପ୍ରଶାନ୍ତ କୁମାର ପରିଡା ନିର୍ଦ୍ଦେଶ ଦେଇଛନ୍ତି ।