ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳାଫଳ: ଟେଟ୍ରାହେଡ୍ରନ୍‌ର ଶତପ୍ରତିଶତ ସଫଳତା

ଭୁବନେଶ୍ୱର/ମଙ୍ଗୁଳି,୨୬।୫ (ମାନସ ସାମଲ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀସ୍ଥିତ ଟେଟ୍ରାହେଡ୍ରନ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ (ଟେଟ୍ରାହେଡ୍ରନ୍‌ ହାୟର ସେକେଣ୍ଡାରୀ ସ୍କୁଲ ଏବଂ ଟେଟ୍ରାହେଡ୍ରନ୍‌ ଓମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ)ର ଉଲ୍ଲେଖନୀୟ ସଫଳତା ସହ ଯୁକ୍ତ୨ ବିଜ୍ଞାନ ଫଳାଫଳରେ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ, କଳା, ବାଣିଜ୍ୟ ବିଭାଗର ପରୀକ୍ଷା ଫଳାଫଳ ରବିବାର […] The post ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳାଫଳ: ଟେଟ୍ରାହେଡ୍ରନ୍‌ର ଶତପ୍ରତିଶତ ସଫଳତା appeared first on Dharitri Odia News.

ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳାଫଳ: ଟେଟ୍ରାହେଡ୍ରନ୍‌ର ଶତପ୍ରତିଶତ ସଫଳତା

ଭୁବନେଶ୍ୱର/ମଙ୍ଗୁଳି,୨୬।୫ (ମାନସ ସାମଲ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀସ୍ଥିତ ଟେଟ୍ରାହେଡ୍ରନ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ (ଟେଟ୍ରାହେଡ୍ରନ୍‌ ହାୟର ସେକେଣ୍ଡାରୀ ସ୍କୁଲ ଏବଂ ଟେଟ୍ରାହେଡ୍ରନ୍‌ ଓମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ)ର ଉଲ୍ଲେଖନୀୟ ସଫଳତା ସହ ଯୁକ୍ତ୨ ବିଜ୍ଞାନ ଫଳାଫଳରେ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ, କଳା, ବାଣିଜ୍ୟ ବିଭାଗର ପରୀକ୍ଷା ଫଳାଫଳ ରବିବାର ଅପରାହ୍ନରେ ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳାଫଳରେ ଟେଟ୍ରାହେଡ୍ରନ ଯୁକ୍ତ୨ ବିଜ୍ଞାନ କଲେଜର ଛାତ୍ରୀଛାତ୍ରମାନେ ଶତପ୍ରତିଶତ ସଫଳତା ଲାଭ କରିଛନ୍ତି। ଅପରପକ୍ଷରେ ଶିକ୍ଷାନୁଷ୍ଠାନର ମୋଟ ୨୨ ଜଣ ବିଦ୍ୟାର୍ଥୀ ୯୦%ରୁ ଅଧିକ ନମ୍ବର ରଖି ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି।

ସେହିଭଳି ଟେଟ୍ରାହେଡ୍ରନ୍‌ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ର ସତ୍ୟଜିତ୍‌ ସ୍ବାଇଁ ମୋଟ ୫୫୬ ନମ୍ବର ରଖି ଶିକ୍ଷାନୁଷ୍ଠାନର ବାଳକ ବିଭାଗରେ ଟପ୍ପର ହୋଇଥିବାବେଳେ ଟେଟ୍ରାହେଡ୍ରନ୍‌ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମନୀଷା ପଣ୍ଡା ୫୫୫ ନମ୍ବର ରଖି ଶିକ୍ଷାନୁଷ୍ଠାନର ବାଳିକା ବିଭାଗରେ ଟପ୍ପର ହୋଇଛନ୍ତି। ଏପରିକି ଭବିଷ୍ୟତରେ ଉଭୟ ଡାକ୍ତର ହେବାର ଇଚ୍ଛା ବ୍ୟକ୍ତ କରିଛନ୍ତି। କଲେଜ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ତ୍ରିଦେବ୍‌ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କୃତୀ ବିଦ୍ୟାର୍ଥୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

The post ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳାଫଳ: ଟେଟ୍ରାହେଡ୍ରନ୍‌ର ଶତପ୍ରତିଶତ ସଫଳତା appeared first on Dharitri Odia News.