ଯୁଦ୍ଧ ବଲିଉଡ୍‌ ସିନେମା ନୁହେଁ: ପୂର୍ବତନ ସେନାଧ୍ୟକ୍ଷ

ପୁଣେ,୧୩ା୫: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିବାବେଳେ ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ମନୋଜ ନରଭନେ ଏହାକୁ ସମାଲୋଚନା କରିଛନ୍ତି। ଯୁଦ୍ଧ କୌଣସି ପ୍ରେମସମ୍ପର୍କ କିମ୍ବା ବଲିଉଡ୍‌ ଚଳଚ୍ଚିତ୍ର ନୁହେଁ ବୋଲି ସେ କହିଛନ୍ତି। ପୁଣେରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜେନେରାଲ ନରଭନେ କହିଛନ୍ତି, ଯଦି ନିର୍ଦ୍ଦେଶ ମିଳେ ତେବେ ସେ ଯୁଦ୍ଧକୁ ଯିବେ। କିନ୍ତୁ କୂଟନୀତି ତାଙ୍କର ପ୍ରଥମ ପସନ୍ଦ। ଭାରତୀୟ ସେନା ପାକିସ୍ତାନ ଓ ପାକ୍‌ […] The post ଯୁଦ୍ଧ ବଲିଉଡ୍‌ ସିନେମା ନୁହେଁ: ପୂର୍ବତନ ସେନାଧ୍ୟକ୍ଷ appeared first on Dharitri Odia News.

ଯୁଦ୍ଧ ବଲିଉଡ୍‌ ସିନେମା ନୁହେଁ: ପୂର୍ବତନ ସେନାଧ୍ୟକ୍ଷ

ପୁଣେ,୧୩ା୫: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିବାବେଳେ ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ମନୋଜ ନରଭନେ ଏହାକୁ ସମାଲୋଚନା କରିଛନ୍ତି। ଯୁଦ୍ଧ କୌଣସି ପ୍ରେମସମ୍ପର୍କ କିମ୍ବା ବଲିଉଡ୍‌ ଚଳଚ୍ଚିତ୍ର ନୁହେଁ ବୋଲି ସେ କହିଛନ୍ତି। ପୁଣେରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜେନେରାଲ ନରଭନେ କହିଛନ୍ତି, ଯଦି ନିର୍ଦ୍ଦେଶ ମିଳେ ତେବେ ସେ ଯୁଦ୍ଧକୁ ଯିବେ। କିନ୍ତୁ କୂଟନୀତି ତାଙ୍କର ପ୍ରଥମ ପସନ୍ଦ। ଭାରତୀୟ ସେନା ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀରର ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବା ପରେ ଉଭୟ ପକ୍ଷ ମଧ୍ୟରେ ୪ ଦିନ ଧରି ଜୋର୍‌ଦାର ଆକ୍ରମଣ ଜାରି ରହିଲା। ଶନିବାର ଉଭୟ ପକ୍ଷ ଅସ୍ତ୍ରବିରତି ପାଇଁ ସହମତ ହୋଇଥିଲେ। ଯଦି ଆପଣମାନେ ଯୁଦ୍ଧ ଖର୍ଚ୍ଚର ସଂଖ୍ୟାକୁ ବିଚାରକୁ ନେବେ, ତେବେ ବିପୁଳ କ୍ଷତି ହେବା ପୂର୍ବରୁ ବିଜ୍ଞ ବ୍ୟକ୍ତିମାନେ ଏହାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ଅନୁଭବ କରିପାରିବେ ବୋଲି ନରଭନେ କହିଛନ୍ତି।

The post ଯୁଦ୍ଧ ବଲିଉଡ୍‌ ସିନେମା ନୁହେଁ: ପୂର୍ବତନ ସେନାଧ୍ୟକ୍ଷ appeared first on Dharitri Odia News.