ଯୁଦ୍ଧର ଷଷ୍ଠ ଦିନ, ଇରାନ ମାଡ଼ କଲା ହାଇପରସୋନିକ୍ ଫତେହ-୧ ମିସାଇଲ୍

ନୂଆଦିଲ୍ଲୀ ୧୮/୦୬: ଘମାଘୋଟ ହେଉଛି ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ । ଷଷ୍ଠ ଦିନରେ ପହଞ୍ଚିଛି ଯୁଦ୍ଧ ପରିସ୍ଥିତି । ଉଭୟ ପକ୍ଷ ପରସ୍ପର ଉପରେ ପ୍ରବଳ ଆଟାକ୍ ଜାରି ରଖିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ରିଫାଇନାରୀ ଓ ସାମରିକ କମାଣ୍ଡ ଉପରେ ଆକ୍ରମଣ କରିଛି । ତେବେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଦାବି କରିଛନ୍ତି ଯେ ବୁଧବାର ଇରାନ ସେନା ଇସ୍ରାଏଲ ଉପରେ ହାଇପରସୋନିକ୍ ଫତେହ-୧ କ୍ଷେପଣାସ୍ତ୍ର ମାଡ଼ କରିଛି ।ପୂର୍ବରୁ, ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ନିଶ୍ଚିତ କରିଛି ଯେ ଇସ୍ରାଏଲ ଇରାନର ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି । ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ଏୟାରବେସ୍ ଉପରେ ଆମେରିକାର ପୂର୍ଣ୍ଣ ନିୟନ୍ତ୍ରଣ ଅଛି । ଇରାନ କହିଛି ଯେ ତେଲ  ଅଭିଭରେ ଏକ ପ୍ରମୁଖ ଗୁପ୍ତଚର କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ଆକ୍ରମଣ ନିଶ୍ଚିତ କରିଛି ଇସ୍ରାଏଲ । ସେପଟେ ଭାରତ ଇରାନରେ ଫସି ରହିଥିବା ଛାତ୍ରମାନଙ୍କୁ ସ୍ଥାନାନ୍ତର କରିଛି । ଇରାନ ଏୟାରବେସ୍‌ରୁ ବିମାନଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସି ଇରାକରେ ଫସି ରହିଥିବା ୧୨୦ ଭାରତୀୟଙ୍କୁ ଫେରାଇ ଦେବାକୁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି।ଇରାନ ଅଧିକାରୀଙ୍କ ଅନୁଯାୟୀ, ଇରାନ ଉପରେ ଇସ୍ରାଏଲର ଆକ୍ରମଣରେ ମୃତକଙ୍କ ସଂଖ୍ୟା ୨୨୦ ରୁ ଅଧିକ ହୋଇଛି । ଯେଉଁଥିରେ ପ୍ରାୟ ୭୦ ମହିଳା ଓ ଶିଶୁ

ଯୁଦ୍ଧର ଷଷ୍ଠ ଦିନ, ଇରାନ ମାଡ଼ କଲା ହାଇପରସୋନିକ୍ ଫତେହ-୧ ମିସାଇଲ୍

ନୂଆଦିଲ୍ଲୀ ୧୮/୦୬: ଘମାଘୋଟ ହେଉଛି ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ । ଷଷ୍ଠ ଦିନରେ ପହଞ୍ଚିଛି ଯୁଦ୍ଧ ପରିସ୍ଥିତି । ଉଭୟ ପକ୍ଷ ପରସ୍ପର ଉପରେ ପ୍ରବଳ ଆଟାକ୍ ଜାରି ରଖିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ରିଫାଇନାରୀ ଓ ସାମରିକ କମାଣ୍ଡ ଉପରେ ଆକ୍ରମଣ କରିଛି । ତେବେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଦାବି କରିଛନ୍ତି ଯେ ବୁଧବାର ଇରାନ ସେନା ଇସ୍ରାଏଲ ଉପରେ ହାଇପରସୋନିକ୍ ଫତେହ-୧ କ୍ଷେପଣାସ୍ତ୍ର ମାଡ଼ କରିଛି ।

ପୂର୍ବରୁ, ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ନିଶ୍ଚିତ କରିଛି ଯେ ଇସ୍ରାଏଲ ଇରାନର ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି । ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ଏୟାରବେସ୍ ଉପରେ ଆମେରିକାର ପୂର୍ଣ୍ଣ ନିୟନ୍ତ୍ରଣ ଅଛି । ଇରାନ କହିଛି ଯେ ତେଲ  ଅଭିଭରେ ଏକ ପ୍ରମୁଖ ଗୁପ୍ତଚର କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । 

ଆକ୍ରମଣ ନିଶ୍ଚିତ କରିଛି ଇସ୍ରାଏଲ । ସେପଟେ ଭାରତ ଇରାନରେ ଫସି ରହିଥିବା ଛାତ୍ରମାନଙ୍କୁ ସ୍ଥାନାନ୍ତର କରିଛି । ଇରାନ ଏୟାରବେସ୍‌ରୁ ବିମାନଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସି ଇରାକରେ ଫସି ରହିଥିବା ୧୨୦ ଭାରତୀୟଙ୍କୁ ଫେରାଇ ଦେବାକୁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି।

ଇରାନ ଅଧିକାରୀଙ୍କ ଅନୁଯାୟୀ, ଇରାନ ଉପରେ ଇସ୍ରାଏଲର ଆକ୍ରମଣରେ ମୃତକଙ୍କ ସଂଖ୍ୟା ୨୨୦ ରୁ ଅଧିକ ହୋଇଛି । ଯେଉଁଥିରେ ପ୍ରାୟ ୭୦ ମହିଳା ଓ ଶିଶୁ ରହିଛନ୍ତି । ଇସ୍ରାଏଲ ଉପରେ ଇରାନ ଆକ୍ରମଣରେ ୨୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।