ଯୁକ୍ତ ୨ କଳାରେ ସାଗରିକା ବ୍ଲକ ଟପ୍ପର, ଗୁଡ୍‌ଲିରାଣୀ କଲେଜ ଟପ୍ପର

ଦିଗପହଣ୍ଡି,୨୨ା୫(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ କଳା ବିଭାଗ ଛାତ୍ରୀ ସାଗରିକା ସେଠୀ ସର୍ବାଧିକ ୫୨୭ ମାର୍କ ହାସଲ କରି ସମଗ୍ର ଦିଗପହଣ୍ଡି ବ୍ଲକରେ ଟପ୍ପର ହୋଇଥିବା ଜଣାପଡ଼ିଛି। ଭୀଷ୍ମଗିରି ଗ୍ରାମର ରାଜେନ୍ଦ୍ର ସେଠୀଙ୍କ କନ୍ୟା ସାଗରିକା ଗାୟତ୍ରୀ […] The post ଯୁକ୍ତ ୨ କଳାରେ ସାଗରିକା ବ୍ଲକ ଟପ୍ପର, ଗୁଡ୍‌ଲିରାଣୀ କଲେଜ ଟପ୍ପର appeared first on Dharitri Odia News.

ଯୁକ୍ତ ୨ କଳାରେ ସାଗରିକା ବ୍ଲକ ଟପ୍ପର, ଗୁଡ୍‌ଲିରାଣୀ କଲେଜ ଟପ୍ପର

ଦିଗପହଣ୍ଡି,୨୨ା୫(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ କଳା ବିଭାଗ ଛାତ୍ରୀ ସାଗରିକା ସେଠୀ ସର୍ବାଧିକ ୫୨୭ ମାର୍କ ହାସଲ କରି ସମଗ୍ର ଦିଗପହଣ୍ଡି ବ୍ଲକରେ ଟପ୍ପର ହୋଇଥିବା ଜଣାପଡ଼ିଛି। ଭୀଷ୍ମଗିରି ଗ୍ରାମର ରାଜେନ୍ଦ୍ର ସେଠୀଙ୍କ କନ୍ୟା ସାଗରିକା ଗାୟତ୍ରୀ କୋଚିଂ ସେଣ୍ଟରରେ ଶିକ୍ଷା ଗ୍ରହଣ କରୁଥିଲେ।

ସେହିପରି ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ଗୁଡ୍‌ଲିରାଣୀ ଗୌଡ଼ ସର୍ବାଧିକ ୫୦୨ ମାର୍କ ହାସଲ କରି କଲେଜ ଟପ୍ପର ହୋଇଥିବା ଜଣାପଡ଼ିଛି। ଦିଗପହଣ୍ଡି ବ୍ଲକ ପାଳଝାଡ଼ି ଗ୍ରାମର ରମେଶ ଗୌଡ଼ଙ୍କ କନ୍ୟା ସାଗରିକା ଭୀଷ୍ମଗିରି ଗ୍ରାମର ଗାୟତ୍ରୀ କୋଚିଂ ସେଣ୍ଟରର ମୁଖ୍ୟ ଶିବ ରଞ୍ଜନ ରାହାଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଗ୍ରହଣ କରୁଥିଲେ। ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସୁଧିରଞ୍ଜନ ହୋତା ଉଭୟ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

The post ଯୁକ୍ତ ୨ କଳାରେ ସାଗରିକା ବ୍ଲକ ଟପ୍ପର, ଗୁଡ୍‌ଲିରାଣୀ କଲେଜ ଟପ୍ପର appeared first on Dharitri Odia News.