ଯୁଦ୍ଧ ବନ୍ଦୀଙ୍କ ଶରୀରରୁ ଅଙ୍ଗ ଚୋରି କରିନେଉଛି ଋଷ୍, ୟୁକ୍ରେନ ସେନାଙ୍କ ପତ୍ନୀଙ୍କ ଦାବି
ନୂଆଦିଲ୍ଲୀ: ମୃତ ୟୁକ୍ରେନ ସୈନିକଙ୍କ ଠାରୁ ଅଙ୍ଗପ୍ରତ୍ୟଙ୍ଗ ଚୋରି କରିନେଉଛି ଋଷ। ଏନେଇ ଅଭିଯୋଗ କରିଛନ୍ତି ଯୁକ୍ରେନ ସୈନିକଙ୍କ ପତ୍ନୀ। ଯୁଦ୍ଧ ସମୟରେ ଅନେକ ଯୁକ୍ରେନ ସେନା ଗିରଫ ହୋଇ ଋଷ ଜେଲରେ ଅଛନ୍ତି। ତେବେ ଜେଲରେ ମୃତ୍ୟୁବରଣ କରୁଥିବା ସେନାଙ୍କ ଅଙ୍ଗ ଚୋରି କରି ବାହାରେ ବିକ୍ରି କରୁଥିବା ନେଇ ଅଭିଯୋଗ କରିଛନ୍ତି ଫ୍ରିଡମ୍ ଟୁ ଡିଫେଣ୍ଡର୍ସ ଅଫ୍ ମ୍ୟାରିଓପୁଲ ଗ୍ରୁପର ଜଣେ ସୈନିକଙ୍କ ପତ୍ନୀ। ସେ କହିଛନ୍ତି ଯେ ତାଙ୍କ ମୃତ ସ୍ୱାମୀଙ୍କୁ ପୁଟିନ ସେନା ହସ୍ତାନ୍ତର କରିଥିଲେ କିନ୍ତୁ ତାଙ୍କ ଶରୀର ଭିତରେ ଏକାଧିକ ଅଙ୍ଗ ନିଖୋଜ ଥିଲା। ପ୍ରକାଶଥାଉକି ୧୦ ହଜାରରୁ ଉର୍ଦ୍ଧ୍ୱ ୟୁକ୍ରେନୀୟ ସେନା ଋଷର ହେପାଜତରେ ଅଛନ୍ତି। ଫେବୃଆରୀ ୨୦୨୨ରେ ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ହୋଇଥିଲା। ଋଷର ସାମରିକ ବାହିନୀ ବେଲାଋଷ, କ୍ରିମିଆ ପଟୁ ୟୁକ୍ରେନକୁ ପ୍ରବେଶ କରିଥିଲେ। ଆକ୍ରମଣ ପୂର୍ବରୁ, ୟୁକ୍ରେନ ସରକାର ଓ ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ପୂର୍ବୟୁକ୍ରେନରେ ଆଠ ବର୍ଷ ଧରି ବିବାଦ ଲାଗି ରହିଥିଲା।ଯୁଦ୍ଧ ବନ୍ଦୀମାନଙ୍କ ପରିବାରର ପ୍ରତିନିଧୀ ଏବଂ ୟୁକ୍ରେନ ରାଷ୍ଟ୍ରଦୂତ ଭାସିଲ ମଧ୍ୟରେ ତୁର୍କୀର ଅଙ୍କାରରେ ଏକ ବୈଠକରେ ସାଲେଭା ଏହି ଦାବି କରିଛନ୍ତି।ଆଜି ଏହା ନିଶ୍ଚିତ ଯେ ବନ୍ଦୀରୁ ନିର୍ଯାତିତ ହୋଇଥିବା ବ୍ୟକ୍ତିଙ୍କ ଶବ ଗ୍ରହଣ କରୁଛୁ। ୟୁକ୍ରେନ ଟୁଡେ ଅନୁଯାୟୀ ଆମେ କେବଳ ନିର୍ଯାତିତ ଶବ ଗ୍ରହଣ କରୁନାହୁଁ, ଦୁର୍ଭାଗ୍ୟବଶ
ନୂଆଦିଲ୍ଲୀ: ମୃତ ୟୁକ୍ରେନ ସୈନିକଙ୍କ ଠାରୁ ଅଙ୍ଗପ୍ରତ୍ୟଙ୍ଗ ଚୋରି କରିନେଉଛି ଋଷ। ଏନେଇ ଅଭିଯୋଗ କରିଛନ୍ତି ଯୁକ୍ରେନ ସୈନିକଙ୍କ ପତ୍ନୀ। ଯୁଦ୍ଧ ସମୟରେ ଅନେକ ଯୁକ୍ରେନ ସେନା ଗିରଫ ହୋଇ ଋଷ ଜେଲରେ ଅଛନ୍ତି। ତେବେ ଜେଲରେ ମୃତ୍ୟୁବରଣ କରୁଥିବା ସେନାଙ୍କ ଅଙ୍ଗ ଚୋରି କରି ବାହାରେ ବିକ୍ରି କରୁଥିବା ନେଇ ଅଭିଯୋଗ କରିଛନ୍ତି ଫ୍ରିଡମ୍ ଟୁ ଡିଫେଣ୍ଡର୍ସ ଅଫ୍ ମ୍ୟାରିଓପୁଲ ଗ୍ରୁପର ଜଣେ ସୈନିକଙ୍କ ପତ୍ନୀ। ସେ କହିଛନ୍ତି ଯେ ତାଙ୍କ ମୃତ ସ୍ୱାମୀଙ୍କୁ ପୁଟିନ ସେନା ହସ୍ତାନ୍ତର କରିଥିଲେ କିନ୍ତୁ ତାଙ୍କ ଶରୀର ଭିତରେ ଏକାଧିକ ଅଙ୍ଗ ନିଖୋଜ ଥିଲା।
ପ୍ରକାଶଥାଉକି ୧୦ ହଜାରରୁ ଉର୍ଦ୍ଧ୍ୱ ୟୁକ୍ରେନୀୟ ସେନା ଋଷର ହେପାଜତରେ ଅଛନ୍ତି। ଫେବୃଆରୀ ୨୦୨୨ରେ ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ହୋଇଥିଲା। ଋଷର ସାମରିକ ବାହିନୀ ବେଲାଋଷ, କ୍ରିମିଆ ପଟୁ ୟୁକ୍ରେନକୁ ପ୍ରବେଶ କରିଥିଲେ। ଆକ୍ରମଣ ପୂର୍ବରୁ, ୟୁକ୍ରେନ ସରକାର ଓ ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ପୂର୍ବୟୁକ୍ରେନରେ ଆଠ ବର୍ଷ ଧରି ବିବାଦ ଲାଗି ରହିଥିଲା।
ଯୁଦ୍ଧ ବନ୍ଦୀମାନଙ୍କ ପରିବାରର ପ୍ରତିନିଧୀ ଏବଂ ୟୁକ୍ରେନ ରାଷ୍ଟ୍ରଦୂତ ଭାସିଲ ମଧ୍ୟରେ ତୁର୍କୀର ଅଙ୍କାରରେ ଏକ ବୈଠକରେ ସାଲେଭା ଏହି ଦାବି କରିଛନ୍ତି।
ଆଜି ଏହା ନିଶ୍ଚିତ ଯେ ବନ୍ଦୀରୁ ନିର୍ଯାତିତ ହୋଇଥିବା ବ୍ୟକ୍ତିଙ୍କ ଶବ ଗ୍ରହଣ କରୁଛୁ। ୟୁକ୍ରେନ ଟୁଡେ ଅନୁଯାୟୀ ଆମେ କେବଳ ନିର୍ଯାତିତ ଶବ ଗ୍ରହଣ କରୁନାହୁଁ, ଦୁର୍ଭାଗ୍ୟବଶତଃ ଅଙ୍ଗ ବିନା ଶରୀରକୁ ଗ୍ରହଣ କରୁଛୁ ବୋଲି ସାଲେଭା କହିଛନ୍ତି। ସାଲେଭାଙ୍କ ଅଭିଯୋଗ ଏହା ୟୁକ୍ରେନ ଯୁଦ୍ଧ ବନ୍ଦୀମାନଙ୍କ ସହିତ ଋଷରେ ଅଙ୍ଗ ତସ୍କରୀ ପାଇଁ ଏକ ସକ୍ରିୟ କଳାବଜାର ଆସୁଛି।