ଯୁକ୍ତ ଦୁଇ ପାଠପଢା ପ୍ରତି କମୁଛି ପିଲାଙ୍କ ଆଗ୍ରହ, ଖାଲି ପଡ଼ିଛି ୧ ଲକ୍ଷରୁ ଊର୍ଦ୍ଧ୍ବ ସିଟ୍
ଭୁବନେଶ୍ବର: ଆରମ୍ଭ ହୋଇ ସାରିଲାଣି ଯୁକ୍ତ ଦୁଇ ପାଠପଢ଼ା। ହେଲେ ପୂରଣ ହୋଇପାରୁନି ସିଟ୍। ଏଯାଏ ଖାଲି ପଡ଼ିଛି ୧... The post ଯୁକ୍ତ ଦୁଇ ପାଠପଢା ପ୍ରତି କମୁଛି ପିଲାଙ୍କ ଆଗ୍ରହ, ଖାଲି ପଡ଼ିଛି ୧ ଲକ୍ଷରୁ ଊର୍ଦ୍ଧ୍ବ ସିଟ୍ appeared first on .
ଭୁବନେଶ୍ବର: ଆରମ୍ଭ ହୋଇ ସାରିଲାଣି ଯୁକ୍ତ ଦୁଇ ପାଠପଢ଼ା। ହେଲେ ପୂରଣ ହୋଇପାରୁନି ସିଟ୍। ଏଯାଏ ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ସିଟ୍। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ। ପ୍ରତିବର୍ଷ ରାଜ୍ୟରେ ଯୁକ୍ତ ଦୁଇ କଲେଜ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆସନ ପୂରଣ ନହେବା ଏବେ ଚିନ୍ତାର ବିଷୟ ହୋଇଛି । ସାମ୍ସରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୨ ହଜାର ୩୭୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଥିରେ ମୋଟ୍ ୫ ଲକ୍ଷ ୫୯ ହଜାର ୬୪୫ ଆସନ ରହିଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ ଯୁକ୍ତ ଦୁଇରେ ନାମ ଲେଖାଇଛନ୍ତି ୪ ଲକ୍ଷ ୨୬ ହଜାର ୫୬ ଛାତ୍ରଛାତ୍ରୀ। ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ୪୮୯ ସିଟ୍। କଳାରେ ୪୪ ହଜାର ୧୪୪, ବିଜ୍ଞାନରେ ୬୫ ହଜାର ୭୧୯, ବାଣିଜ୍ୟରେ ୧୫ ହଜାର ୫୪୮, ସଂସ୍କୃତରେ ୩ ହଜାର ୫୦୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୫୭୭ ସିଟ ଖାଲି ପଡ଼ିଛି। ଅନେକ ପିଲା ଦଶମ ପରେ ପାଠ ଛାଡ଼ି ଡ୍ରପଆଉଟ ଆଡ଼କୁ ମୁହାଁଉଛନ୍ତି। ତେଣୁ ସେମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାରେ ପ୍ରଶାସନିକ ଉଦାସିନତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ଅଭିଭାବକମାନେ ଘରୋଇ କଲେଜକୁ ବାଛୁଥିବାରୁ ସିଟ୍ ଖାଲି ପଡ଼ିବା ଏହାର ଅନ୍ୟ ଏକ ପ୍ରମୁଖ କାରଣ। ଘରୋଇ କଲେଜର ଭିତ୍ତିଭୂମି ଓ ଶିକ୍ଷାନୁକୂଳ ପରିବେଶ ଅଭିଭାବକଙ୍କୁ ଆକୃଷ୍ଟ କରୁଛି । କାରଣ ସରକାରୀ ଓ ଏଡେଡ୍ କଲେଜର ଭିତ୍ତିଭୂମି ସହ ଶିକ୍ଷକ ଅଭାବ ରହିଛି । ଅନ୍ୟପଟେ ଜେନେରାଲ୍ ଏଜୁକେସନରେ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ଆରମ୍ଭ ହେଲେ ପୂରଣ ହେବ ସିଟ୍। କାରଣ ଶିକ୍ଷା ସହ ପ୍ରଶିକ୍ଷଣ ଓ ରୋଜଗାର ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇପାରିବେ ବୋଲି କହିଛି ଅଭିଭାବକ ମହାସଂଘ।
ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୨୨ ତାରିଖରୁ ସାମ୍ସ ୱେବସାଇଟରେ ଉପଲବ୍ଧ ହେବ କମନ୍ ଆପ୍ଲିକେସନ୍ ଫର୍ମ। ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ନଭେମ୍ବର ୧ ତାରିଖରେ ପ୍ରକାଶ ପାଇବ ତୃତୀୟ ପର୍ଯ୍ୟାୟ ମେଧା ତାଲିକା। ମନୋନୀତ ଛାତ୍ରଛାତ୍ରୀ ନଭେମ୍ବର ୨ ତାରିଖରୁ ୫ ତାରିଖ ମଧ୍ୟରେ ନିଜ ପସନ୍ଦର କଲେଜରେ ନାମ ଲେଖାଇ ପାରିବେ। ସେହିପରି ନଭେମ୍ବର ୧୧ରୁ ୧୩ ତାରିଖ ମଧ୍ୟରେ ୱେଟିଂ ଲିଷ୍ଟରୁ ମନୋନୀତ ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇବାର ସୁଯୋଗ ପାଇବେ।
The post ଯୁକ୍ତ ଦୁଇ ପାଠପଢା ପ୍ରତି କମୁଛି ପିଲାଙ୍କ ଆଗ୍ରହ, ଖାଲି ପଡ଼ିଛି ୧ ଲକ୍ଷରୁ ଊର୍ଦ୍ଧ୍ବ ସିଟ୍ appeared first on .