ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲ୍ର ଆକ୍ରମଣ: ୭୨ ମୃତ
ତେଲ୍ ଆଭିଭ୍,୧୬।୧: ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା ପରେ ମଧ୍ୟ ଇସ୍ରାଏଲ୍ ଆକ୍ରମଣ ଜାରି ରଖିଛି। ଗୁରୁବାର ଇସ୍ରାଏଲ୍ର ଆକ୍ରମଣରେ ଅନୂ୍ୟନ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଗାଜା ସହରର ୨ଟି ହସ୍ପିଟାଲରେ ପହଞ୍ଚତ୍ଥିବା ମୃତଦେହକୁ ହିସାବ କରି ମୃତ୍ୟୁସଂଖ୍ୟା ୭୨ କୁହାଯାଇଥିବାବେଳେ ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। ଅସ୍ତ୍ରବିରତି ଡିଲ୍ ପୂର୍ବରୁ ଉଭୟ ପକ୍ଷ ସାମରିକ ସଂଘର୍ଷକୁ ଜୋର୍ଦାର କରିଥିଲେ। ବୁଧବାରଠାରୁ ଗୁରୁବାର ଅଧିକ ରକ୍ତପାତ […] The post ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲ୍ର ଆକ୍ରମଣ: ୭୨ ମୃତ appeared first on Dharitri Odia News.
ତେଲ୍ ଆଭିଭ୍,୧୬।୧: ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା ପରେ ମଧ୍ୟ ଇସ୍ରାଏଲ୍ ଆକ୍ରମଣ ଜାରି ରଖିଛି। ଗୁରୁବାର ଇସ୍ରାଏଲ୍ର ଆକ୍ରମଣରେ ଅନୂ୍ୟନ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଗାଜା ସହରର ୨ଟି ହସ୍ପିଟାଲରେ ପହଞ୍ଚତ୍ଥିବା ମୃତଦେହକୁ ହିସାବ କରି ମୃତ୍ୟୁସଂଖ୍ୟା ୭୨ କୁହାଯାଇଥିବାବେଳେ ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। ଅସ୍ତ୍ରବିରତି ଡିଲ୍ ପୂର୍ବରୁ ଉଭୟ ପକ୍ଷ ସାମରିକ ସଂଘର୍ଷକୁ ଜୋର୍ଦାର କରିଥିଲେ। ବୁଧବାରଠାରୁ ଗୁରୁବାର ଅଧିକ ରକ୍ତପାତ ହୋଇଥିବା ମନ୍ତ୍ରଣାଳୟ କହିଛି।
ବୁଧବାର ଚୁକ୍ତିନାମା ଘୋଷଣା ପରେ ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲୀ ନାଗରିକ ମୁକ୍ତ ହେବେ ଏବଂ ୧୫ ମାସ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟିବ ବୋଲି ଆଶା କରାଯାଉଥିଲା। ତେବେ ହମାସ୍ ସହ ଯୁଦ୍ଧବିରତି ଚୁକ୍ତିନାମାର ଶେଷ ମୁହୂର୍ତ୍ତରେ ସଙ୍କଟ ଦେଖାଦେଇଥିଲା, ଯେଉଁଥିପାଇଁ ଦୀର୍ଘପ୍ରତୀକ୍ଷିତ ସିଜ୍ଫାୟାରର ଇସ୍ରାଏଲୀ ଅନୁମୋଦନ ସ୍ଥଗିତ ରହିଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହକୁ କହିଛନ୍ତି। ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ମୁଖ୍ୟ ମଧ୍ୟସ୍ଥ କାତାର ଘୋଷଣା କରିବାର କିଛି ସମୟ ପରେ ଏଥିରେ କେତେକ ସମସ୍ୟା ରହିଥିବା ନେତାନ୍ୟାହୁ ସୂଚନା ଦେଇଥିଲେ।
The post ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲ୍ର ଆକ୍ରମଣ: ୭୨ ମୃତ appeared first on Dharitri Odia News.